ଫିଲ୍ମ ପାଇଁ ରିୟଲରେ କ୍ୟାମେରା ସମ୍ମୁଖରେ ପ୍ରସବ କରିଥିଲେ ଏହି ଅଭିନେତ୍ରୀ

ଫିଲ୍ମକୁ ସୁପରହିଟ୍‌ କରିବା ପାଇଁ କଳାକାରଙ୍କଠାରୁ ଆରମ୍ଭ କରି ନିର୍ମାତା, ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମେସ୍ତ କଠିନ ପରିଶ୍ରମ କରିଥାନ୍ତି। ତେବେ ୯୦ ଦର୍ଶକର ଅଭିନେତ୍ରୀ ଶ୍ୱେତା ମେନନ ଏହି କାରଣ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏକ ମଜାଦାର କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶ୍ୱେତା ଜୀବନରେ ଏମିତି ଏକ ପଦକ୍ଷେପ ନେଇଥିଲେ ଯାହାକୁ ଶୁଣିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
ଶ୍ୱେତା ନିଜ ଫିଲ୍ମକୁ ସଫଳ କରିବା ପାଇଁ କ୍ୟାମେରା ସାମ୍ନାରେ ନିଜର ଡେଲିଭରି ଦୃଶ୍ୟ ଶୁଟିଂ କରିଥିଲେ। ଏହି ସମୟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ୨୦୧୩ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ହେଉଛି ‘ମାଲିମନୁ’। ଫିଲ୍ମର ଏହି ଲାଇଭ୍‌ ଡେଲିଭରିରର ଦୃଶ୍ୟ ୪୫ ମିନିଟ ଥିଲା। ନିର୍ଦ୍ଦେଶକ ଆଶୀର୍ବାଦ ଶ୍ୱେତାଙ୍କ ପିଲା ଜନ୍ମର ଲାଇଭ୍‌ ରେକର୍ଡ କରିଥିଲେ। ଏହା ଫିଲ୍ମର ଏକ ବିଶେଷ ଅଂଶ ଥିଲା।
ଫିଲ୍ମର ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଶ୍ୱେତା ୫ ମାସର ଗର୍ଭବତୀ ଥିବା ସମୟରୁ ସେ ଡେଲିଭରି ରେକର୍ଡିଂ ଆରମ୍ଭ କରିଥିଲେ। ଏହି ଦୃଶ୍ୟ ନାନାବତୀ ଡାକ୍ତରଖାନାରେ ଲାଇଭ ରେକଡିଂ ହୋଇଥିଲା। ଏଥିପାଇଁ ନିର୍ଦ୍ଦେଶକ ତିନୋଟି କ୍ୟାମେରା ବ୍ୟବହାର କରିଥିଲେ। ଫିଲ୍ମର ପ୍ରଡକ୍ସନ ଟିମ୍‌ର ଶୁଟିଂ ସମୟରେ ଡାକ୍ତରଖାନାର ଡାକ୍ତର ଏବଂ ନର୍ସଙ୍କ ବ୍ୟତୀତ ତିନିଜଣ ସଦସ୍ୟ ରହିଥିଲେ।
୧୯୯୦ ରେ, ଶ୍ୱେତା ମାଲାୟାଲମ ଫିଲ୍ମରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ । କିଛି ଫିଲ୍ମରେ କାମ କରିବା ପରେ ସେ ଅଭିନୟ ଜଗତ ଛାଡି ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ। ୧୯୯୪ ରେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୦୬ ରେ, ସେ ପୂନର୍ବାର ମାଲାୟାଲମ ଫିଲ୍ମରେ କାମ କରିଥିଲ।
ଶ୍ୱେତା ଫିଲ୍ମ ବ୍ୟତୀତ ଅନେକ ଟିଭି ଶୋ, ପୁରସ୍କାର କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆଙ୍କରିଂ କରନ୍ତି। ୨୦୧୧ରେ ସେ ମୁମ୍ବାଇରେ ରହୁଥିବା ଶ୍ରୀଭାଲସନ ମେନନଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri