Posted inଖେଳ

ଅଲିମ୍ପିକ୍ସରେ ସାମିଲ ହେବ ଟି୨୦ କ୍ରିକେଟ

ମୁମ୍ବାଇ, ୧୪ା୧୦: ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟ ସାମିଲ ହେବାକୁ ଯାଉଛି। ଲସଆଞ୍ଜେଲ୍ସ ଗେମ୍ସ ଆୟୋଜକଙ୍କର ଏ ସମ୍ପର୍କିତ ପ୍ରସ୍ତାବ ଶୁକ୍ରବାର ଅନ୍ତର୍ଜାତୀୟ ଅଲିମ୍ପକ କମିଟି (ଆଇଓସି) ଦ୍ୱାରା ଅନୁମୋଦନ ଲାଭ କରିଛି। କ୍ରିକେଟ ଟି୨୦ ଫର୍ମାଟରେ ଖେଳାଯିବ। ଅନ୍ୟ ୪ଟି ଖେଳ ମଧ୍ୟ ଏଥିରେ ସ୍ଥାନ ପାଇବ। ସେଗୁଡ଼ିକ ହେଲା ବେସ୍‌ବଲ୍‌-ସଫ୍ଟବଲ, ଫ୍ଲାଗ୍‌ ଫୁଟ୍‌ବଲ, ଲାକ୍ରୋସେ (ସିକ୍ସେସ) ଏବଂ ସ୍କ୍ବାଶ। ଏହା ମଧ୍ୟ ଥୋମାସ ବ୍ୟାକ୍‌ଙ୍କ ଅଧ୍ୟକ୍ଷତାରେ ଆଇଓସିର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଗୃହୀତ ହୋଇଯାଇଛି। ଏଠାରେ ରବିବାର ଆରମ୍ଭ ହେବାକୁଥିବା ଆଇଓସି ସେସନରେ ଏହି ପ୍ରସ୍ତାବଗୁଡ଼ିକ ନେଇ ଭୋଟ ଗ୍ରହଣ ହେବ। କ୍ରିକେଟ ସପକ୍ଷରେ ଯଦି ଅଧିକ ସମର୍ଥନ ମିଳେ ତେବେ ୧୯୦୦ ପରେ କ୍ରିକେଟ ଅଲିମ୍ପିକ୍ସରେ ସ୍ଥାନ ପାଇବ। ଏହି ଅତିରିକ୍ତ କ୍ରୀଡ଼ାଗୁଡ଼ିକ ଲସ୍‌ଆଞ୍ଜେଲ୍ସ ଆୟୋଜକ କମିଟି ତରଫରୁ ସୁପାରିସ କରାଯାଇଥିଲା। ଅଲିମ୍ପିକ ପ୍ରୋଗ୍ରାମ୍‌ କମିଶନ (ଓପିସି) ଦ୍ୱାରା ସମୀକ୍ଷା ପରେ କାର୍ଯ୍ୟନିର୍ବାହୀ ବୋର୍ଡକୁ ଫରଓ୍ବାର୍ଡ କରାଯାଇଥିଲା।
ଲସଆଞ୍ଜେଲ୍ସ ଅଲିମ୍ପିକ୍ସରେ କମ୍ପାଉଣ୍ଡ ଆର୍ଚେରୀକୁ ସାମିଲ କରିବା ପ୍ରସ୍ତାନ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ କାଟ୍‌ ଖାଇଯାଇଛି। ଭାରତୀୟ ତୀରନ୍ଦାଜ ପାଇଁ ଏହା ନୈରାଶ୍ୟଜନକ ବିଷୟ। ଲସଆଞ୍ଜେଲ୍ସ ୨୦୨୮ ଅଲିମ୍ପିକ ଗେମ୍ସ କାର୍ଯ୍ୟକ୍ରମରେ କମ୍ପାଉଣ୍ଡ ଆର୍ଚେରୀକୁ ସ୍ଥାନ ମିଳି ନ ଥିଲା। ମାତ୍ର ଏହାକୁ ସାମିଲ କରିବା ଲାଗି ଗତବର୍ଷ ଜୁନ୍‌ରେ ଓ୍ବାଲର୍‌ଡ ଆର୍ଚେରୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଅନ୍ୟପକ୍ଷରେ ଆଇଓସି କାର୍ଯ୍ୟନିର୍ବାହୀ ପରିଷଦ ବକ୍ସିଂକୁ ଝୁଲା ଅବସ୍ଥାରେ ରଖିଥିବା ବେଳେ ଆଧୁନୀକ ପେଣ୍ଟାଥ୍ଲନ ଓ ଭାରୋତ୍ତୋଳନକୁ ସାମିଲ କରିବା ଲାଗି ସୁପାରିସ କରିଛି। ଆଇଓସି ବକ୍ସିଂ ପାଇଁ କୌଣସି ଗଭର୍ନିଂବଡିକୁ ସ୍ବୀକୃତି ଦେଇନାହିଁ। ଦୁଇ ଦିନିଆ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ଶୁକ୍ରବାର ଶେଷ ହୋଇଛି। ଏଥିରେ ସୁପାରିସ ହୋଇଥିବା ପ୍ରସ୍ତାବ ଗୁଡ଼ିକ ନେଇ ଅକ୍ଟୋବର ୧୫ରୁ ୧୭ ପର୍ଯ୍ୟନ୍ତ ଏଠାରେ ହେବାକୁଥିବା ଆଇଓସିର ୧୪୧ତମ ସେସନରେ ଭୋଟିଂ ହେବ। ଏହି ସେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଗାଟନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri