Categories: Home Leftଖେଳ

୬ଟି ଚୌକା, ୪ଟି ଛକା…ଓଡ଼ିଶା ବୋଲରଙ୍କ ହୋସ ଉଡ଼ାଇଲେ ଉର୍ଭିଲ ପଟେଲ! SMAT ରେ CSK ଖେଳାଳିଙ୍କ ଦମଦାର୍‌ ଇନିଂସ

ନୂଆଦିଲ୍‌ଲୀ,୧୪।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରୁ ହିଁ କିଛି ବ୍ୟାଟ୍ସମ୍ୟାନ ସେମାନଙ୍କର ଦମ୍‌ ଦେଖାଇଛନ୍ତି। ଏଥିରେ ଗୁଜୁରାଟର ୱିକେଟକିପର ବ୍ୟାଟ୍ସମ୍ୟାନ ଉର୍ଭିଲ ପଟେଲ ମଧ୍ୟ ସାମିଲ ଅଛନ୍ତି। ସେ ନିଜ ବ୍ୟାଟ ଜରିଆରେ ଧମାକା ମଚାଇ ଦେଇଛନ୍ତି। ଉର୍ଭିଲ ନିଜ ଦଳ ପାଇଁ ଏକ ଉପଯୋଗୀ ଇନିଂସ ଖେଳି ଜବରଦସ୍ତ ଅନ୍ଦାଜରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗୁଜୁରାଟର ମୁକାବିଲା ଓଡ଼ିଶା ବିପକ୍ଷରେ ହୋଇଥିଲା। ଏହି ମୁକାବିଲାରେ ଉର୍ଭିଲ ଚମକି ଉଠିଛନ୍ତି। ଗତ କିଛି ମାସ ତାଙ୍କ ପାଇଁ ବହୁତ ଭଲ ରହିଛି। ସମ୍ପ୍ରତି ରଣଜୀ ଟ୍ରଫିରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହା କୌଣସି ନା କୌଣସି ପ୍ରକାରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମଧ୍ୟ ଏକ ଭଲ ଖବର ଅଟେ।

ଉର୍ଭିଲ ପଟେଲ ଆଉ ଥରେ ନିଜ ବ୍ୟାଟିଂ ଜରିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଓଡ଼ିଶା ବିରକ୍ଷରେ ୩୦ଟି ବଲରେ ୬୨ ରନ ସଂଗ୍ରହ କରିଛନ୍ତି। ନିଜର ଏହି ବିପଜ୍ଜନକ ଇନିଂସରେ ସେ ୬ଟି ଚୌକା ଏବଂ ୪ଟି ଛକା ମାରିଛନ୍ତି। ସେ ୨୦୬.୬୭ ର ଷ୍ଟ୍ରାଇକ ହାରରେ ବ୍ୟାଟିଂ କରି ଓଡ଼ିଶା ବୋଲରମାନଙ୍କର ହୋସ ଉଡ଼ାଇ ଦେଇଛନ୍ତି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଏହି ମୁକାବିଲାରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରିଥିଲା। ଦଳର ଆରମ୍ଭ ବେଶ ଚମତ୍କାର ରହିଥିଲା। ଉର୍ଭିଲଙ୍କୁ ସୁଭ୍ରାଂଶୁ ସେନାପତି ୬୨ ରନ ସ୍କୋରରେ ଆଉଟ କରିଥିଲେ। ଯଦିଓ ସେତେବେଳକୁ ସେ ଦଳ ପାଇଁ ନିଜର କାମ ସାରିସାରିଥିଲେ।

ଆପଣଙ୍କୁ ଜଣାଇଦେଉଛୁ ଯେ, ଉର୍ଭିଲ ୨୦୨୪ ର ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ବେଶ ଧମାକା ମଚାଇଥିଲେ। ସେ ତ୍ରିପୁରା ବିରକ୍ଷରେ କେବଳ ୨୮ଟି ବଲ୍ରେ ଶତକ ଅର୍ଜନ କରି ଇତିହାସ ରଚିଥିଲେ। ତାଙ୍କର ଅପରାଜିତ ୧୧୩ ରନ ର ଇନିଂସକୁ ଆଜି ବି ମନେ ରଖାଯାଏ। ଉର୍ଭିଲ ଆଇପିଏଲ ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଏକ ଅଂଶ ଅଟନ୍ତି।

ସମ୍ପ୍ରତି ରଣଜୀ ଟ୍ରଫିରେ ମଧ୍ୟ ଉର୍ଭିଲ ପଟେଲ ନିଜ ବ୍ୟାଟିଂ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିଲେ। ସେ କେରଳ ବିରକ୍ଷରେ ଶତକ ହାସଲ କରିଥିଲେ। ସେ ୧୦୯.୯ ର ଷ୍ଟ୍ରାଇକ ହାରରେ ବ୍ୟାଟିଂ କରିଥିଲେ। ମୁକାବିଲାରେ ଉର୍ଭିଲ ୬ ନମ୍ୱର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଆସିବାକ୍ଷଣି ଦ୍ରୁତ ବ୍ୟାଟିଂ କରିବା ଆରମ୍ଭ କରିଦେଇଥିଲେ। ଉର୍ଭିଲ କେବଳ ୯୧ଟି ବଲ୍ରେ ସେଞ୍ଚୁରୀ ପୂରା କରିଥିଲେ। ଶତକ ପୂରା କରିବା ପାଇଁ ସେ ୧୧ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ତାଙ୍କ ପାଇଁ ରଣଜୀ ଟ୍ରଫି ୨୦୨୬-୨୭ ସିଜନ ବହୁତ ଚମତ୍କାର ରହିଛି। ନିଜ ଦଳ ପାଇଁ ସେ ବଡ଼ ବଡ଼ ଅବସରରେ ଉପଯୋଗୀ ଇନିଂସ ଖେଳିଛନ୍ତି। ଉର୍ଭିଲ ନିଜର ଫର୍ମ ବଜାୟ ରଖିଛନ୍ତି। ଏବେ ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ସେ ଧମାକା ମଚାଉଛନ୍ତି। ସେ ଯଦି ଏହିଭଳି ପ୍ରଦର୍ଶନ ଜାରି ରଖନ୍ତି, ତେବେ ସେ ଟିମ ଇଣ୍ଡିଆରେ ମଧ୍ୟ ସ୍ଥାନ ପାଇପାରନ୍ତି।

Share