‘ସୁଇସାଇଡ୍‌ ମେସିନ’କୁ ସୁଇଜରଲାଣ୍ଡରେ ମିଳିଲା ଅନୁମତି

ବର୍ନ,୮।୧୨: ‘ସୁଇସାଇଡ୍‌ ମେସିନ’ ବ୍ୟବହାରକୁ ୟୁରୋପୀୟ ଦେଶ ସୁଇଜରଲାଣ୍ଡ ସରକାର ଆଇନଗତ ଅନୁମୋଦନ ଦେଇଛନ୍ତି। ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ, ଏହି ମେସିନ ଛୁଇଁରେ ଯେକୌଣସି ବ୍ୟକ୍ତି ୧ ମିନିଟ ମଧ୍ୟରେ ବିନା କୌଣସି ଯନ୍ତ୍ରଣାରେ ମୃତ୍ୟୁବରଣ କରିବେ।
ଏହି ଆତ୍ମହତ୍ୟା ସହାୟତା ଯନ୍ତ୍ର ନାଁ ରହିଛି ‘ସାର୍କୋ କ୍ୟାପସୁଲ’। ସାର୍କୋ ହେଉଛି ଏକ ଥ୍ରୀଡି ମୁଦ୍ରିତ କ୍ୟାପସୁଲ। ଅଷ୍ଟ୍ରେଲିଆରେ ଅବସ୍ଥିତ ଏକ ଅଣ-ଲାଭକାରୀ ସଂସ୍ଥା ଏକଜିଟ ଇଣ୍ଟରନ୍ୟାସନାଲ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ସ୍ବିସ୍‌ଇଫୋ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସାର୍କୋ କ୍ୟାପସୁଲ ଭିତରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ସକ୍ରିୟ କରିପାରିବ ଏବଂ ଏହାକୁ ସହଜରେ ଯେକୌଣସି ସ୍ଥାନକୁ ନିଆଯାଇପାରିବ। ଏକଜିଟ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଡକ୍ଟର ଫିଲିପ ନିଚେକ ଏହାକୁ ପ୍ରସ୍ତୁତ କରିଛନ୍ତି। ସ୍ବିସ୍‌ଇଫୋକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ପୋଡଟି କଫିନ ପରି ଆରାମଦାୟକ ହେବା ଭଳି ଡିଜାଇନ କରାଯାଇଛି। ବ୍ୟକ୍ତି ଜଣକ କ୍ୟାପସୁଲ ଭିତରେ ଶୋଇଥିବେ ଏବଂ ତାଙ୍କୁ କିଛି ପ୍ରଶ୍ନ ପଚରାଯିବ। ପ୍ରକ୍ରିୟା ବଟନ ଦବାଇବା ପାଇଁ ସମୟ ଦିଆଯିବ।
ଏହି ଆତ୍ମହତ୍ୟା ପୋଡ ଚକିତ ଏବଂ ଭୟାନକ ହୋଇପାରେ, କିନ୍ତୁ ସ୍ବିଜରଲ୍ୟାଣ୍ଡରେ ଆତ୍ମହତ୍ୟା ଆଇନଗତ ଅଟେ। ଏହି ପଦ୍ଧତି ମାଧ୍ୟମରେ ପ୍ରାୟ ୧୩୦୦ ଲୋକଙ୍କର ମତ୍ୟୁ ଘଟିଛି। ଏହି ବ୍ୟକ୍ତି ମାନଙ୍କୁ ତରଳ ସୋଡିୟମ ପେଣ୍ଟୋବାର୍ବିଟାଲ ଇଞ୍ଜେକ୍ସନ ଦିଆଯାଇଥିଲା। ଏହି କାରଣରୁ ବ୍ୟକ୍ତି ଦୁଇରୁ ପାଞ୍ଚ ମିନିଟରେ ଶୋଇପଡେ। ତା’ପରେ ସେ ଏକ ଗଭୀର କୋମାରେ ପଡ଼ି ମୃତ୍ୟୁବରଣ କରନ୍ତି।
‘ସାର୍କୋ କ୍ୟାପସୁଲ’ ପ୍ରକ୍ରିୟାରେ, ବଟନ ଦବାଇବା ପରେ କ୍ୟାପସୁଲ ନାଇଟ୍ରୋଜେନରେ ଭରିଯିବ। ଏହା ୩୦ ସେକେଣ୍ଡରେ ଅମ୍ଳଜାନ ସ୍ତରକୁ ୨୧ ପ୍ରତିଶତରୁ ୧ ପ୍ରତିଶତକୁ ହ୍ରାସ କରିବ ଏବଂ ତା’ପରେ ବ୍ୟକ୍ତି ଅଳ୍ପ ସମୟ ମଧ୍ୟରେ ମୃତ୍ୟୁବରଣ କରିବେ। ଫିଲିପ କହିଛନ୍ତି, ବ୍ୟକ୍ତି ଜଣକ ଟିକେ ବିବ୍ରତ ଅନୁଭବ କରିବେ ଏବଂ ଚେତନା ହରାଇବା ପୂର୍ବରୁ ଟିକେ ଆନନ୍ଦ ଅନୁଭବ କରିବେ। ଚେତନା ହରାଇବାର ୫-୧୦ ମିନିଟ ପରେ ମୃତ୍ୟୁ ଘଟିବ। ଭିତରେ ପଡ଼ିଥିବା ବ୍ୟକ୍ତି ଏହି ସମଗ୍ର ପ୍ରକ୍ରିୟା ସମୟରେ କୌଣସି ଭୟ କିମ୍ବା ଶ୍ୱାସରୁଦ୍ଧ ଅନୁଭବ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri