Posted inଖେଳ

ଟି୨୦ ସିରିଜ: ୩-୦ରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୩।୧୨(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ୯ ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ସିରିଜରେ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଇଂଲଣ୍ଡ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଡଓ୍ବେିଡ୍‌ ମଲାନ ଉଭୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ରାସି ଭାନ୍‌ ଡେର ଡୁସେନ ସର୍ବାଧିକ ୭୪ ରନ (୩୨ ବଲ, ୫ ଚୌକା, ୫ ଛକା) ଓ ଫାଫ୍‌ ଡୁପ୍ଲେସି ୫୨ ରନ (୩୭ ବଲ, ୫ ଚୌକା, ୩ ଛକା) ସଂଗ୍ରହ କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ କ୍ୱିଣ୍ଟନ ଡି’କକ୍‌ ୧୭, ଟେମ୍ବା ବଭୁମା ୩୨, ରିଜା ହେଣ୍ଡ୍ରିକ୍ସ ୧୩ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ୨, କ୍ରିସ ଜୋର୍ଡାନ ଗୋଟିଏ ଉଇକେଟ ହାସଲ କରିଥିଲେ।
ଜବାବରେ ଇଂଲଣ୍ଡ ୧୭.୪ ଓଭରରେ ଗୋଟିଏ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ମଲାନ ୯୯ (୪୭ ବଲ, ୧୧ ଚୌକା, ୫ ଛକା) ଓ ଜୋଶ ବଟଲର ୪୬ ବଲରୁ ୩ ଚୌକା ଓ ୫ ଛକା ସହ ୬୭ ରନ କରି ଅପରାଜିତ ରହିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଜାସନ ରଏ ୧୬ ରନକରି ଏନ୍‌ରିଚ ନୋର୍ଜେଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ଏଥିସହ ଇଂଲଣ୍ଡ ଗତ ୮ଟି ଟି୨୦ ସରିଜ୍‌ରୁ ୭ଟିରେ ବିଜୟ ହାସଲ କରିଛି। ୨୦୧୮ରେ ଇଂଲଣ୍ଡ ଭାରତ ବିପକ୍ଷରେ ଏକମାତ୍ର ସିରିଜରେ ପରାସ୍ତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୯୧/୩ (ଡୁସେନ- ୭୪*, ଡୁପ୍ଲେସି- ୫୨*, ବଭୁମା- ୩୨, ଷ୍ଟୋକ୍ସ- ୨/୨୬, ଜୋର୍ଡାନ- ୧/୪୨)।
ଇଂଲଣ୍ଡ ୧୭.୪ ଓଭରରେ ୧୯୨/୧ (ମଲାନ- ୯୯*, ବଟଲର- ୬୭*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri