Posted inଖେଳ

ଦେଶ ନୁହେଁ ଗୁରୁତ୍ୱପୂର୍ଣ୍ଣ ଟି-୨୦ : ପୃଥିବୀର ଅଧା କ୍ରିକେଟର ଲିଗ୍‌ ପାଇଁ ଜାତୀୟ ଚୁକ୍ତିନାମା ଛାଡ଼ିବାକୁ ରାଜି…

ଓ୍ବାଶିଂଟନ,୧।୧୨ : ସମଗ୍ର ବିଶ୍ୱରେ ଗୋଟିଏ ପରେ ଗୋଟିଏ ଆରମ୍ଭ ହେଉଥିବା ଫ୍ରାଞ୍ଚାଇଜ ଆଧାରିତ ଟି-୨୦ ଲିଗର ପ୍ରଭାବ ଖେଳାଳିଙ୍କ ଉପରେ ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ କ୍ରିକେଟରଙ୍କ ସଂସ୍ଥା ଫିକା(ଏଫଆଇସିଏ) ଏହାର ସଦ୍ୟତମ ସର୍ଭେରେ କହିଛି ଯେ ଟି-୨୦ ଲିଗ ପାଇଁ ୪୯ ପ୍ରତିଶତ ଖେଳାଳି ନିଜ ଦେଶର କ୍ରିକେଟ ବୋର୍ଡର ଜାତୀୟ ଚୁକ୍ତିନାମା ଛାଡିବାକୁ ପ୍ରସ୍ତୁତ ଅଛନ୍ତି। ୧୧ ଟି ଦେଶର ୪୦୦ ରୁ ଅଧିକ ଖେଳାଳିଙ୍କ ଉପରେ ଫିକା ସର୍ଭେ କରିଥିଲା। ଏହି ସର୍ଭେରେ ଆହୁରି ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ସାମ୍ନାକୁ ଆସିଛି ।

୪୯ ପ୍ରତିଶତ କ୍ରିକେଟର କହିଛନ୍ତି ଆଇପିଏଲ, ବିବିଏଲ ଭଳି ଫ୍ରାଞ୍ଚାଇଜ ଲିଗ ଖେଳିବା ପାଇଁ ସେମାନେ ଦେଶର ଜାତୀୟ ଚୁକ୍ତିନାମାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିପାରିବେ। ଯଦି ସେମାନେ ଏହି ଲିଗ ଗୁଡିକରେ ନିଜ ଦେଶ ଅପେକ୍ଷା ଅଧିକ ଟଙ୍କା ପାଆନ୍ତି, ତେବେ ସେମାନେ ଲିଗ ଖେଳିବାକୁ ପସନ୍ଦ କରିବେ । ନିକଟରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଜାତୀୟ ଚୁକ୍ତିରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ, ଯେଉଁଥିପାଇଁ ସେ ଭାରତ ବିପକ୍ଷ ଏକଦିବସୀୟ ଏବଂ ଟି -୨୦ ସିରିଜରେ ଦଳର ଅଂଶ ହୋଇ ନ ଥିଲେ। ଖରାପ ଫର୍ମ ହେତୁ ବୋଲ୍ଟଙ୍କ ସାଥୀ ମାର୍ଟିନ ଗୁପଟିଲଙ୍କୁ ଚୟନ କରାଯାଇ ନଥିଲା। ଏହା ପରେ ସେ ବିଦେଶୀ ଲିଗ ଖେଳିବାକୁ ଯାଇଥିଲେ। ଏହି ମାନସିକତାର ପ୍ରଭାବ ଅନ୍ୟ ତାରକା ଖେଳାଳିଙ୍କ ଉପରେ ଦେଖିବାକୁ ମିଳିଛି। ଏହି କାରଣରୁ ବେଳେବେଳେ ଖେଳାଳି ଏବଂ ସେମାନଙ୍କ ଦେଶ କ୍ଷତିଗ୍ରସ୍ତ ହେଉଛନ୍ତି।

୭୯ ପ୍ରତିଶତ କ୍ରିକେଟର କହିଛନ୍ତି ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୀମା ରହିବା ଉଚିତ। ଗତ କିଛି ବର୍ଷ ମଧ୍ୟରେ ଅନେକ କ୍ରିକେଟ ଲିଗ୍‌ ଖେଳାଯାଉଛି। ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ କ୍ରିକେଟର କାର୍ଯ୍ୟଭାର ପରିଚାଳନା ନ କରି ପାରି ଏକଦିବସୀୟରୁ ଅବସର ନେଇଥିଲେ। ତାଙ୍କ ସାଥୀ ଖେଳାଳି ମୋଏନ ଅଲି ମଧ୍ୟ ୨୦୨୧ ରେ ଟେଷ୍ଟ ଖେଳିବା ଛାଡିଥିଲେ।

ଷ୍ଟୋକ୍ସ କହିଥିଲେ ତାଙ୍କ ପାଇଁ ତିନୋଟି ଫର୍ମାଟ ଖେଳିବା ଆଉ ସମ୍ଭବ ନୁହେଁ। ତାଙ୍କ ଶରୀର ଅତ୍ୟଧିକ କ୍ରିକେଟ ଖେଳିବା ନେଇ ପ୍ରତିକ୍ରିୟା ଆରମ୍ଭ କରିଛି। ଏଥି ସହିତ ମୋଇନ କହିଥିଲେ ଏକଦିବସୀୟ କ୍ରିକେଟ ଧୀରେ ଧୀରେ ଶେଷ ହେଉଛି। ସେମାନେ ଭୟ କରୁଛନ୍ତି ଯେ ଏହି ଫର୍ମାଟ କିଛି ବର୍ଷ ମଧ୍ୟରେ ଶେଷ ହୋଇ ଯିବ। ୨ ଥର ଟି-୨୦ ବିଶ୍ୱକପ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଗତ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଏହାର କାରଣ ସାମ୍ନାକୁ ଆସିଲା ଯେ ୱେଷ୍ଟଇଣ୍ଡିଜ ଟି-୨୦ ତାରକା ଆଣ୍ଡ୍ରେ ରସେଲ ଏବଂ ସୁନୀଲ ନାରିନଙ୍କ ଭଳି ଖେଳାଳିଙ୍କୁ ସେମାନଙ୍କ ଦଳରେ ଅନ୍ତର୍ଭୁକ୍ତ କରିନାହିଁ। ବୋର୍ଡ କହିଛି ଯେ ଏହି ଖେଳାଳିମାନେ ବିଦେଶୀ ଲିଗ ଖେଳନ୍ତି। ସେମାନେ ଦେଶକୁ ପ୍ରାଥମିକତା ଦିଅନ୍ତି ନାହିଁ। ସେଥିପାଇଁ ସେମାନଙ୍କୁ ଜାତୀୟ ଦଳରେ ମନୋନୀତ କରାଯାଇ ନାହିଁ।

ଭାରତର ବିସିସିଆଇ ଫିକା ସହିତ ଜଡିତ ନୁହେଁ। ସେଥିପାଇଁ ଭାରତୀୟ କ୍ରିକେଟରଙ୍କ ମତ ଏହି ସର୍ଭେରେ ଅନ୍ତର୍ଭୁକ୍ତ ହୋଇନାହିଁ। ପାକିସ୍ତାନର ଖେଳାଳିମାନେ ମଧ୍ୟ ଏଥିରେ ଜଡିତ ନୁହଁନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ କ୍ରିକେଟ ଖେଳୁଥିବା ଦେଶର ଖେଳାଳିମାନେ ଏହି ସର୍ଭେରେ ଭାଗ ନେଇଛନ୍ତି। ଯେଉଁଥିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଭଳି ବଡ ଦେଶର କ୍ରିକେଟରମାନେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri