ପରୀ ପରେ ସ୍ବାତୀ: ୫ ଦିନ ପରେ ପୋଖରୀରୁ ମିଳିଲା କୁନି ଝିଅଙ୍କ ମୃତଦେହ

ନୟାଗଡ଼ ଅଫିସ, ୧୫।୧୨: ନୟାଗଡ଼ ଜିଲା ରଣପୁର ଥାନା ବଧିପାଟଣା ଗାଁର କୁନି ଝିଅ ସ୍ବାତୀ ଶୁକ୍ରବାରଠାରୁ ନିଖୋଜ ଥିଲେ। ନିଖୋଜର ୫ ଦିନ ପରେ ମଙ୍ଗଳବାର ତାଙ୍କର ମୃତଦେହ ଗାଁ ପାଖ ଦଳିତସାହି ପୋଖରୀରୁ ଉଦ୍ଧାର ହୋଇଛି। ସ୍ବାତୀଙ୍କ ଆଖିରେ କ୍ଷତ ଦାଗ ଥିବାରୁ କେହି ଦୁର୍ବୃତ୍ତ ଅପହରଣ କରି ଆଖି ତାଡିବାକୁ ଉଦ୍ୟମ କରିଥିବା ଜଣାପଡିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହା ସ୍ପଷ୍ଟ ହେବ। ପରୀ ପରେ ସ୍ବାତୀ ଘଟଣା ସମଗ୍ର ଜିଲାରେ ଭୟ ସୃଷ୍ଟି କରିଛି।