ଅସ୍ତିତ୍ୱ ହରାଇବାକୁ ବସିଲାଣି ଜଳାଶୟ

ଖଣ୍ଡପଡ଼ା,୨୫।୬(ଅଜୟ କୁମାର ମହାରଣା)ଧାର୍ମିକ ତଥା ଐତିହ୍ୟପୂର୍ଣ୍ଣ କ୍ଷେତ୍ର ଭାବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଣ୍ଟିଲୋର ଶ୍ରୀନୀଳମାଧବ କ୍ଷେତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା କଂସା ଓ ପିତ୍ତଳ ବାସନ ଶିଳ୍ପ ପାଇଁ ମଧ୍ୟ କଣ୍ଟିଲୋ ପ୍ରସିଦ୍ଧି ଲାଭ କରିଛି ା ଏଥିପାଇଁ ବର୍ଷ ତମାମ୍‌ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଶ୍ରୀଜୀଉଙ୍କ ଦର୍ଶନ ତଥା ବ୍ୟବସାୟ ଲକ୍ଷ୍ୟରେ ଏଠାକୁ ଆସିଥାନ୍ତି ା ଅତୀତରେ ବିଭିନ୍ନ ଅଞ୍ଚଳକୁ ଯାନବାହନରେ ଯାତାୟାତ କରିବା ପାଇଁ ସୁବିଧା ନ ଥିବାରୁ ଲୋକେ ପାଦରେ ଚାଲି ଚାଲି ଯାଉଥିଲେ ା ବିଶେଷକରି ରାଜ୍ୟର ପଶ୍ଚିମାଞ୍ଚଳ ଭାବେ ଜଣାଶୁଣା ବଉଦ, ଫୁଲବାଣୀ, ବଲାଙ୍ଗୀର, ସମ୍ବଲପୁର ଓ ଛତିଶଗଡରୁ ଯାତ୍ରୀମାନେ ପାଦରେ ଚାଲି ଚାଲି ବଣ ପାହାଡ ଅତିକ୍ରମକରି ମହାନଦୀର କୂଳେ କୂଳେ ଗଣିଆ, କଣ୍ଟିଲୋ ଦେଇ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଆସୁଥିଲେ ା ସେହି ଯାତ୍ରୀମାନେ କଣ୍ଟିଲୋରେ ଦିନେ ଦୁଇଦିନ ବିଶ୍ରାମ ନେଇ ଶ୍ରୀନୀଳମାଧବଙ୍କୁ ଦର୍ଶନ କରି ପୁରୀକୁ ଯାତ୍ରା କରୁଥିଲେ ା ଏଣୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସମେତ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ କାହିଁ କେଉଁ କାଳରୁ କେତେଜଣ ଧର୍ମପ୍ରାଣ ବ୍ୟକ୍ତିମାନେ ସେଠାରେ ଜଳାଶୟ ଓ ପୋଖରୀମାନ ଖନନ କରିଥିଲେ ା
ହେଲେ ଏବେ କେତେଜଣ ବ୍ୟକ୍ତିଙ୍କ ଦ୍ୱାରା ସେହି ଜଳାଶୟ ଜବରଦଖଲରେ ରହିଛି ା କଣ୍ଟିଲୋ ଅଞ୍ଚଳର ବିଭିନ୍ନ ଜଳାଶୟ ଉପରେ ଏବେ ସ୍ଥାୟୀ ଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ହୋଇଛି ା ପ୍ରତିଦିନ ସେହି ରାସ୍ତାରେ ବିଭାଗୀୟ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି ଅଙ୍କୁଶ ନାହିଁ ା ସମସ୍ତଙ୍କ ଜାଣତରେ ଜବରଦଖଲ ସ୍ଥଳରେ ଗୃହ ନିର୍ମାଣ ହେଉଥିଲେ ମଧ୍ୟ କାହାର ମୁହଁ ଖୋଲୁନାହିଁ ବୋଲି ଅଭିଯୋଗ ହୋଇଛି ା
ତହସିଲ ଅଧୀନ କଣ୍ଟିଲୋ ରାଜସ୍ବ ଗ୍ରାମରେ ରହିଛି ପ୍ରାୟ ୨୩.୯୦ଏକର ପରିମିତ ବିଭିନ୍ନ ପୋଖରୀ, ଜଳାଶୟ, ଗାଡ଼ିଆ ଓ ପତିତ କିସମର ଜାଗା ା ଏହି ପରିମିତ ଜାଗା ମଧ୍ୟରୁ ବନ୍ଦୋବସ୍ତ ମୁତାବକ ପ୍ଲଟ ନମ୍ବର ୨୦୮୧ରେ୨.୮୬ଏକର ପରିମିତ ନଡିଆ ପୋଖରୀ, ୯୨୮ ଓ ୯୫୮ ପ୍ଲଟରେ ୫.୪୫ ଏକର ପରିମିତ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ , ୧୯୦୮. ୧୯୦୯ ଓ ୧୯୧୦ ପ୍ଲଟରେ ୨.୬୯ ଏକରର ଭରତ ସାମନ୍ତରାୟ ପୋଖରୀ, ୨୦୩୨ ପ୍ଲଟରେ ୧.୩୯ ଏକର ପରିମିତ ଖଣ୍ଡିଆ ପୋଖରୀ, ୨୯୭୦. ୨୯୭୧ ପ୍ଲଟରେ ୫.୮୭ ଏକର ପରିମିତ ପାଣୁସାହୁ ପାଟଣା ବଡ ପୋଖରୀ ଏବଂ ୨୨୦୭ ଓ ୨୨୦୮ ପ୍ଲଟରେ ୪.୧୯ ଏକର ପରିମିତ ଚଣ୍ଡୀ ପୋଖରୀ ଏପରି କଣ୍ଟିଲୋ ମୌଜାରେ ୬ଟି ଜଳାଶୟ ବା ପୋଖରୀ ରହିଛି ା ତେବେ ପାଣୁସାହୁ ପାଟଣା ପୋଖରୀ, ଚଣ୍ଡୀ ପୋଖରୀ, ଖଣ୍ଡିଆ ପୋଖରୀ, ନଡିଆ ପୋଖରୀ ଓ ଭରତ ସାମନ୍ତରାୟ ପୋଖରୀରୁ ବିଭିନ୍ନ ସମୟରେ ପଙ୍କ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଛି ା ପଞ୍ଚାୟତ ନିକଟରେ ଥିବା ଭରତ ସାମନ୍ତରାୟ ପୋଖରୀରେ ପଙ୍କ ଉଦ୍ଧାର ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସ୍ନାନ ଶୌଚାଦି କରୁଥିଲେ ା ଏବେ ପୋଖରୀର ଅବସ୍ଥା ଏପରି ହୋଇଛି ଯେ, ସେହି ପୋଖରୀକୁ ଯିବାକୁ ଲୋକେ ମୁହଁ ମୋଡୁଛନ୍ତି ା
ସୂଚନାଯୋଗ୍ୟ, ଭରତ ସାମନ୍ତରାୟ ପୋଖରୀଟି ମୁଖ୍ୟରାସ୍ତା ପାର୍ଶ୍ୱ ଓ ଏକ ଶିକ୍ଷାନୁଷ୍ଠାନ ସମ୍ମୁଖରେ ରହିଛି ା ସେଥିପାଇଁ ଏହି ପୋଖରୀ ଉପରେ ସ୍ଥାନୀୟ ଲୋକଙ୍କ ସହିତ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ବ୍ୟବହାର କରିଥାଆନ୍ତି ା ମାତ୍ର ଏବେ ସେହି ପୋଖରୀ ଆସ୍ତେ ଆସ୍ତେ ଏହାର ଅସ୍ତିତ୍ୱ ହରାଇବାକୁ ବସିଲାଣି ା
ଅପରପକ୍ଷେ କଣ୍ଟିଲୋ ଯାତ୍ରାପଦା ବଜାର ନିକଟରେ ଥିବା ୧୮୬୭ ପ୍ଲଟରେ ୪୯ଡେସିମିଲ ଜଳାଶୟ କିସମ ଧୋବା ଖାତିଆ ଏବଂ ୧୮୬୯, ୧୮୭୦ ପ୍ଲଟରେ ରହିଥିବା ଜଳାଶୟ, ଏହାବାଦ୍‌ ୯୭୬ ପ୍ଲଟରେ ୫୦ଡେସିମିଲ ଜଳାଶୟ କିସମ ଓ ୯୭୭ ଏବଂ ୯୭୮ ପ୍ଲଟରେ ଥିବା ୪୬ ଡେସିମିଲ ପତିତ କିସମର ଜାଗା ରହିଛି ା
ଏହି ଜଳାଶୟଗୁଡିକ ନିକଟ ଗ୍ରାମ ଓ ସାହିବସ୍ତିଠାରୁ ନିମ୍ନ ପତ୍ତନରେ ଥିବାରୁ ସାହିବସ୍ତିମାନଙ୍କରୁ ଆସୁଥିବା ନର୍ଦ୍ଦମା ପାଣି ଓ ବର୍ଷା ଜଳ ଜଳାଶୟରେ ମିଶୁଛି ା
ଏଣେ ଜବରଦଖଲକାରୀମାନେ ତା’ ଉପରେ ସ୍ଥାୟୀ ଗୃହ ନିର୍ମାଣ କରିବାକୁ ପଛାଉ ନାହାନ୍ତି ା ଫଳରେ ଜଳାଶୟଗୁଡିକ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି ା ଏଥି ସହ ରାଜ୍ୟ ସରକାରଙ୍କ ମଧ୍ୟ ରାଜସ୍ବ ହାନି ହେଉଛି ା କଣ୍ଟିଲୋ ଯାତ୍ରାପଦା ବଜାରରୁ ଜବରଦଖଲ ଉଚ୍ଛେଦ ସମୟରେ ତତ୍କାଳୀନ ନୟାଗଡ଼ ଉପଜିଲାପାଳ ହେମନ୍ତ କୁମାର ପାଢୀ ୧୮୬୭ ପ୍ଲଟରେ ଥିବା ଜାଗାକୁ ମାର୍କଟେ କମ୍ପ୍ଳେକ୍ସ କରାଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଭଡା ସୂତ୍ରେ ପ୍ରଦାନ କରାଯାଇ ପ୍ରତିମାସରେ ରାଜସ୍ବ ଆଦାୟ ହୋଇପାରିବ ବୋଲି ଯୋଜନା ପ୍ରସ୍ତୁତ କରିଥିଲେ ା ମାତ୍ର ପରବର୍ତ୍ତୀ ସମୟରେ ତାହା ଅଧୁରା ରହିଛି ା
କଣ୍ଟିଲୋ ମୌଜାରେ ଥିବା ପ୍ରାୟ ୨୪ ଏକର ପୋଖରୀ, ଜଳାଶୟ ଓ ପତିତ ଜାଗାରେ ଏବେ କେତେ ଜଳାଶୟ ଓ ପୋଖରୀ ରହିଛି ତାହାର ମଧ୍ୟ ଠିକ୍‌ ହିସାବ ଖଣ୍ଡପଡା ତହସିଲରେ ନାହିଁ ା କେବଳ ରେକର୍ଡ ପତ୍ରରେ ଜଳାଶୟ ରହିଥିବା ବେଳେ ବାସ୍ତବରେ ଜଳାଶୟଗୁଡିକ କୋଠାବାଡି ଓ ବ୍ୟବସାୟ ପ୍ରତିଷ୍ଠାନରେ ପୂରିଗଲାଣି ା ଜିଲା ପ୍ରଶାସନର ପ୍ରତ୍ୟେକ ଅଧିକାରୀ ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଜାଣି ଅଜଣା ରହୁନ୍ତି ା ତେବେ ଏବେଠାରୁ ପୋଖରୀ ଏବଂ ଜଳାଶୟଗୁଡିକର ସୁରକ୍ଷା ଦିଗରେ ଜିଲା ପ୍ରଶାସନ ଓ ଖଣ୍ଡପଡା ରାଜସ୍ବ ବିଭାଗ ଗୁରୁତ୍ୱ ନ ଦେଲେ ପର୍ଯ୍ୟଟନସ୍ଥଳୀ କଣ୍ଟିଲୋରେ ଜଳାଶୟ ଓ କେତେକ ପୋଖରୀ ବୋଲି କିଛି ରହିବ ନାହିଁ ା ତେବେ ଏ ସମ୍ପର୍କରେ ଖଣ୍ଡପଡା ତହସିଲଦାର ଲିପ୍ସା ରାୟଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri