ରଣଦୀପଙ୍କୁ ଚିହ୍ନି ହେଉନି

ମୁମ୍ବାଇ: ବୀର ସାବରକରଙ୍କ ୧୩୯ ତମ ଜନ୍ମବାର୍ଷିକୀକୁ ଆହୁରି ଖାସ କରିଦେଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏହି ସ୍ବତନ୍ତ୍ର ଦିନରେ ସେ ତାଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ରର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ମୁଣ୍ଡରେ କଳା ଟୋପି, ଗୋଲ ଚଷମା ଆଉ ମୁହଁରେ ନିଶ। ଏପରି ଲୁକ୍‌ରେ ରଣଦୀପଙ୍କୁ ଚିହ୍ନିବା କଷ୍ଟକର ହେଉଛି। ତାଙ୍କୁ ଯିଏ ଦେଖୁଛି ସିଏ ଅବିକଳ ସାବରକରଙ୍କ ଭଳି ଦେଖାଯାଉଥିବା କହୁଛି।

ଫିଲ୍ମର ନାଁ ‘ସ୍ବତନ୍ତ୍ର ବୀର ସାବରକର’ ରଖାଯାଇଛି। ରଣଦୀପ ଶେୟାର କରିଥିବା ପୋଷ୍ଟରେ ‘ହିନ୍ଦୁତ୍ୱ ଧର୍ମ ନୁହେଁ ଇତିହାସ’ ବୋଲି ଲେଖା ରହିଛି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ମଧ୍ୟ ଟୁଇଟ୍‌ କରି ଫିଲ୍ମର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି।

ଚଳଚ୍ଚିତ୍ରର ଶୁଟିଂ ଅଗଷ୍ଟ ୨୦୨୨ରୁ ଆରମ୍ଭ ହେବ। ଏଥିରେ ମୁଖ୍ୟ ଭୂମିକାରେ ରଣଦୀପ ହୁଡ୍ଡା ଥିବା ବେଳେ ଏହାକୁ ସନ୍ଦୀପ ସିଂହ ଏବଂ ଆନନ୍ଦ ପଣ୍ଡିତ ପ୍ରଯୋଜନା କରିଛନ୍ତି। ଫିଲ୍ମକୁ ମହେଶ ମାଞ୍ଜରେକର ନିର୍ଦ୍ଦେଶନା ଦେଇଛନ୍ତି। ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ କରାଯିବ ବୋଲି ଜଣାପଡ଼ିଛି।

କହିରଖୁଛୁ, ୧୮୮୩ ମେ’ ୨୮ରେ ମହାରାଷ୍ଟ୍ରର ନାସିକ ଜିଲାର ଭାଗୁର ଗ୍ରାମରେ ବିନାୟକ ଦାମୋଦର ସାବରକରଙ୍କ ଜନ୍ମ। ୧୯୬୬ ଫେବୃୟାରୀ ୨୬ରେ ତାଙ୍କ ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri