ମୁକ୍ତ ହେଲା ସିରିଆ…କେମିତି ଆଉ କିଏ କଲେ ଅସଦ ରାଜର ଅନ୍ତ!

ଦାମସକସ,୮।୧୨: ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ବିଦ୍ରୋହୀମାନେ ସିରିଆର ରାଜଧାନୀ ଦମିସ୍କକୁ କାବୁ କରିଛନ୍ତି। ସେନା ବିଦ୍ରୋହୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦ ଦେଶ ଛାଡି ପଳାୟନ କରିଛନ୍ତି। ସିରିଆର ସେନା କମାଣ୍ଡର ଅସଦ ସରକାରଙ୍କ ସମାପ୍ତି ଘୋଷଣା କରିଛନ୍ତି। ସିରିଆ ବିଦ୍ରୋହୀମାନେ ମଧ୍ୟ ରବିବାର ଘୋଷଣା କରିଛନ୍ତି ଯେ ବାଶାର ଅଲ-ଅସଦ ରାଜଧାନୀ ଛାଡି ପଳାଇଛନ୍ତି। ବିଦ୍ରୋହୀମାନେ ଦମସ୍କକୁ ମୁକ୍ତ କରିଛନ୍ତି। ପୋଲିସ ମୁଖ୍ୟାଳୟଠାରୁ ଆରମ୍ଭ କରି ଟିଭି ନେଟୱାର୍କ ପର୍ଯ୍ୟନ୍ତ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଅଛି। ବିଦ୍ରୋହୀଙ୍କ ତୋପ ଏବଂ ଟ୍ୟାଙ୍କ ଦମିସ୍କ ରାସ୍ତାରେ ପ୍ରତିଧ୍ୱନିତ ହେଉଛି।
ମିଲିଟାରୀ ଅପରେସନ କମାଣ୍ଡ ଟେଲିଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଆମେ ଦମିସ୍କ ସହରକୁ ଏକଛତ୍ରବାଦୀ ଶାସକ ବାଶାର ଅଲ-ଅସଦଙ୍କ ଠାରୁ ମୁକ୍ତ କରିଛୁ। ବିଶ୍ୱର ସମସ୍ତ ବିସ୍ଥାପିତଙ୍କ ପାଇଁ ଏକ ମୁକ୍ତ ସିରିଆ ଆପଣଙ୍କୁ ଅପେକ୍ଷା କରିଛି। ଏହାପୂର୍ବରୁ ବିଦ୍ରୋହୀମାନେ ରାଜଧାନୀରେ ପ୍ରବେଶ କରି ଦମିସ୍କର ଉତ୍ତରରେ ଥିବା କୁଖ୍ୟାତ ସୟଦନାୟା ସାମରିକ କାରାଗାରକୁ ନିୟନ୍ତ୍ରଣ କରିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଅଲ-ଜାଲଲି ରବିବାର ସକାଳେ ଏକ ରେକର୍ଡ ହୋଇଥିବା ବାର୍ତ୍ତାରେ କହିଛନ୍ତି ଯେ ସରକାର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ୱ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଅଛନ୍ତି।
ସୂଚନାଯୋଗ୍ୟ, ବାଶାର ଅଲ-ଅସଦ ଗତ ୨୪ବର୍ଷ ଧରି ସିରିଆ ଉପରେ ଶାସନ କରୁଥିଲେ। ସେ ସିରିଆରେ କ୍ଷମତା ପାଇଛନ୍ତି। ତାଙ୍କ ପିତା ଅଲ-ଅସଦ ହାଫେଜ ୨୯ବର୍ଷ ସିରିଆ ଉପରେ ଶାସନ କରିଥିଲେ। ତାଙ୍କ ସରକାର ରୁଷିଆ ଏବଂ ଅନ୍ୟାନ୍ୟ ଦେଶର ସହଯୋଗରେ ଚାଲିଥିଲା। କିନ୍ତୁ ଏଥର ତାଙ୍କ ସରକାର ଆବୁ ଜୁଲାନୀଙ୍କ ଝଡ଼ରେ ଉଡ଼ିଗଲା। ୨୦୦୦ରେ ବାଶାର ଅଲ-ଅସଦ ରାଷ୍ଟ୍ରପତି ହୋଇଥିଲେ। ବଶର ଅଲ-ଅସଦଙ୍କ ୧୧ ସେପ୍ଟେମ୍ବର ୧୯୬୫ରେ ଦମିସ୍କରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ପାଇଁ ସହମତି ହେଲେ ଇସ୍ରାଏଲ-ହମାସ, ୧୫ ମାସ ପାଇଁ ଯୁଦ୍ଧ ବନ୍ଦ

ନୂଆଦିଲ୍ଲୀ, ୧୫।୧: ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି...

ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

ବାଂଲାଦେଶରେ ରହି ବଡ଼ ଖେଳ କରିଦେଲେ ୟୁନୁସ୍‌, ଶେଖ ହାସିନାଙ୍କ…

ଢାକା,୧୫।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭଣଜା ଏବଂ ଲେବର ପାର୍ଟି ସାଂସଦ ଟ୍ୟୁଲିପ ସିଦ୍ଦିକି ମଙ୍ଗଳବାର ବ୍ରିଟେନର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।...

ୟୁକ୍ରେନ୍‌ ପାଇଁ ଆଉ ନୂଆ ଏକ ଚ୍ୟାଲେଞ୍ଜ

ସିଓଲ,୧୫।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

ଚିନ୍ତାରେ ପଡିଲା ୟୁକ୍ରେନ୍‌, ନୂଆ ଚ୍ୟାଲେଞ୍ଜ ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟ

ସିଓଲ,୧୪।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri