Posted inଖେଳ

ଟି-୨୦ ବିଶ୍ୱକପ୍‌ରେ କେବେ ମଇଦାନକୁ ଓହ୍ଲାଇବେ ବିରାଟ ବ୍ରିଗେଡ୍‌; କେଉଁ ଟିମ୍‌ ସହ ଲଢ଼ିବେ; ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ୨୩ ଅକ୍ଟୋବରରୁ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୧୭ରୁ ଯୋଗ୍ୟତା ମ୍ୟାଚ୍‌ ଆରମ୍ଭ ହେବ। ଟୁର୍ନାମେଣ୍ଟରେ ୧୨ ଟିମ୍‌ ଭାଗ ନେଉଛନ୍ତି। ସେମାନଙ୍କୁ ଦୁଇ ଭିନ୍ନ ଭିନ୍ନ ଗ୍ରୁପ୍‌ରେ ବଣ୍ଟାଯାଇଛି। ଆଇସିସିର ଟି-୨୦ ର଼୍ୟାଙ୍କିଂର ଶ୍ରେଷ୍ଠ ୮ ଟିମ୍‌ ଛଡ଼ା କ୍ୱାଲିଫାୟାର ରାଉଣ୍ଡରୁ ୪ ଟିମ୍‌ଙ୍କ ଚୟନ କରାଯିବ।

ସୁପର୍‌ ୧୨ରେ ସ୍ଥାନ ପାଇବା ପାଇଁ ପ୍ରଥମ ରାଉଣ୍ଡରେ ୮ ଟିମ୍‌ ଯୋଗ୍ୟତା ମ୍ୟାଚ୍‌ ଖେଳିବେ। ଏହି ଟିମ୍‌କୁ ଗ୍ରୁପ୍‌ ଏ ଏବଂ ଗ୍ରୁପ୍‌ ବିରେ ବିଭକ୍ତ କରାଯାଇଛି। ଉଭୟ ଟିମ୍‌ର ଶ୍ରେଷ୍ଠ ୨ ଟିମ୍‌ ସୁପର ୧୨ରେ ସ୍ଥାନ ପାଇବେ। ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନାମିଭିଆ, ଶ୍ରୀଲଙ୍କା ସହ ଗ୍ରୁପ୍‌ ଏରେ ଥିବା ବେଳେ ଓମାନ୍‌, ପିଏନ୍‌ଜି, ସ୍କଟ୍‌ଲ୍ୟାଣ୍ଡ ଏବଂ ବାଂଲାଦେଶ ଗ୍ରୁପ୍‌ ବିରେ ଅଛନ୍ତି।

ଏହାଛଡ଼ା ଲିଗ୍‌ ଷ୍ଟେଜ୍‌ ପାଇଁ ଗ୍ରୁପ୍‌ ଏରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍‌, ଏ୧(ଗ୍ରୁପ୍‌ ଏର ଟପ୍‌ ଟିମ୍‌) ଏବଂ ବି୨(ଗ୍ରୁପ୍‌ ବିର ଦ୍ୱିତୀୟ ନମ୍ବର ଟିମ୍‌) ହେବ। ସେହିଭଳି ଗ୍ରୁପ୍‌ ୨ରେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ଏ୨(ଗ୍ରୁପ୍‌ ଏର ଦ୍ୱିତୀୟ ନମ୍ବର ଟିମ୍‌) ଏବଂ ବି୧(ଗ୍ରୁପ୍‌ ବିର ଟପ୍‌ ଟିମ୍‌) ହେବ।

କେବେ-କେଉଁ ଟିମ୍‌ ସହ ରହିଛି ଭାରତର ମ୍ୟାଚ୍‌:
-ଅକ୍ଟୋବର ୨୪- ଭାରତ ବନାମ ପାକିସ୍ତାନ(ସନ୍ଧ୍ୟା ୭.୩୦ ମିନିଟ୍‌, ଦୁବାଇ)
-ଅକ୍ଟୋବର ୩୧- ଭାରତ ବନାମ ନ୍ୟୁଜିଲାଣ୍ଡ(ସନ୍ଧ୍ୟା ୭.୩୦ ମିନିଟ୍‌, ଦୁବାଇ)
– ନଭେମ୍ବର ୩- ଭାରତ ବନାମ ଆଫଗାନିସ୍ତାନ( (ସନ୍ଧ୍ୟା ୭.୩୦ ମିନିଟ୍‌, ଆବୁଧାବୀ)
-ନଭେମ୍ବର ୫- ଭାରତ ବନାମ ବି୧(ସନ୍ଧ୍ୟା ୭.୩୦ ମିନିଟ୍‌, ଦୁବାଇ)
-ନଭେମ୍ବର ୮-ଭାରତ ବନାମ ଏ୨(ସନ୍ଧ୍ୟା ୭.୩୦ ମିନିଟ୍‌, ଦୁବାଇ)

ନଭେମ୍ବର ୧୦ ଓ ୧୧ରେ ଉଭୟ ସେମିଫାଇନାଲ ମୁକାବିଲା ଖେଳାଯିବ। ସେହିଭଳି ନଭେମ୍ବର ୧୪ରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri