୩୦% କମିଲା ସିଲାବସ୍‌

ଭୁବନେଶ୍ୱର,୨୬।୮(ବ୍ୟୁରୋ): କରୋନା ପାଇଁ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କମିଲା ସିଲାବସ୍‌। ୩୦% ସିଲାବସ୍‌ ହ୍ରାସ ହୋଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ସୂଚନା ଦେଇଛନ୍ତି। ତେବେ ୩ଟି କମିଟିର ସୁପାରିଶ ଆଧାରରେ ସିଲାବସ୍‌କୁ କମ୍‌ କରାଯାଇଛି। ନୂଆ ସିଲାବସ୍‌ ବୋର୍ଡ, ସିବିଏସ୍‌ଇ, ଏସ୍‌ସିଇଆର୍‌ଟି ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।