୭ଫୁଟରୁ ଅଧିକ ଲମ୍ବର କନ୍ଦମୂଳ, ଦେଖିବାକୁ ଯୁବଚାଷୀଙ୍କ ଘରେ ଜମୁଛି ଭିଡ଼

ନିଶ୍ଚିନ୍ତକୋଇଲି,୧୧ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ନତକାଇ ଗ୍ରାମରେ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବାଡ଼ିରେ ୭ ଫୁଟ ୧୦ ଇଞ୍ଚ ଲମ୍ବର କନ୍ଦମୂଳ ଫଳିଛି। ଏତେ ବଡ଼ କନ୍ଦମୂଳ ହୁଏତ ବିରଳ। ଦୈନିକ ରୋଷେଇ ପାଇଁ ଦରକାର ହେଲେ ସେମାନେ ଗୋଟିଏ ଲେଖାଏ ମାଟିରୁ ତାଡ଼ି ରୋଷେଇ କରୁଛନ୍ତି ବୋଲି ସାବିତ୍ରୀ କୁହନ୍ତି।

 

ପ୍ରକାଶ ଯେ, ସାବିତ୍ରୀଙ୍କ ନାତି ସୂର୍ଯ୍ୟାଂଶୁ ରାଉତ ସବୁଜ ଅର୍ଗାନିକ୍‌ ନାମରେ ଏକ କମ୍ପାନୀ କରି ଜୈବିକ କୃଷି କରୁଛନ୍ତି। ଏହା ତାଙ୍କ ବାଡ଼ିରେ ଏକ ପରୀକ୍ଷା କରୁଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଏଭଳି କନ୍ଦମୂଳ ସେମାନେ ଜନ୍ମରୁ କେବେ ଦେଖି ନାହାନ୍ତି। ନିଜେ ସାବିତ୍ରୀ ବି ଆଶ୍ଚର୍ଯ୍ୟ ହୋଇଛନ୍ତି, ଏତେ ବଡ଼ କନ୍ଦମୂଳ ଦେଖି। ଗାଁରୁ ବିଭିନ୍ନ ଚାଷୀ ଆସି କନ୍ଦମୂଳ ଦେଖି ଖୁସି ହେଉଛନ୍ତି। ଅନେକ ଲୋକ କନ୍ଦମୂଳ ସହ ସେଲ୍‌ଫି ବି ନେଉଛନ୍ତି।