ସ୍ୱାତୀ ମହାକୁଡ଼ କଳାହାଣ୍ଡି ଜିଲା ଟପ୍ପର, ଓଏଏସ ହେବା ଲକ୍ଷ୍ୟ

ଭବାନୀପାଟଣା,୨।୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ ପାସ୍‌ ହାର ୯୭.୮୬% ରହିଥିବାବେଳେ ଭବାନୀପାଟଣା ସଦର ବ୍ଲକ ସ୍ଥିତ ଗଣନାଥପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (ୟୁଜିଏଚଏସ)ର ଛାତ୍ରୀ ସ୍ୱାତୀ ମହାକୁଡ଼ ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୭୭ ନମ୍ବର (୯୬.୧୭%) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସ୍ୱାତୀ ଟୁନା ମହାକୁଡ଼ ଓ ସୁଷମା ମହାକୁଡ଼ଙ୍କ ଦ୍ଵିତୀୟ ଝିଅ  ଅଟନ୍ତି। ସେ ଦିନକୁ ୧୦ ଘଣ୍ଟା ପରିଶ୍ରମ କରୁଥିବାବେଳେ ଭବିଷ୍ୟତରେ ଓଏଏସ ହେବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ପ୍ରଥମେ ସେ ଭଗବାନ ବାପା,ମାଁ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶ୍ରେୟ ଦେଇଛନ୍ତି। ମାଟ୍ରିକରେ ଜିଲା ଟପ୍ପର ପରେ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

Share