Posted inଜାତୀୟ

ଟି-ସିରିଜ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ବଳାତ୍କାର ମାମଲା

ମୁମ୍ବାଇ,୧୬।୭: ଟି-ସିରିଜ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା। ମୁମ୍ବାଇର ଡିଏନ୍‌ ନଗର ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଟି-ସିରିଜ୍‌ର ପ୍ରୋଜେକ୍ଟରେ କାମ ଦେବା ଲାଳସା ଦେଖାଇ ଭୂଷଣ ଜଣେ ୩୦ବର୍ଷିୟ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏତଦ୍‌ ବ୍ୟତୀତ ଯୁବତୀଙ୍କ ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଭୂଷଣ ଧମକ ଦେଇଥିଲେ ବୋଲି ପୀଡ଼ିତା ଜଣକ କହିଛନ୍ତି। ସୂଚନା ମୁତାବକ କାମ ଦେବା ବାହାନାରେ ଉକ୍ତ ଯୁବତୀଙ୍କୁ ୨୦୧୭ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଭୂଷଣ ନିର୍ଯାତନା ଦେଇଥିଲେ। ୩ଟି ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କୁ ବଳାତ୍କାର କରାଯାଇଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ତେବେ ଡିଏନ୍‌ ପୋଲିସ ଭୂଷଣଙ୍କ ବିରୋଧରେ ଆଇପିସି ଧାରା ୩୭୬,୪୨୦ ଓ ୫୦୬ ଅନୁଯାୟୀ ମାମଲା ରୁଜୁ କରିଛି। ଅଭିଯୋଗକ୍ରମେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଭୂଷଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ସୂଚନାଯୋଗ୍ୟ, ୨୦୧୮ରେ # ମିଠୁ ଆନ୍ଦୋଳନ ସମୟରେ ଭୂଷଣ କୁମାରଙ୍କ ବିରୋଧରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଆଇଏଏସ୍‌, ବାପା ବିଚାରପତି: ହେଲେ ବିଧାୟିକା ହେବାକୁ ଲଣ୍ଡନରେ କରିଥିବା ଚାକିରି ଛାଡ଼ିଲେ ନୌକ୍ଷମ

ମା’ ଜଣେ ଆଇଏଏସ୍‌ ଅଫିସର। ବାପା ବିଚାରପତି। ହେଲେ ଲଣ୍ଡନରେ କରିଥିବା ଚାକିରିକୁ ଛାଡ଼ି ବିଧାୟିକା ହେବାକୁ ମନ ବଳାଇଛନ୍ତି ଝିଅ। ଏପରି ଏକ ଘଟଣା...

ସାଙ୍ଗରେ ଅକ୍ସିଜେନ ସିଲିଣ୍ଡର ଧରି ହସ୍ପିଟାଲରୁ ହସ୍ପିଟାଲ ବୁଲିଲେ କରୋନା ଆକ୍ରାନ୍ତ: ମିଳିଲାନି ବେଡ୍‌

ଲକ୍ଷ୍ନୌ,୧୫।୪: କରୋନା ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ଏବେ ଭୟଙ୍କର ରୂପ ଧାରଣ କରିଛି। ଯେଉଁଠି କରୋନାକୁ ନେଇ...

ମୋଦିଙ୍କୁ ମେହବୁବାଙ୍କ ଭର୍ତ୍ସନା: ପାକିସ୍ତାନ ଇଦ୍‌ ଲାଗି ଅଣୁଅସ୍ତ୍ର ରଖିନି

ଶ୍ରୀନଗର,୨୩ା୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିପ୍ପଣୀକୁ ନେଇ ଭର୍ସନା କରିଛନ୍ତି। ରବିବାର ରାଜସ୍ଥାନର ବାର୍ମେରଠାରେ...

୭୦ ମିନିଟ୍‌ରେ ୨୧ଟି ସ୍ଥାନରେ ହୋଇଥିଲା ବିସ୍ଫୋରଣ

ଅହମଦାବାଦ,୧୮।୨: ୨୦୦୮ରେ ଗୁଜରାଟର ଅହମଦାବାଦରେ ହୋଇଥିଲା ସିରିଏଲ ବିସ୍ଫୋରଣ। ମାତ୍ର ୭୦ ମିନିଟ୍‌ରେ ୨୧ଟି ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟି ୫୬ଜଣ ପ୍ରାଣ ହରାଇଥିବା ବେଳେ...

୨୦ ମହଲା କୋଠାରେ ଲାଗିଲା ନିଆଁ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ମୁମ୍ବାଇ,୨୨।୧: ମୁମ୍ବାଇର ଟାର୍ଡେଓ ଅଞ୍ଚଳରେ ଥିବା ଏକ ୨୦ ମହିଲା କୋଠାରେ ଶନିବାର ଅଗ୍ନିକାଣ୍ଡ ଘଟି ବର୍ତ୍ତମାନ ସୁଦ୍ଧା ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ଜଣ...

ସିଏଏକୁ ବିରୋଧ କରି ମୁସଲମାନ୍‌ ମହିଳା ହୋଇପାରିଛନ୍ତି ସଚେତନ: ସୁମିତ୍ରା ମହାଜନ

ନୂଆଦିଲ୍ଲୀ, ୧୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏନେଇ କେତେକ ଭାଜପା ନେତା ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଦିଲ୍ଲୀର...

କେନ୍ଦ୍ର ସରକାରଙ୍କୁ କୃଷକ ନେତାଙ୍କ ଧମକ

ନୂଆଦିଲ୍ଲୀ,୨୬ ।୭: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଏକାଏତ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ସରକାର ଯଦି ଆମର...

ସୁଦାନରେ ଫସିଥିବା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଲା ଭାରତ, ବୈଦେଶିକ ମନ୍ତ୍ରୀ କଲେ ପ୍ରଶଂସା

ନୂଆଦିଲ୍ଲୀ/କଲମ୍ବୋ,୨୫।୪: ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସବୁ ଦେଶ ଚେଷ୍ଟା ଜାରି...

Advertisement
Archives

Model This Week