Posted inଖେଳ

ମା’ ଶ୍ରମିକ, ପୁଅ ଏବେ କ୍ରିକେଟରେ କରୁଛନ୍ତି ରାଜ୍‌

ଆଇପିଏଲ ୨୦୨୦ରେ ନିଜର ୟକର୍‌ ବଲରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡବିନ୍ଧା ସାଜିଥିବା ପେସର୍‌ ଟି.ନଟରାଜନ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ନଟରାଜନ ଆଇପିଏଲରେ ଜବରଦସ୍ତ ବୋଲିଂ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ନଟରାଜନ ୨୦୨୦ ଆଇପିଏଲ ଟୁର୍ନାମେଣ୍ଟରେ ୬୦ରୁ ଅଧିକ ୟର୍କର ବଲ ବୋଲିଂ କରିଥିଲେ। ସେ ନିଜର ଗତି, ସୁପରଓଭରରେ ବୋଲିଂ ଏବଂ ସଠିକ ଲାଇନ ଲେନ୍ଥ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ନଟରାଜନ ବିରାଟ କୋହଲିଙ୍କୁ ଆଇପିଏଲ ୨୦୨୦ର ପ୍ରଥମ ଶିକାର କରିଥିବାବେଳେ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ତାଙ୍କ ୟର୍କର ବଲରେ ବୋଲିଂ କରି ବହୁ ପ୍ରଶଂସା ସାଉଁଟି ଥିଲେ। ତାମିଲନାଡୁର ଚିନ୍ନାପାମ୍ପପଟ୍ଟୀ ଗ୍ରାମରୁ ୟୁଏଇ ଦେଇ ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆର ଅଂଶ ହେବା ପାଇଁ ନଟରାଜଙ୍କ ଯାତ୍ରା ଏକ ସୁନ୍ଦର ସ୍ବପ୍ନ ପୂରଣ ଭଳି ଥିଲା। କାରଣ ଆଇପିଏଲ ୨୦୨୦ପୂର୍ବରୁ ସେ କ୍ୱଚିତ୍‌ ଭାବିଥିବେ ଯେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ କିମ୍ବା ଟି -୨୦ ଲିଗରେ ମଧ୍ୟ ଖେଳିବେ। କିନ୍ତୁ ୟୁଏଇରେ ଖେଳାଯାଇଥିବା ଆଇପିଏଲ ଏହି ବାମହାତୀ ଦ୍ରୁତ ବୋଲରଙ୍କ ଭାଗ୍ୟ ବଦଳାଇ ଦେଇଛି।
ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚରେ ୧୬ଟି ଉଇକେଟ ନେଇ ଟି ନାଟରାଜନ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜ ପ୍ରଦର୍ଶନ ଜରିଆରେ ଭାରତୀୟ ଦଳରେ ସେ ସ୍ଥାନ ପାଇଛନ୍ତି। ପିଲାଦିନକୁ ଅତ୍ୟଧିକ ଦାରିଦ୍ରରେ ସେ ଦିନ ବିତାଇଛନ୍ତି। ନଟରାଜନ ତାମିଲନାଡୁର ଚିନ୍ନାପମ୍ପତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ମା ଜଣେ ଶ୍ରମିକ ଥିଲେ। ନଟରାଜନ ଟେନିସ ବଲ ସହିତ କ୍ରିକେଟ ଖେଳୁଥିଲେ। ବୋଲିଂ ପ୍ରଶିକ୍ଷକ ଜୟପ୍ରକାଶ ତାଙ୍କୁ ଦେଖି ତାମିଲନାଡୁ ପ୍ରିମିୟର ଲିଗ ଖେଳିବାର ସୁଯୋଗ ପାଇଲେ। ଠିକ ସେତିକିବେଳେ, ନଟରାଜନଙ୍କ ଭାଗ୍ୟ ବଦଳିଗଲା। ତାମିଲନାଡୁ ପାଇଁ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ନଟରାଜ ୨୭ ଉଇକେଟ ନେଇଥିଲେ। ଏହା ପରେ ୨୦୧୭ରେ କିଙ୍ଗସ ଏକାଦଶ ପଞ୍ଜାବ ୩ କୋଟି ଟଙ୍କା ମୂଲ୍ୟରେ ନଟରାଜନକଙ୍କୁ କିଣିଥିଲା। ପରବର୍ତ୍ତୀ ବର୍ଷ ପଞ୍ଜାବକୁ ନଟରାଜନ ରଖି ନ ଥିଲା ଏବଂ ହାଇଦ୍ରାବାଦ ଏହି ଦ୍ରୁତ ବୋଲରଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲ ୨୦୨୦ରେ, ଏହି ଦ୍ରୁତ ବୋଲର ହାଇଦ୍ରାବାଦକୁ ପ୍ଲେ ଅଫରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri