ସ୍ୱସ୍ତି ଏକ୍ସପ୍ରେସ୍‌, ସ୍କୁଲ ବସ୍‌ ଲୋକାର୍ପିତ

ଅନୁଗୋଳ ଅଫିସ,୪।୩ – ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସାମାଜିକ ଦାୟିତ୍ୱବାଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସହାୟତା ଲାଗି ସ୍ୱସ୍ତି ଏକ୍ସପ୍ରେସ ଆମ୍ବୁଲାନ୍ସ ଓ ପିଲାଙ୍କ ନିମନ୍ତେ ସ୍କୁଲ ବସ୍‌ ଲୋକାର୍ପଣ କରାଯାଇଛି। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜିଲା କାର୍ଯ୍ୟାଳୟ ପରିସରରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସ୍ବସ୍ତି ଏକ୍ସପ୍ରେସ ଛେଣ୍ଡିପଦା ଏବଂ ବଅଁରପାଳ ବ୍ଲକର ପ୍ଲାଣ୍ଟ ପାର୍ଶ୍ୱବର୍ତ୍ତୀ ୫୫ଟି ଗ୍ରାମର ବରିଷ୍ଠ ନାଗରିକଙ୍କୁ ପ୍ରାକୃତିକ ଚିକିତ୍ସା, ଯୋଗ, ପ୍ରାଣାୟମ ସହ ଫିଜିଓଥେରାପି ଆଦି ସେବା ଯୋଗାଇଦେବ। ସେହିପରି ଆଦୃତ ଶିଶୁ ଗୃହର ଶିଶୁମାନଙ୍କ ଉନ୍ନତ ପରିବହନ ସେବା ନିମନ୍ତେ ଢେଙ୍କାନାଳ, ସୁନ୍ଦରଗଡ଼ ଏବଂ ପୁରୀ ଶାଖାକୁ ୩ ଗୋଟି ବସ୍‌ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର ଝା, ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ ପ୍ରଧାନ, ଏଡିପିଏଚ୍‌ଓ ଡାକ୍ତର ବିଶ୍ୱବିହାରୀ ମହାନ୍ତି, ଜିଲା ସାମାଜିକ ନିରାପତ୍ତା ଅଧିକାରୀ, ନାରାୟଣ ମହାପାତ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବରୁଆ, ଅଧ୍ୟକ୍ଷ ଆଦୃତ ଶିଶୁ ଗୃହ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି, ଜିଏମ୍‌ ସିଏସ୍‌ଆର୍‌ ପୁଷ୍ପଲତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।