ଲୟୋଲାରେ ସିନର୍ଜୀ -୨୦୨୨

ଭୁବନେଶ୍ୱର, ୭।୮(ବ୍ୟୁରୋ): ଲୟୋଲା ସ୍କୁଲ ପରିସରରେ ଶନିବାର ଷଷ୍ଠ ବାର୍ଷିକ ପ୍ରଦର୍ଶନୀ ସିନର୍ଜୀ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ଦୁଇ ବର୍ଷ ପରେ ନିଜ ଲୁକ୍‌କାୟିତ ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଏହି ପ୍ରଦର୍ଶନୀକୁ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ଭିକ୍ଟର ଏଫ୍‌. ମିସ୍‌କୁଇଥ ଉଦ୍‌ଘାଟନ କରି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ କେତେକ ପରାମର୍ଶ ଦେଇଥିଲେ। ପିଲାଙ୍କ ସୃଜନଶୀଳତା ଓ ଅନ୍ତର୍ନିହିତ ପ୍ରତିଭାର ବିକାଶ ସାଧନ ପାଇଁ ସିନର୍ଜି ଏକ ପ୍ରକୃଷ୍ଠ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ।
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ନିଜେ ପ୍ରସ୍ତୁତ କରିଥିବା ବିଭିନ୍ନ ମଡେଲ, ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପିଲାଙ୍କ ଦ୍ୱାରା ବିଭିନ୍ନ ସଚେତନାମୂଳକ କାର୍ଯ୍ୟକ୍ରମ, ପରିବେଶ, ବିଜ୍ଞାନ ଓ କଳାକୌଶଳର ବିକାଶ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ନିଆରା ଥିଲା। ହାତ ତିଆରି ରୋବର୍ଟ ଥିଲା ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ। ବିଦ୍ୟାଳୟର ଉଦୀୟମାନ ବାଳିକା ବାଳକଙ୍କ ଉଚ୍ଚକୋଟୀର ଚିନ୍ତାଧାରାକୁ ଦର୍ଶକ ଓ ଅତିଥିମାନେ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri