ସ୍ୱସ୍ତି ଏକ୍ସପ୍ରେସ୍‌, ସ୍କୁଲ ବସ୍‌ ଲୋକାର୍ପିତ

ଅନୁଗୋଳ ଅଫିସ,୪।୩ – ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସାମାଜିକ ଦାୟିତ୍ୱବାଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସହାୟତା ଲାଗି ସ୍ୱସ୍ତି ଏକ୍ସପ୍ରେସ ଆମ୍ବୁଲାନ୍ସ ଓ ପିଲାଙ୍କ ନିମନ୍ତେ ସ୍କୁଲ ବସ୍‌ ଲୋକାର୍ପଣ କରାଯାଇଛି। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜିଲା କାର୍ଯ୍ୟାଳୟ ପରିସରରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସ୍ବସ୍ତି ଏକ୍ସପ୍ରେସ ଛେଣ୍ଡିପଦା ଏବଂ ବଅଁରପାଳ ବ୍ଲକର ପ୍ଲାଣ୍ଟ ପାର୍ଶ୍ୱବର୍ତ୍ତୀ ୫୫ଟି ଗ୍ରାମର ବରିଷ୍ଠ ନାଗରିକଙ୍କୁ ପ୍ରାକୃତିକ ଚିକିତ୍ସା, ଯୋଗ, ପ୍ରାଣାୟମ ସହ ଫିଜିଓଥେରାପି ଆଦି ସେବା ଯୋଗାଇଦେବ। ସେହିପରି ଆଦୃତ ଶିଶୁ ଗୃହର ଶିଶୁମାନଙ୍କ ଉନ୍ନତ ପରିବହନ ସେବା ନିମନ୍ତେ ଢେଙ୍କାନାଳ, ସୁନ୍ଦରଗଡ଼ ଏବଂ ପୁରୀ ଶାଖାକୁ ୩ ଗୋଟି ବସ୍‌ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର ଝା, ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ ପ୍ରଧାନ, ଏଡିପିଏଚ୍‌ଓ ଡାକ୍ତର ବିଶ୍ୱବିହାରୀ ମହାନ୍ତି, ଜିଲା ସାମାଜିକ ନିରାପତ୍ତା ଅଧିକାରୀ, ନାରାୟଣ ମହାପାତ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବରୁଆ, ଅଧ୍ୟକ୍ଷ ଆଦୃତ ଶିଶୁ ଗୃହ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି, ଜିଏମ୍‌ ସିଏସ୍‌ଆର୍‌ ପୁଷ୍ପଲତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛାତ୍ରାବାସରୁ ଛାତ୍ର ନିଖୋଜ

ଦାରିଙ୍ଗବାଡି, ୮।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଆଉ ଏକ ଅଘଟଣ ଘଟିଛି । ଜଣେ ନବମ ଶ୍ରେଣୀ…

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri