Categories: ଖେଳ

ସମର୍ଥନରେ ଓହ୍ଲାଇଲା ବିସିସିଆଇ

ନୂଆଦିଲ୍ଲୀ,୨୬।୧୦: ପାକିସ୍ତାନ ବିପକ୍ଷରେ ମିଳିଥିବା ପରାଜୟ ପରେ ଅନଲାଇନ୍‌ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି ସମାଲୋଚନା କରାଯାଉଛି। ଏଭଳି ଟ୍ରୋଲିଂ ପରେ ଶାମିଙ୍କ ପ୍ରତି ଦେଶର ଅନେକ ପୂର୍ବତନ ଓ ବର୍ତ୍ତମାନ ଖେଳାଳିଙ୍କ ଠାରୁ ଆରମ୍ଭ କରି ପାକିସ୍ତାନ ଦଳର ଷ୍ଟାର ଓପନର ମହମ୍ମଦ ରିଜଓ୍ବାନଙ୍କ ପର୍ଯ୍ୟନ୍ତ ସମର୍ଥନ ଜାହିର କରିଛନ୍ତି। ଏବେ ଭାରତୀୟ ପେସରଙ୍କ ପ୍ରତି ସମର୍ଥନର ହାତ ବଢ଼ାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।

କେବଳ ଶାମିଙ୍କ ଭଳି ଅଧିନାୟକ ବିରାଟ କୋହଲିଙ୍କ ଉପରେ ମଧ୍ୟ ପ୍ରଶଂସକମାନେ ଦୟା ଦେଖାଇ ନାହାନ୍ତି। ନେତୃତ୍ୱଶୈଳୀ କାରଣରୁ ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି। ସୋମବାର ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ପୂର୍ବତନ ଅଲରାଉଣ୍ଡର ୟୁସୁଫ ପଠାନ, ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସୋସିଆଲ ମିଡିଆରେ ଶାମିଙ୍କ ପ୍ରତି ସମର୍ଥନ ଜଣାଇଥିଲେ।

Share