ଦେଶ ଛାଡି ପଳାଇଲେ ସିରିଆ ରାଷ୍ଟ୍ରପତି, ଏହି କାରଣ ପାଇଁ ବଢୁଛି ଇସ୍ରାଏଲର ଚିନ୍ତା

ଦାମସକସ,୮।୧୨: ସିରିଆର ବିଦ୍ରୋହୀମାନେ ପୁଣି ଥରେ ସରକାରଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡିଥିବା ଖବର ରହିଛି। ସମସ୍ତ ଘଟଣାକ୍ରମ ହେତୁ ବର୍ତ୍ତମାନ ଇସ୍ରାଏଲ ମଧ୍ୟ ଭୟଭୀତ ଅନୁଭବ କରୁଛନ୍ତି। ଏକ ଭୟ ରହିଛି ଯେ ଲେବାନନ ଏବଂ ଗାଜା ପରେ ବର୍ତ୍ତମାନ ସିରିଆରୁ ମଧ୍ୟ ଆକ୍ରମଣ ହୋଇପାରେ। ଇସ୍ରାଏଲ ଏବଂ ସିରିଆ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦିୟନ ସାର ଉଦବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସିରିଆ ସଶସ୍ତ୍ର ବାହିନୀ ଗୋଲାନ ହାଇଟ୍ସ ଅଞ୍ଚଳର ବଫର୍‌ ଜୋନରେ ପ୍ରବେଶ କରିଛି । ମିଳିତ ଜାତିସଂଘର ପର୍ଯ୍ୟବେକ୍ଷକଙ୍କୁ ସେମାନେ ଆକ୍ରମଣ କରିଛନ୍ତି। ଏହି କାରଣରୁ, ଗୋଲାନ ହାଇଟ୍ସରେ ଉପସ୍ଥିତ ଥିବା ଲୋକମାନଙ୍କ ପାଇଁ ଇସ୍ରାଏଲ ଚିନ୍ତିତ।

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଚିନ୍ତା ପ୍ରକଟ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି- ଗତ ୨୪ଘଣ୍ଟା ମଧ୍ୟରେ ସଶସ୍ତ୍ର ବାହିନୀ ଇସ୍ରାଏଲ ସହ ଅଂଶୀଦାର ହୋଇଥିବା ସୀମାର ବଫର୍‌ ଜୋନାର ପ୍ରବେଶ କରିଛି । ଜାତିସଂଘର ପର୍ଯ୍ୟବେକ୍ଷକଙ୍କୁ ଆକ୍ରମଣ କରାଯାଉଛି। ୧୯୭୪ରେ ଇସ୍ରାଏଲ ଏବଂ ସିରିଆ ମଧ୍ୟରେ ହୋଇଥିବା ଚୁକ୍ତି ଭଙ୍ଗ ହୋଇପାରେ ବୋଲି ଇସ୍ରାଏଲ ଭୟ କରିଛି। ଗୋଲାନ ହାଇଟ୍ସରେ ରହୁଥିବା ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଚିନ୍ତା ଅଛି। ସିରିଆର ଆଭ୍ୟନ୍ତରୀଣ ବିବାଦରେ ଇସ୍ରାଏଲ ହସ୍ତକ୍ଷେପ କରିବ ନାହିଁ। ତେବେ ଇସ୍ରାଏଲ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହରଜୀ ହାଲେଭି କହିଛନ୍ତି ଯେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ। ଆମେ ପରିସ୍ଥିତି ଉପରେ ନଜର ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?