ରିଜ୍‌ଭିଙ୍କ ଧୈର୍ଯ୍ୟ ଶେଷ

ସୟଦ ଅଲି ମୁର୍ତାଜା ରିଜ୍‌ଭି ଆଠ ବର୍ଷ ପୂର୍ବରୁ ଚାକିରି ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି, ଯାହା ତେଲଙ୍ଗାନା ସଚିବାଳୟକୁ ଚିନ୍ତାରେ ପକାଇଦେଇଛି । ରିଜଭି ଜଣେ ବରିଷ୍ଠ ତଥା ଯୋଗ୍ୟ ବାବୁ ଏବଂ ଦୁଇଟି ସମ୍ବେଦନଶୀଳ ବିଭାଗ ଯଥା ରାଜସ୍ବ ଏବଂ ଜିଏଡି (ରାଜନୈତିକ)ର ନେତୃତ୍ୱ ନେଇଛନ୍ତି । ତେବେ ତାଙ୍କ ଭିଆର୍‌ଏସ୍‌ ଘୋଷଣା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟର କଥା। ସରକାରଙ୍କ ତରଫରୁ ଏହାକୁ ‘ବ୍ୟକ୍ତିଗତ ଉଦ୍ଦେଶ୍ୟ’ ବୋଲି ଦର୍ଶାଗଲେ ମଧ୍ୟ ରିଜଭିଙ୍କ ଦୁଇ ବର୍ଷ ମଧ୍ୟରେ ଚାରି ଥର ବଦଳି ହେବା ‘ଯଥେଷ୍ଟ ପଦକ୍ଷେପ’ ବୋଲି କୁହାଯାଉଛି। ଏମିତି ହେଲେ ଜଣେ ସହନଶୀଳ ବାବୁଙ୍କର କେତେଦିନ ଧୈର୍ଯ୍ୟ ରହିବ? ପର୍ଯ୍ୟବେକ୍ଷକଙ୍କ ମତରେ, ରାଜନୈତିକ ହସ୍ତକ୍ଷେପ ଏହି ଅସ୍ଥିରତାକୁ ତ୍ୱରାନ୍ବିତ କରିଥାଇପାରେ। ବିଡ଼ମ୍ବନାର ବିଷୟ, ଯେଉଁ ରାଜନୈତିକ ବର୍ଗ ରିଜଭିଙ୍କ ସ୍ଥିତିକୁ ଅସ୍ଥିର କରିଥିଲେ, ତାହା ଏବେ ତାଙ୍କର ପ୍ରସ୍ଥାନକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଅବକାରୀ ମନ୍ତ୍ରୀ ରାଜ୍ୟ ମୁଖ୍ୟ ସଚିବଙ୍କୁ ତାଙ୍କ ଭିଆର୍‌ଏସ୍‌ ଆବେଦନକୁ ଗ୍ରହଣ ନ କରିବାକୁ ଅନୁରୋଧ କରୁଥିବା ଜଣାପଡ଼ିଛି। ବାବୁଙ୍କୁ ଦୋଷ ଦେବା ଓ ଭିଆର୍‌ଏସ୍‌ ଅବେଦନ ପରେ ପୁଣି ଫେରାଇ ଆଣିବାକୁ ଚାହିଁବା ଘଟଣା ନିଶ୍ଚିତ ଭାବେ ଏକ ନିଆରା ଉଦାହରଣ। ସମ୍ପୂର୍ଣ୍ଣ ଅଧ୍ୟାୟ ତେଲଙ୍ଗାନାରେ ବାବୁ ଏବଂ ରାଜନୀତି ମଧ୍ୟରେ ଥିବା ଅସ୍ବାଭାବିକ କାର୍ଯ୍ୟକଳାପକୁ ପ୍ରକାଶ କରେ, ଯେଉଁଠାରେ ଯୋଗ୍ୟତା ଏବଂ ନିୟମିତତା ପ୍ରାୟତଃ ମନ୍ତ୍ରୀଙ୍କ ମନୋଭାବର ଶିକାର ହେଉଛି। ଯଦି ରିଜ୍‌ଭି ବିଦାୟ ନିଅନ୍ତି, ତେବେ ମନେରଖିବାକୁ ହେବ ଯେ ଭାରତର ବାବୁସାମ୍ରାଜ୍ୟ ନୀରବରେ ପ୍ରତିଭାଙ୍କୁ ହରାଉଛି।
ଓ୍ବାଚ୍‌ଡଗ୍‌ଙ୍କ ନୀରବତା
ଦୁର୍ନୀତି ରୋକିବା ପାଇଁ ଯେତେବେଳେ ଭାରତରେ ଲୋକପାଳ ସୃଷ୍ଟି ହେଲା, ସେତେବେଳେ ନୈତିକତା ଦୃଷ୍ଟିକୋଣରୁ ଏହାକୁ ଏକ ଖୋଲା ଖଣ୍ଡା ବୋଲି କୁହାଯାଇଥିଲା। ହେଲେ ଏକ ଦଶନ୍ଧି ପରେ ଦେଖାଯାଉଛି ଯେ, ଖଣ୍ଡାଟି ବିଏମ୍‌ଡବ୍ଲ୍ୟୁ ପାଇଁ ବ୍ୟବହାର ହୋଇଛି। ଦେଶର ସର୍ବୋଚ୍ଚ ଦୁର୍ନୀତି ବିରୋଧୀ ସଂସ୍ଥା ୬ ବର୍ଷ ମଧ୍ୟରେ ମୋଟ ସାତଟି ମାମଲା ରୁଜୁ କରିଥିଲେ ମଧ୍ୟ ବିଳାସପୂର୍ଣ୍ଣ କାର୍‌ ଉପରେ ଅଧିକ ଖର୍ଚ୍ଚ କରିଛି। ଏକଦା କମ୍ପଟ୍ରୋଲର ଅଡିଟର ଜେନେରାଲ (ସିଏଜି ) ସରକାରରେ ଭୟ ସୃଷ୍ଟି କରିଥିଲା। ୨ଜି ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୁର୍ନୀତି ସାମ୍‌ନାକୁ ଆଣିଥିଲା। ସେତେବେଳେ ଅଡିଟ ରିପୋର୍ଟଗୁଡ଼ିକ କ୍ଷମତା କେନ୍ଦ୍ରକୁ ଦୋହଲାଇ ଦେଇଥିଲା। ଏବେ ସମ୍ପୂର୍ଣ୍ଣ ଶାନ୍ତ। ସିଏଜି ଏବେ ମଧ୍ୟ ଅଡିଟ କରୁଛି, ହେଲେ ତାହାର ଆଉ ସେହି ତୀକ୍ଷ୍‌ଣ ଧାର ନାହିଁ । ନୀରବତା ଏହି ସଂସ୍ଥାଗୁଡ଼ିକୁ ଗ୍ରାସକରିଛି। ହ୍ବିସିଲବ୍ଲେୟାରଙ୍କୁ ନିରୁତ୍ସାହିତ କରାଯାଉଛି, ଆଇନର ସ୍ବଚ୍ଛତା ରହୁନାହିଁ ଏବଂ ଭିଜିଲାନ୍ସ ସଂସ୍ଥାଗୁଡ଼ିକ ଏପରି କାର୍ଯ୍ୟ କରୁଛନ୍ତି ଯେପରି ତଦାରଖ ସେମାନଙ୍କ ପାଇଁ ଏକ ଇଚ୍ଛାଧୀନ ବିଷୟ । ଲୋକପାଳ ଆଇନ, ଯାହାକୁ ପୂର୍ବରୁ ନାଗରିକ ସକ୍ରିୟତାର ବିଜୟ ଭାବରେ ପ୍ରଚାର କରାଯାଇଥିଲା, ଏବେ ଅମଲାତାନ୍ତ୍ରିକ କାର୍ଯ୍ୟ ଭଳି ମନେହେଉଛି। ତେବେ ଓ୍ବାଚ୍‌ଡଗ୍‌ଗୁଡ଼ିକ ପଦକ୍ଷେପ ନେବା ପାଇଁ ଦକ୍ଷତା ହରାଇଲେଣି। ଯେଉଁସବୁ ସଂସ୍ଥା ପୂର୍ବରୁ କ୍ଷମତାର ଅପବ୍ୟବହାର ପାଇଁ କ୍ରୋଧିତ ହୋଇଥିଲେ, ସେମାନେ ଏବେ ସେମାନଙ୍କ ଏୟାରକଣ୍ଡିସନଡ, ଡ୍ରାଇଭର-ଚାଳିତ ବିଳାସପୂର୍ଣ୍ଣ କାରରେ ଯିବାରେ ସନ୍ତୁଷ୍ଟ ଥିବା ଭଳି ମନେହୁଏ। ଯଦି ଲୋକପାଳ ଏବଂ ସିଏଜି ଆମର ସଂସ୍ଥାଗତ ପ୍ରହରୀ , ତେବେ ସେମାନେ ବ୍ୟୟବହୁଳ ତଥା ଆରାମଦାୟକ ଯାତ୍ରା ବଦଳରେ ତାହାକୁ ସରଳ କରିବାକୁ ବିଚାର କରିପାରନ୍ତି। ଏହା ସେମାନଙ୍କୁ ପ୍ରକୃତରେ ଦୁର୍ନୀତି ହେଉଥିବା ସ୍ଥାନକୁ ଯିବାରେ ସାହାଯ୍ୟ କରିପାରେ।
ଟୁଇଟ୍‌ ଓ ସ୍ଥାନାନ୍ତର
ନିୟମିତ ବ ବଦଳି କରାଯାଉଛି ବୋଲି ବାବୁମାନେ କହୁଥିବାବେଳେ କେହି ଏହା ପ୍ରତି ଧ୍ୟାନ ଦେଉ ନ ଥିବା ମନେ କରନ୍ତି। ଏଥର ଦୁଇଜଣ ବରିଷ୍ଠ କଷ୍ଟମ୍ସ ଅଧିକାରୀଙ୍କୁ ହଠାତ୍‌ ବଦଳି କରାଯିବା ବାବୁ କରିଡରରେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ସରକାରଙ୍କ ପାଇଁ ଲଜ୍ଜାର କାରଣ ପାଲଟିଛି। ଏସବୁ ଆରମ୍ଭ ହୋଇଥିଲା ଯେତେବେଳେ ରପ୍ତାନିକାରୀ ଏବଂ ଆମଦାନୀକାରୀଙ୍କ ମଧ୍ୟରେ ବିବାଦ ଏକ୍ସ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା, ଯାହା ଅର୍ଥ ମନ୍ତ୍ରଣାଳୟକୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଥିଲା। ମନ୍ତ୍ରଣାଳୟର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ତଥା ଜଣେ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ ତଦନ୍ତ କରିଥିଲେ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବୋର୍ଡ ସର୍ବଦା ନିଜ କ୍ଷେତ୍ରକୁ ସୁରକ୍ଷା ଦେଇ କିଛି କରୁ ନ ଥିଲା। ଏହା ଯୁକ୍ତି ବାଢ଼ିଥିଲା ଯେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ଭିଜିଲାନ୍ସ ଏପରି ମାମଲାଗୁଡ଼ିକୁ ପରିଚାଳନା କରିବା ଉଚିତ। ଏଣୁ ନିଲମ୍ବନ କିମ୍ବା ଓପଚାରିକ ତଦନ୍ତ ପରିବର୍ତ୍ତେ, ଦୁଇ ଅଧିକାରୀଙ୍କୁ ଅଫିସର୍ସ ଅନ୍‌ ସ୍ପେଶିିଆଲ ଡ୍ୟୁଟି ଭାବରେ ଦିଲ୍ଲୀରେ ପୁନଃ ଅବସ୍ଥାପିତ କରାଯାଇଛି। ବୋର୍ଡ ହୁଏତ ତୁରନ୍ତ ଲଜ୍ଜାକୁ ଏଡାଇ ଦେଇଥାଇପାରେ, କିନ୍ତୁ ସେଠାରେ କାର୍ଯ୍ୟରତ ଲୋକ କହୁଛନ୍ତି ଯେ ମନ୍ତ୍ରଣାଳୟ ଏଥିରେ ଖୁସି ନୁହେଁ। ଏହି ଘଟଣା ସ୍ବାଧୀନତା ଏବଂ ଉତ୍ତରଦାୟିତ୍ୱ ମଧ୍ୟରେ ଥିବା ଅସହଜ ସନ୍ତୁଳନକୁ ପ୍ରକାଶ କରୁଛି। ଶେଷରେ ସ୍ଥାନାନ୍ତର କରାଗଲା ସିଷ୍ଟମକୁ ସ୍ବଚ୍ଛ ନ କରି କୋଳାହଳକୁ ନିୟନ୍ତ୍ରଣ କରାଯାଇଛି। କାରଣ ସରକାରୀ କ୍ଷେତ୍ରରେ ଏଭଳି ପଦକ୍ଷେପ କେବେ ବି ସମସ୍ୟାର ସମାଧାନ କରିପାରିବ ନାହିଁଁ, ବରଂ ଏହା କେବଳ ଚାଲିଥିବା ଧାରାକୁ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri