Posted inଫୁରସତ

ସ୍ବିଜରଲାଣ୍ଡ

ୟୁରୋପୀୟ ଦେଶ ସ୍ବିଜରଲାଣ୍ଡ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବଦା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଜାଣିବା ଏହି ଦେଶ ସମ୍ପର୍କରେ ଅନେକ ରୋଚକ ତଥ୍ୟ…
ଦେଶର ପ୍ରାୟ ୬୦% ଭୂମି ଆଲ୍‌ପସ୍‌ ପର୍ବତମାଳା ଦ୍ୱାରା ଘେରି ହୋଇ ରହିଛି। ତେଣୁ ଏଠାରେ ଖୁବ୍‌ ସୁନ୍ଦର ସୁନ୍ଦର ପର୍ବତ, ନଦୀ, ହ୍ରଦର ଦୃଶ୍ୟ ଦେଖିବାକୁ ମିଳେ।
ଇନୋଭେଶନ୍‌ ଇଣ୍ଡେକ୍ସ ରିପୋର୍ଟ ମୁତାବକ ୮ ବର୍ଷ ହେବ ପ୍ରତିବର୍ଷ ସ୍ବିଜରଲାଣ୍ଡକୁ ପୃଥିବୀର ସବୁଠୁ ଅଭିନବୀକରଣ ଦେଶର ମାନ୍ୟତା ମିଳିଆସୁଛି।
ଦେଶରେ ବହୁ ସଂଖ୍ୟାରେ ହ୍ରଦ ରହିଥିବା ବେଳେ ଜେନେଭା ହେଉଛି ସବୁଠାରୁ ବଡ଼ ହ୍ରଦ, ଯାହାକି ୫୯୦.୦୩ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।
ଦେଶରେ ଅପରାଧ ସଂଖ୍ୟା ବହୁତ କମ୍‌। ସେଠାରେ ପ୍ରାୟ ସମସ୍ତଙ୍କ ପାଖରେ ବ୍ୟକ୍ତିଗତ ବନ୍ଧୁକ ରହିଛି।
ଏବଂ ଫିନ୍‌ଲାଣ୍ଡ ପରେ ସ୍ବିଜରଲାଣ୍ଡକୁ ଦେଶର ସବୁଠୁ ଖୁସି ଦେଶ ବୋଲି କୁହାଯାଏ।
ସବୁଠୁ ବଡ଼ ନ୍ୟୁକ୍ଲିଅର୍‌ ଶେଲ୍ଟର ସୋନେନବର୍ଗ ଟନେଲ୍‌ ସ୍ବିଜରଲାଣ୍ଡରେ ରହିଛି। ଏହି ସୁଡ଼ଙ୍ଗକୁ ଏପରି ଭାବେ ଡିଜାଇନ୍‌ କରାଯାଇଛି, ଯେଉଁଠାରେ କୌଣସି ବାହ୍ୟ ଶତ୍ରୁ ଆକ୍ରମଣ ଏମିତିକି ପରମାଣୁ ବୋମା ବିସ୍ଫୋରଣ ସମୟରେ ପ୍ରାୟ ୨୦,୦୦୦ ଲୋକ ଆଶ୍ରୟ ନେଇପାରିବେ।
ଦେଶରେ ରବିବାର ଦିନ ବଡ଼ ପାଟି କରିବା, ହାତୁଡ଼ି ବାଡ଼ାଇବା ଭଳି କୌଣସି ଶବ୍ଦ କରୁଥିବା କାମ, ବାହାରେ ଲୁଗା ଶୁଖାଇବା ଭଳି କାର୍ଯ୍ୟ କରିବା ମନା। ଏହିଦିନ ଘର ଭିତରେ ଆରାମରେ ରହି ଖାଇବା, ଶୋଇବା, ବହି ପଢ଼ିବା କିମ୍ବା ପରିବାର ଓ ସାଙ୍ଗସାଥୀ ସହ ମଜା କରିପାରିବେ।
କେବଳ ଦୁଇଟି ଦେଶ ଭାଟିକାନ୍‌ ସିଟି ଏବଂ ସ୍ବିଜରଲାଣ୍ଡର ଜାତୀୟ ପତାକା ବର୍ଗାକାର।
ଦେଶର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମାତ୍ର ଏକ ବର୍ଷ। ତେଣୁ ସେଠାରେ ପ୍ରତିବର୍ଷ ସଂଘୀୟ ବିଧାନସଭା ଦ୍ୱାରା ରାଷ୍ଟ୍ରପତି ଚୟନ କରାଯାଇଥାଏ।
ବର୍ନର୍ସ ଲି ୧୯୮୯ରେ ଏହି ଦେଶରେ ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌ ଆବିଷ୍କାର କରିଥିଲେ।
ଦେଶରେ ପୃଥିବୀର ସବୁଠୁ ଭଲ ସାର୍ବଜନୀନ ପରିବହନ ବ୍ୟବସ୍ଥା ରହିଛି। ଅର୍ଥାତ୍‌ ଏହି ଦେଶରେ ଗୋଟିଏ ଟିକେଟ୍‌ରେ କାର୍‌, ବସ୍‌ ଏବଂ ଟ୍ରେନ୍‌ରେ ଯାତ୍ରା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri