ଆଜି ଶପଥ ଗ୍ରହଣ

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେଡି ସରକାର ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟରଷ୍ଟ୍ରୋକ୍‌ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ପ୍ରଥମ ଥର ପାଇଁ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଶନିବାର ସକାଳୁ ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କୁ ଫୋନ କରାଯାଇ ଇସ୍ତଫା ଦେବାକୁ କୁହାଯାଇଥିଲା। ତଦନୁଯାୟୀ ମଧ୍ୟାହ୍ନ ୧୨ଟା ସୁଦ୍ଧା ୨୦ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ରବିବାର ପୂର୍ବାହ୍ନ ୧୧ଟା ୪୫ରେ ଲୋକସେବା ଭବନର କନ୍‌ଭେନଶନ ହଲ୍‌ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ୯ଜଣଙ୍କୁ ନବୀନଙ୍କ ନୂଆ ଟିମ୍‌ରେ ସ୍ଥାନ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେମାନେ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। ସେହିପରି ନବୀନ ନିଜ ମନ୍ତ୍ରିମଣ୍ଡଳରୁ ୧୧ ମନ୍ତ୍ରୀଙ୍କୁ ହଟାଇଥିବା କୁହାଯାଉଛି। ନୂଆ ଟିମ୍‌ରେ ଉପରୋକ୍ତ ୯ ମନ୍ତ୍ରୀଙ୍କ ସମେତ ୫ ପୂର୍ବତନ ମନ୍ତ୍ରୀ ଏବଂ ୭ ନୂଆ ମୁହଁଙ୍କୁ ମିଶାଇ ମୋଟ ୨୧ଜଣଙ୍କୁ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ୫ ପୂର୍ବତନ ମନ୍ତ୍ରୀ ହେଲେ ପ୍ରଦୀପ ଅମାତ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଓ ଉଷା ଦେବୀ। ସେହିପରି ୭ ନୂଆ ମୁହଁ ହେଲେ ରାଜେନ୍ଦ୍ର ଢୋଲକିଆ (ନୂଆପଡ଼ା), ରୋହିତ ପୂଜାରୀ (ରେଢ଼ାଖୋଲ), ଶ୍ରୀକାନ୍ତ ସାହୁ (ପୋଲସରା), ଅଶ୍ୱିନୀ ପାତ୍ର (ଜଳେଶ୍ୱର), ପ୍ରୀତିରଞ୍ଜନ ଘଡାଇ (ସୁକିନ୍ଦା), ରୀତା ସାହୁ (ବିଜେପୁର) ଏବଂ ବାସନ୍ତୀ ହେମ୍ବ୍ରମ୍‌ (କରଞ୍ଜିଆ)। ଏହି ୨୧ଜଣଙ୍କ ମଧ୍ୟରୁ ୧୩ଜଣ ଅର୍ଥାତ୍‌ ପ୍ରଦୀପ ଅମାତ, ପ୍ରତାପ ଦେବ, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ନବକିଶୋର ଦାସ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିବା ସମ୍ଭାବନା ରହିଛି। ଏଥିସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ବିକ୍ରମ କେଶରୀ ଆରୁଖ ବାଚସ୍ପତି, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳର ମୁଖ୍ୟ ସଚେତକ ଓ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉପମୁଖ୍ୟ ସଚେତକ ହୋଇପାରନ୍ତି।
କେଉଁମାନେ ମନ୍ତ୍ରୀ ହେବେ ସେ ନେଇ ଶନିବାର ଦିନତମାମ କଳ୍ପନାଜଳ୍ପନା ଚାଲିଥିଲା। ଫୋନ କଲ୍‌କୁ ନେଇ ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ଅପରାହ୍ନ ୫ଟାରୁ ବିଧାୟକମାନଙ୍କୁ ଗୋଟିଏ ପରେ ଗୋଟିଏ ଫୋନ୍‌ କଲ୍‌ କରାଯାଇ ମୁଖ୍ୟାଳୟରେ ରହିବାକୁ କୁହାଯାଇଥିଲା। ମନ୍ତ୍ରୀ ଭାବେ ଉତ୍ତମ ପ୍ରଦର୍ଶନ ଓ ଦଳ ପ୍ରତି ଆନୁଗତ୍ୟ ଥିବା କେତେଜଣ ମନ୍ତ୍ରୀଙ୍କର ବିଭାଗ ବଦଳିବା ସହିତ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯିବାର ସଙ୍କେତ ମିଳିଛି। ତେବେ ଯେଉଁ ମନ୍ତ୍ରୀମାନଙ୍କ ନାମରେ ଅଭିଯୋଗ ରହିଛି କିମ୍ବା ସେମାନେ ନିଜର ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇ ପାରିନାହାନ୍ତି, ସେଭଳି ମନ୍ତ୍ରୀଙ୍କୁ ହଟାଯାଇଛି। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିଥିବା କୁହାଯାଉଛି। ଯେଉଁ ମନ୍ତ୍ରୀଙ୍କ ନାମରେ କୌଣସି ଅଭିଯୋଗ ନାହିଁ, ସେମାନଙ୍କୁ ଆସନ୍ତା ନିର୍ବାଚନ ଲାଗି ଦଳୀୟ ସଂଗଠନକୁ ମଜଭୁତ କରିବା ସକାଶେ ମନ୍ତ୍ରୀ ପଦବୀରୁ ଅବ୍ୟାହତି ଦିଆଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ୨୦୧୯ ମେ’ ୨୯ରେ ନବୀନଙ୍କ ପଞ୍ଚମ ପାଳି ସରକାର ଶପଥ ନେଇଥିଲେ। ଗତ ୬ ମାସରୁ ଅଧିକ ସମୟ ଧରି ମନ୍ତ୍ରିମଣ୍ଡଳର ଅଦଳବଦଳକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ହେଲେ ପଞ୍ଚାୟତ ଏବଂ ପୌର ନିର୍ବାଚନ ଓ ବ୍ରଜରାଜନଗର ଉପନିର୍ବାଚନ ଯୋଗୁ ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ସ୍ଥଗିତ ରହିଥିଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ସାବଧାନ! ପପ୍‌ ସଙ୍ଗୀତ, ଟିଭି ଡ୍ରାମା ଦେଖିଲେ ଫାଶୀ

ପୋଙ୍ଗଓ୍ବାଙ୍ଗ,୧୦।୨: ଉତ୍ତର କୋରିଆରେ ପପ୍‌ ସଙ୍ଗୀତ ଏବଂ ସ୍କ୍ବିଡ୍‌ ଗେମ୍‌ ଭଳି ଦକ୍ଷିଣ କୋରିଆର ଟିଭି ଡ୍ରାମା ଦେଖିଲେ କଠୋର ଦଣ୍ଡ ମିଳୁଛି । ବର୍ଷ ବର୍ଷ…

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

T20 ବିଶ୍ୱକପରେ ହେବ IND vs PAK ମ୍ୟାଚ୍; ସରେଣ୍ଡର କଲା ପାକିସ୍ତାନ, ଲାହୋରରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୦।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ମ୍ୟାଚ୍ ଏବେ ଖେଳାଯିବ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପୂର୍ବରୁ ୧୫ ଫେବୃଆରୀରେ କଲମ୍ବୋରେ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri