ମୁକ୍ତ ହେଲା ସିରିଆ…କେମିତି ଆଉ କିଏ କଲେ ଅସଦ ରାଜର ଅନ୍ତ!

ଦାମସକସ,୮।୧୨: ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ବିଦ୍ରୋହୀମାନେ ସିରିଆର ରାଜଧାନୀ ଦମିସ୍କକୁ କାବୁ କରିଛନ୍ତି। ସେନା ବିଦ୍ରୋହୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦ ଦେଶ ଛାଡି ପଳାୟନ କରିଛନ୍ତି। ସିରିଆର ସେନା କମାଣ୍ଡର ଅସଦ ସରକାରଙ୍କ ସମାପ୍ତି ଘୋଷଣା କରିଛନ୍ତି। ସିରିଆ ବିଦ୍ରୋହୀମାନେ ମଧ୍ୟ ରବିବାର ଘୋଷଣା କରିଛନ୍ତି ଯେ ବାଶାର ଅଲ-ଅସଦ ରାଜଧାନୀ ଛାଡି ପଳାଇଛନ୍ତି। ବିଦ୍ରୋହୀମାନେ ଦମସ୍କକୁ ମୁକ୍ତ କରିଛନ୍ତି। ପୋଲିସ ମୁଖ୍ୟାଳୟଠାରୁ ଆରମ୍ଭ କରି ଟିଭି ନେଟୱାର୍କ ପର୍ଯ୍ୟନ୍ତ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଅଛି। ବିଦ୍ରୋହୀଙ୍କ ତୋପ ଏବଂ ଟ୍ୟାଙ୍କ ଦମିସ୍କ ରାସ୍ତାରେ ପ୍ରତିଧ୍ୱନିତ ହେଉଛି।
ମିଲିଟାରୀ ଅପରେସନ କମାଣ୍ଡ ଟେଲିଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଆମେ ଦମିସ୍କ ସହରକୁ ଏକଛତ୍ରବାଦୀ ଶାସକ ବାଶାର ଅଲ-ଅସଦଙ୍କ ଠାରୁ ମୁକ୍ତ କରିଛୁ। ବିଶ୍ୱର ସମସ୍ତ ବିସ୍ଥାପିତଙ୍କ ପାଇଁ ଏକ ମୁକ୍ତ ସିରିଆ ଆପଣଙ୍କୁ ଅପେକ୍ଷା କରିଛି। ଏହାପୂର୍ବରୁ ବିଦ୍ରୋହୀମାନେ ରାଜଧାନୀରେ ପ୍ରବେଶ କରି ଦମିସ୍କର ଉତ୍ତରରେ ଥିବା କୁଖ୍ୟାତ ସୟଦନାୟା ସାମରିକ କାରାଗାରକୁ ନିୟନ୍ତ୍ରଣ କରିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଅଲ-ଜାଲଲି ରବିବାର ସକାଳେ ଏକ ରେକର୍ଡ ହୋଇଥିବା ବାର୍ତ୍ତାରେ କହିଛନ୍ତି ଯେ ସରକାର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ୱ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଅଛନ୍ତି।
ସୂଚନାଯୋଗ୍ୟ, ବାଶାର ଅଲ-ଅସଦ ଗତ ୨୪ବର୍ଷ ଧରି ସିରିଆ ଉପରେ ଶାସନ କରୁଥିଲେ। ସେ ସିରିଆରେ କ୍ଷମତା ପାଇଛନ୍ତି। ତାଙ୍କ ପିତା ଅଲ-ଅସଦ ହାଫେଜ ୨୯ବର୍ଷ ସିରିଆ ଉପରେ ଶାସନ କରିଥିଲେ। ତାଙ୍କ ସରକାର ରୁଷିଆ ଏବଂ ଅନ୍ୟାନ୍ୟ ଦେଶର ସହଯୋଗରେ ଚାଲିଥିଲା। କିନ୍ତୁ ଏଥର ତାଙ୍କ ସରକାର ଆବୁ ଜୁଲାନୀଙ୍କ ଝଡ଼ରେ ଉଡ଼ିଗଲା। ୨୦୦୦ରେ ବାଶାର ଅଲ-ଅସଦ ରାଷ୍ଟ୍ରପତି ହୋଇଥିଲେ। ବଶର ଅଲ-ଅସଦଙ୍କ ୧୧ ସେପ୍ଟେମ୍ବର ୧୯୬୫ରେ ଦମିସ୍କରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri