Posted inଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ,୪।୧୦: ଆସନ୍ତା ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ବିଷୟରେ ଏକ ଖୁସି ଖବର ଅଛି। ଏହି ଟୁର୍ନାମେଣ୍ଟ ସମୟରେ ୭୦ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ଅନୁମତି ଦିଆଯିବ। ଆଇସିସି ଏବଂ ଟୁର୍ନାମେଣ୍ଟର ଆୟୋଜକ ବିସିସିଆଇ ୟୁଏଇ ସରକାରଙ୍କ ଅନୁମୋଦନ ଲାଭ କରିଛି। ଏଥି ସହିତ ଆଇସିସି ଟି -୨୦ ବିଶ୍ୱକପ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୭ରେ ମସ୍କଟରେ ଆରମ୍ଭ ହୋଇଥିବାବେଳେ ଫାଇନାଲ ନଭେମ୍ବର ୧୪ରେ ଦୁବାଇରେ ଅନୁଷ୍ଠିତ ହେବ।
ଆଇସିସି କାର୍ଯ୍ୟକାରୀ ସିଇଓ ଜିଓଫ ଆଲାର୍ଡାଇସ ଏକ ବିବୃତ୍ତିରେ କହିଛନ୍ତି ଯେ, ଓମାନ ଏବଂ ୟୁଏଇରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଶଂସକଙ୍କୁ ସ୍ବାଗତ କରି ଆମେ ଆନନ୍ଦିତ। ପ୍ରଶଂସକମାନେ ଟି -୨୦ ବିଶ୍ୱକପ ଦେଖିବାର ସୁଯୋଗ ପାଇବେ। ପ୍ରଶଂସକମାନେ ସୁରକ୍ଷିତ ପରିବେଶରେ କ୍ରିକେଟ ଦେଖିବା ନିଶ୍ଚିତ କରିଥିବାରୁ ଆମର ଆୟୋଜକ ବିସିସିଆଇ, ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ଓମାନ କ୍ରିକେଟ ତଥା ଏହି ଅଞ୍ଚଳର ସ୍ଥାନୀୟ ସରକାରଙ୍କୁ ଧନ୍ୟବାଦ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସବୁ ସମୟର ସବୁଠାରୁ ବଡ କ୍ରୀଡା ଇଭେଣ୍ଟ ଏହି ସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ, ଆମେ ଚାହୁଁ ଯେ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୬ଟି ଦେଶର ଉତ୍ସାହୀ ପ୍ରଶଂସକମାନେ ଏହି ଖେଳକୁ ଉପଭୋଗ କରିପାରିବେ। ଏହି ଟୁର୍ନାମେଣ୍ଟକୁ ସମସ୍ତଙ୍କ ପାଇଁ ସୁରକ୍ଷିତ କରିବା ପାଇଁ ଆମେ ସବୁକିଛି କରୁଛୁ। ଗତ ଟି -୨୦ ବିଶ୍ୱକପ ହେବାର ପାଞ୍ଚ ବର୍ଷ ବିତିଗଲାଣି ଏବଂ ଆମେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କୁ ଓମାନ ଏବଂ ୟୁଏଇକୁ ଆସିବା ଏବଂ ଟି -୨୦ କ୍ରିକେଟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଉ ଅପେକ୍ଷା କରାଇପାରିବୁ ନାହିଁ। ଅକ୍ଟୋବର୧୭ରେ ମସ୍କାଟରେ ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯିବ। ସେହି ଦିନ ବାଂଲାଦେଶ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟ ଭେଟ ହେବ। ୟଏଥି ସହିତ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସୁପର -୧୨ର ପ୍ରଥମ ମ୍ୟାଚ ୨୩ଅକ୍ଟୋବରରେ ଆବୁଧାବିରେ ଅନୁଷ୍ଠିତ ହେବ। ଅକ୍ଟୋବର ୨୪ରେ ଦୁବାଇରେ ଭାରତ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ବନ୍ଦ ହେବ ଉବେର-ରାପିଡୋ ବାଇକ୍‌ ସେବା! ଜାଣନ୍ତୁ କାରଣ

ଭୁବନେଶ୍ବର,୧୩।୧୧: ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆପ୍‌ ଜରିଆରେ ଯାତ୍ରୀ ପରିବହନରେ ବ୍ୟବହୃତ ହେଉଥିବା ଘରୋଇ…

୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟିମ ସିଫର୍ଟ୍‌: ପାଓ୍ବାର୍‌ ପ୍ଲେରେ କଲେ ବଡ଼ କାରନାମା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଦିନିକିଆରେ କିୱି ଓପନର ଟିମ ସିଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଟସ ହାରି ପ୍ରଥମେ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ Nvidiaର ପୂର୍ବତନ ସିଇଓ ହୁଆଙ୍ଗ ମୋତେ ଫୋନ କରିଥିଲେ, ‘ସେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି’

ଓ୍ବାଶିଂଟନ,୧୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜେନସେନ ହୁଆଙ୍ଗଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି…

ଦୃଷ୍ଟି ଆଢୁଆଳରେ ତଳକିଳାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଳାବାଡ଼ି। ଯେଉଁଠି ବିକାଶର ଆଲୋକ…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

କ’ଣ ହେଲା! ପ୍ରଥମେ ରୋହିତ ଶର୍ମା, ପରେ ଈଶାନ କିଷନ… କ୍ରମାଗତ ଦୁଇଟି ବଲରେ ଦୁଇଟି କ୍ୟାଚ ଛାଡ଼ିଦେଲେ,ଏଥିପାଇଁ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ ‘ବେ ଓଭାଲ’ (Bay Oval) ଠାରେ ଖେଳାଯାଉଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ…

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?