Categories: ଖେଳ

ସ୍ଥାନ ମିଳିବନି ସ୍ପଷ୍ଟ କଲେ ପୋଲାର୍ଡ

ଆବୁଧାବି,୧୩।୧୦: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏଥିଲାଗି ଘୋଷିତ ଓ୍ବେଷ୍ଟଇଣ୍ଡିଜ ଦଳରେ ମିଷ୍ଟ୍ରି ସ୍ପିନର ସୁନିଲ ନାରିନଙ୍କ ପାଇଁ ଅନ୍ତିମ ମୁହୂର୍ତ୍ତରେ ପରିବର୍ତ୍ତନ ନେଇ ଆଶା କରାଯାଉଥିଲା।

କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ ଆଇପିଏଲରେ ଖେଳୁଥିବା ନାରିନ ଏବେ ଫୁଲ ଫର୍ମରେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ଏଲିମିନେଟର ମ୍ୟାଚ୍‌ରେ ସେ କେକେଆରକୁ ଏକାକୀ ଜିତାଇ ଦେଇଥିଲେ। ବୋଲିଂରେ ୪ ଉଇକେଟ ନେବା ପରେ ୧୫ ବଲରେ ଖେଳିଥିଳେ ୨୬ ରନ୍‌ର ବିସ୍ଫୋରକ ଇନିଂସ। ଏଭଳି ପ୍ରଦର୍ଶନ ପରେ ଅନେକ ଆଇପିଏଲ ପ୍ରଶଂସକ ଆଶା କରିଥିଲେ ଯେ, ନାରିନଙ୍କୁ ଟି୨୦ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ପାଇଁ ଖେଳିବାକୁ ସୁଯୋଗ ମିଳିବ। କିନ୍ତୁ ଓ୍ବେଷ୍ଟଇଣ୍ଡିଜର ବିଶ୍ୱକପ୍‌ ଦଳରେ ବନ୍ଧୁ ନାରିନଙ୍କୁ ସ୍ଥାନ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅଧିନାୟକ କିରନ ପୋଲାର୍ଡ।

ଏଠାରେ ଥିବା ୧୫ ଖେଳାଳିଙ୍କ ସହ ଆମେ ଟାଇଟଲ ବଞ୍ଚାଇବାକୁ ଗୁରୁତ୍ୱ ଦେଉଛୁ। ଦଳରେ ସୁନିଲଙ୍କୁ କାହିଁକି ସାମିଲ କରାଯାଇନାହିଁ, ତାହା ଉପରେ ମୁଁ କିଛି କମେଣ୍ଟ ଦେବି ନାହିଁ। ଏହା ଉପରେ ମନ୍ତବ୍ୟ ଦେବା ପାଇଁ ବର୍ତ୍ତମାନ ମୁଁ ଉଚିତ ବ୍ୟକ୍ତି ନୁହେଁ। ଅନ୍ତର୍ଜାତୀୟ କ୍ରିକେଟର ହେବା ପୂର୍ବରୁ ବ୍ୟକ୍ତିଗତ ସ୍ତରରେ ମୁଁ ନାରିନଙ୍କୁ ଜଣେ ସାଙ୍ଗ ଭାବେ ଜାଣିଛି। ଆମେ କ୍ରିକେଟ ଖେଳି ଖେଳି ବଡ଼ ହୋଇଛୁ। ସେ ଜଣେ ବିଶ୍ୱ ସ୍ଥରୀୟ କ୍ରିକେଟର। ବୋଲି ପୋଲାର୍ଡ କହିଛନ୍ତି। ଚଳିତ ଆଇପିଏଲର ଦ୍ୱିତୀୟ ଫେଜରେ ନାରିନ ୮ ମ୍ୟାଚ୍‌ରେ ୧୧ ଉଇକେଟ ହାସଲ କରିଛନ୍ତି।

Share