ରଣଦୀପଙ୍କୁ ଚିହ୍ନି ହେଉନି

ମୁମ୍ବାଇ: ବୀର ସାବରକରଙ୍କ ୧୩୯ ତମ ଜନ୍ମବାର୍ଷିକୀକୁ ଆହୁରି ଖାସ କରିଦେଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏହି ସ୍ବତନ୍ତ୍ର ଦିନରେ ସେ ତାଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ରର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ମୁଣ୍ଡରେ କଳା ଟୋପି, ଗୋଲ ଚଷମା ଆଉ ମୁହଁରେ ନିଶ। ଏପରି ଲୁକ୍‌ରେ ରଣଦୀପଙ୍କୁ ଚିହ୍ନିବା କଷ୍ଟକର ହେଉଛି। ତାଙ୍କୁ ଯିଏ ଦେଖୁଛି ସିଏ ଅବିକଳ ସାବରକରଙ୍କ ଭଳି ଦେଖାଯାଉଥିବା କହୁଛି।

ଫିଲ୍ମର ନାଁ ‘ସ୍ବତନ୍ତ୍ର ବୀର ସାବରକର’ ରଖାଯାଇଛି। ରଣଦୀପ ଶେୟାର କରିଥିବା ପୋଷ୍ଟରେ ‘ହିନ୍ଦୁତ୍ୱ ଧର୍ମ ନୁହେଁ ଇତିହାସ’ ବୋଲି ଲେଖା ରହିଛି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ମଧ୍ୟ ଟୁଇଟ୍‌ କରି ଫିଲ୍ମର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି।

ଚଳଚ୍ଚିତ୍ରର ଶୁଟିଂ ଅଗଷ୍ଟ ୨୦୨୨ରୁ ଆରମ୍ଭ ହେବ। ଏଥିରେ ମୁଖ୍ୟ ଭୂମିକାରେ ରଣଦୀପ ହୁଡ୍ଡା ଥିବା ବେଳେ ଏହାକୁ ସନ୍ଦୀପ ସିଂହ ଏବଂ ଆନନ୍ଦ ପଣ୍ଡିତ ପ୍ରଯୋଜନା କରିଛନ୍ତି। ଫିଲ୍ମକୁ ମହେଶ ମାଞ୍ଜରେକର ନିର୍ଦ୍ଦେଶନା ଦେଇଛନ୍ତି। ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ କରାଯିବ ବୋଲି ଜଣାପଡ଼ିଛି।

କହିରଖୁଛୁ, ୧୮୮୩ ମେ’ ୨୮ରେ ମହାରାଷ୍ଟ୍ରର ନାସିକ ଜିଲାର ଭାଗୁର ଗ୍ରାମରେ ବିନାୟକ ଦାମୋଦର ସାବରକରଙ୍କ ଜନ୍ମ। ୧୯୬୬ ଫେବୃୟାରୀ ୨୬ରେ ତାଙ୍କ ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri