ଦେଶ ଛାଡି ପଳାଇଲେ ସିରିଆ ରାଷ୍ଟ୍ରପତି, ଏହି କାରଣ ପାଇଁ ବଢୁଛି ଇସ୍ରାଏଲର ଚିନ୍ତା

ଦାମସକସ,୮।୧୨: ସିରିଆର ବିଦ୍ରୋହୀମାନେ ପୁଣି ଥରେ ସରକାରଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡିଥିବା ଖବର ରହିଛି। ସମସ୍ତ ଘଟଣାକ୍ରମ ହେତୁ ବର୍ତ୍ତମାନ ଇସ୍ରାଏଲ ମଧ୍ୟ ଭୟଭୀତ ଅନୁଭବ କରୁଛନ୍ତି। ଏକ ଭୟ ରହିଛି ଯେ ଲେବାନନ ଏବଂ ଗାଜା ପରେ ବର୍ତ୍ତମାନ ସିରିଆରୁ ମଧ୍ୟ ଆକ୍ରମଣ ହୋଇପାରେ। ଇସ୍ରାଏଲ ଏବଂ ସିରିଆ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦିୟନ ସାର ଉଦବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସିରିଆ ସଶସ୍ତ୍ର ବାହିନୀ ଗୋଲାନ ହାଇଟ୍ସ ଅଞ୍ଚଳର ବଫର୍‌ ଜୋନରେ ପ୍ରବେଶ କରିଛି । ମିଳିତ ଜାତିସଂଘର ପର୍ଯ୍ୟବେକ୍ଷକଙ୍କୁ ସେମାନେ ଆକ୍ରମଣ କରିଛନ୍ତି। ଏହି କାରଣରୁ, ଗୋଲାନ ହାଇଟ୍ସରେ ଉପସ୍ଥିତ ଥିବା ଲୋକମାନଙ୍କ ପାଇଁ ଇସ୍ରାଏଲ ଚିନ୍ତିତ।

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଚିନ୍ତା ପ୍ରକଟ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି- ଗତ ୨୪ଘଣ୍ଟା ମଧ୍ୟରେ ସଶସ୍ତ୍ର ବାହିନୀ ଇସ୍ରାଏଲ ସହ ଅଂଶୀଦାର ହୋଇଥିବା ସୀମାର ବଫର୍‌ ଜୋନାର ପ୍ରବେଶ କରିଛି । ଜାତିସଂଘର ପର୍ଯ୍ୟବେକ୍ଷକଙ୍କୁ ଆକ୍ରମଣ କରାଯାଉଛି। ୧୯୭୪ରେ ଇସ୍ରାଏଲ ଏବଂ ସିରିଆ ମଧ୍ୟରେ ହୋଇଥିବା ଚୁକ୍ତି ଭଙ୍ଗ ହୋଇପାରେ ବୋଲି ଇସ୍ରାଏଲ ଭୟ କରିଛି। ଗୋଲାନ ହାଇଟ୍ସରେ ରହୁଥିବା ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଚିନ୍ତା ଅଛି। ସିରିଆର ଆଭ୍ୟନ୍ତରୀଣ ବିବାଦରେ ଇସ୍ରାଏଲ ହସ୍ତକ୍ଷେପ କରିବ ନାହିଁ। ତେବେ ଇସ୍ରାଏଲ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହରଜୀ ହାଲେଭି କହିଛନ୍ତି ଯେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ। ଆମେ ପରିସ୍ଥିତି ଉପରେ ନଜର ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ପାଇଁ ସହମତି ହେଲେ ଇସ୍ରାଏଲ-ହମାସ, ୧୫ ମାସ ପାଇଁ ଯୁଦ୍ଧ ବନ୍ଦ

ନୂଆଦିଲ୍ଲୀ, ୧୫।୧: ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି...

ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

ବାଂଲାଦେଶରେ ରହି ବଡ଼ ଖେଳ କରିଦେଲେ ୟୁନୁସ୍‌, ଶେଖ ହାସିନାଙ୍କ…

ଢାକା,୧୫।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭଣଜା ଏବଂ ଲେବର ପାର୍ଟି ସାଂସଦ ଟ୍ୟୁଲିପ ସିଦ୍ଦିକି ମଙ୍ଗଳବାର ବ୍ରିଟେନର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।...

ୟୁକ୍ରେନ୍‌ ପାଇଁ ଆଉ ନୂଆ ଏକ ଚ୍ୟାଲେଞ୍ଜ

ସିଓଲ,୧୫।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

ଚିନ୍ତାରେ ପଡିଲା ୟୁକ୍ରେନ୍‌, ନୂଆ ଚ୍ୟାଲେଞ୍ଜ ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟ

ସିଓଲ,୧୪।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri