ଜଳାଶୟ କିସମ ବି ବାଦ୍‌ ପଡୁନି

ଅଭିଳାଷ ଦାସ
ଯାଜପୁର ରୋଡ,୧୮ା୧: ଶିଳ୍ପାୟନ ଏବଂ ଦ୍ରୁତ ସହରୀକରଣ ଯାଜପୁର ଜିଲାର କଳିଙ୍ଗନଗର ଏବଂ ଏହାର ମୁଖଶାଳା ବ୍ୟାସନଗର ସହରରେ ଜମି ମାଫିଆଙ୍କୁ ଜନ୍ମ ଦେଇଛି । ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ା ଏହାକୁ ଦୃଷ୍ଟିରେ ରଖି ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ଗୁରୁତ୍ୱ ବଢିଛି ା ସରକାରୀ ଜମି ଓ ଜଳାଶୟଗୁଡିକୁ ରାସ୍ତା ଦର୍ଶାଇ ଚାଷ ଜମିକୁ ଘରବାଡି କିସମ ପରିବର୍ତ୍ତନ କରାଯାଉଛି। ଏପରିକି କେତେକ ପ୍ରଭାବଶାଳୀ ଜମି ମାଫିଆଙ୍କଠାରୁ ଲକ୍ଷାଧିକ ଟଙ୍କା ହାତଗୁଞ୍ଜା ନେଇ ସମ୍ପୃକ୍ତ ତହସିଲଦାର ଓଏଲଆର ୮(ଏ) ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରୁଛନ୍ତି। ଜମି ମ୍ୟାପ୍‌ରେ ଜମିକୁ ରାସ୍ତା ନ ଥାଇ ଚାଷ ଜମିକୁ ଘରବାଡି ଜମିରେ ପରିବର୍ତ୍ତନ କରାଯାଉଥିବା ଭଳି ନଜୀର ରହିଛି। ଏନେଇ ଆରଡିସି ସ୍ତରରେ ତଦନ୍ତ କରାଗଲେ ମଧ୍ୟ ତାକୁ କଳେବଳେ କୌଶଳେ ଚାପି ଦିଆଯାଉଛି। କ୍ରେତାଙ୍କ ଠାରୁ ଟଙ୍କା ନେଇ ଜମି ମାଲିକ ଜମି ବିକ୍ରି କରିନାହାନ୍ତି ବୋଲି ମଧ୍ୟ ଥାନରେ ଅଭିଯୋଗ ହେଉଛି। ପରିଚୟ ପତ୍ର ଓ ଫଟୋ ଅସଲି ହୋଇଥିବାବେଳେ ମାଲିକଙ୍କ ଅନୁପସ୍ଥିତିର ତାଙ୍କ ସମ୍ପର୍କିୟ ଯାଜପୁର ରୋଡ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନକଲି ମାଲିକଙ୍କୁ ଠିଆ କରାଇ ଜମି ବିକ୍ରି ହୋଇଥିବା ଚର୍ଚ୍ଚା ହେଉଛି। ଜମି ବିକ୍ରିବଟାରେ ଏଭଳି ଅନେକ ଅନିୟମିତା ହେଉଥିଲେ ହେଁ ଜିଲାପାଳ ଉଦ୍ଦେଶ୍ୟମୂଳକ ଭାବେ ନୀରବ ରହୁଥିବା ଅଭିଯୋଗ ହେଉଛି।
ବ୍ୟାସନଗର ତହସିଲ ଅନ୍ତର୍ଗତ ଭିକିପୁର ମୌଜା ଖାତାନଂ.୧୭୪/୮୧, ପ୍ଲଟନଂ.୧୮୭ର ୨୫ ଡେସମିଲ, ପ୍ଲଟନଂ. ୧୮୯ରେ ୨୦ ଡେସମିଲ ଓ ପ୍ଲଟନଂ. ୨୦୨/୭୭୭ରେ ୧୧ ଡେସମିଲ ଭାବେ ସମୁଦାୟ ୫୬ ଡେସମିଲ ଜମି ବିକ୍ରି ହୋଇଥିଲା। ବ୍ୟାସନଗର ସବ୍‌ରେଜିଷ୍ଟର ଅଫିସ (ଉପନିବନ୍ଧକଙ୍କ କାର୍ଯ୍ୟାଳୟ)ରେ ମାଲିକ ଦୀପକ କୁମାର ଦାସ ୩ା୧ା୨୦୨୨ରେ ବଳରାମ ଜେନା ଓ ବିରଞ୍ଚି ଶଙ୍କର ପତିଙ୍କୁ ଯୁଗ୍ମ ଭାବେ ବିକ୍ରି କରିଥିଲେ। ଏଥିପାଇଁ ଜମି କ୍ରେତା ରାଧିକା ସେଲ୍ସର ମାଲିକ ବିରଞ୍ଚି ଶଙ୍କର ପତି ତାଙ୍କ ଆକାଉଣ୍ଟରୁ ୧୪ା୨ା୨୦୨୨ରେ ୩ ଲକ୍ଷ, ୫ା୩ା୨୦୨୨ରେ ୩ ଲକ୍ଷ, ୧୫ା୩ା୨୦୨୨ରେ ୨ ଲକ୍ଷ, ୨୫ା୩ା୨୦୨୨ରେ ୨ ଲକ୍ଷ, ୨ା୫ା୨୦୨୨ରେ ୧ ଲକ୍ଷ ଓ ୬ା୫ା୨୦୨୨ରେ ୧ ଲକ୍ଷ ଟଙ୍କା ଏନଇଏଫ୍‌ଟି ଜରିଆରେ ଜମି ମାଲିକ ଦୀପକ କୁମାର ଦାସଙ୍କ ଆକାଉଣ୍ଟରେ ଜମା କରିଛନ୍ତି। ଏହାବାଦ୍‌ ଚେକ ଏବଂ ନଗଦ ଭାବେ ୧୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା କ୍ରେତାଦ୍ୱୟ ଅଭିଯୋଗ ଆଣିଛନ୍ତି। ଏନେଇ କ୍ରେତାଦ୍ୱୟ ଯାଜପୁର ରୋଡ କୋର୍ଟରେ ଏକ ମାମଲା ରୁଜୁ କରିବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। କିନ୍ତୁ କୌଣସି ଏକ ବୃହତ୍‌ ସ୍ବାର୍ଥ ରଖି ଜମି ମାଲିକ ଦାସ ଓଲଟା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଜମି କିଣାବିକା ସମୟରେ ସେ ବିଦେଶରେ ଥିଲେ ଏବଂ କିପରି ଜମି ବିକ୍ରୀ ହେଲା ବୋଲି ଜମି ମାଲିକ ଦାସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଜମି କିଣାବିକା ସମୟରେ ମାଲିକଙ୍କ ତରଫରୁ ତାଙ୍କ ସମ୍ପର୍କିୟ ଅସଲି ପରିଚୟ ପତ୍ର ଏବଂ ଫଟୋ ଦାଖଲ କରିଥିବାବେଳେ ଉପନିବନ୍ଧକଙ୍କ ସମ୍ମୁଖରେ ନକଲି ମାଲିକଙ୍କୁ ଠିଆ କରାଇ ଜମି ବିକ୍ରି କରିଥିବା କ୍ରେତାଦ୍ୱୟଙ୍କ ତରଫରୁ ଅଭିଯୋଗ ହେଉଛି। ତେଣୁ ନକଲି ମାଲିକ ଓ ନିକଟ ସମ୍ପର୍କିୟ କିଏ ସେ ନେଇ ପୋଲିସ ଆବଶ୍ୟକ ତଦନ୍ତ କରି ସତ୍ୟର ପର୍ଦ୍ଦାଫାସ କରିବାକୁ କ୍ରେତାଦ୍ୱୟ ଦାବି କରିଛନ୍ତି।
ଅନ୍ୟ ଏକ ଅଭିଯୋଗ ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ କୋପଣ୍ଡ ମୌଜାର ଖାତାନଂ.୫୪୨/୬୯୩, ପ୍ଲଟନଂ.୧୭୦୨, ୧୭୦୮ ଓ ୧୭୦୯, କିସମ ଶାରଦ-୨, ୦.୨୬୫ ଡେସମିଲ ଜମିକୁ ଘରବାଡି ଜମି ପରିବର୍ତ୍ତନ ମାମଲାରେ ବ୍ୟାପକ ଅନିୟମିତତା କରାଯାଇଛି । ତୁଳତି ଗ୍ରାମର କିଶୋର ସେନାପତି ଏନେଇ ମୁଖ୍ୟମନ୍ତ୍ରୀ, ରାଜସ୍ବ ସଚିବ, କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ଅଭିଯୋଗ ଅନୁସାରେ ଜମି ଘରଡିହ ପରିବର୍ତ୍ତନ ପାଇଁ ୨୮ା୧୨ା୨୦୨୧ରେ ଆବେଦନ ହୋଇଥିଲା। ଏନେଇ ବ୍ୟାସନଗର ତହସିଲରେ ୯୧୪୩/୨୦୨୧ରେ ଏକ ମ୍ୟୁଟେଶନ ମାମଲା ରୁଜୁ ହୋଇଥିଲା। ତେବେ ପ୍ରଥମେ ଜମି ସ୍ଥାନକୁ ଚଳାଚଳ ରାସ୍ତା ନ ଥିବା ଦର୍ଶାଇ କିସମ ପରିବର୍ତ୍ତନ ମାମଲାକୁ ତହସିଲଦାର ଖାରଜ କରିଥିଲେ। ଏହାପରେ ପ୍ରାୟ ୨ ମାସ ପରେ ତହସିଲଦାର କେଉଁ ସ୍ବାର୍ଥରେ ପୁଣି ତାକୁ ମଞ୍ଜୁର କରିଥିଲେ ବୋଲି ଅଭିଯୋଗକାରୀ ପ୍ରଶ୍ନ ଉଠାଇଥିଲେ। ହାଲ୍‌ ବନ୍ଦୋବସ୍ତ ନକ୍ସା ଅନୁସାରେ ଉକ୍ତ ଜମିର ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣରେ ଚାଷ ଜମି ରହିଥିବାବେଳେ ପୂର୍ବ ପଟକୁ ୧୫୩୨ ଏବଂ ୧୫୩୩ ପ୍ଲଟ୍‌ ନଂ. ଜଳାଶୟ ଓ ଆଡି କିସମ ରହିଛି। ତେବେ କିସମ ପରିବର୍ତ୍ତନ ହୋଇଥିବା ପ୍ଲଟଗୁଡିକୁ କୌଣସି ରାସ୍ତା ସଂଯୋଗ ନାହିଁ। ତଥାପି କେଉଁ ଆଧାରରେ କିସମ ପରିବର୍ତ୍ତନ ହୋଇଛି ବୋଲି ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଏହାପରେ ଆରଡିସିଙ୍କ କାର୍ଯ୍ୟାଳୟରୁ ୧୪ା୧୦ା୨୦୨୨ରେ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ତଦନ୍ତ କରି ଫେରିଯାଇଥିଲେ । ହେଲେ ଏହି ତଦନ୍ତର ୩ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ରହିବା ପଛରେ ରହସ୍ୟ କ’ଣ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ଏ ସଂକ୍ରାନ୍ତରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ସେଭଳି କୌଣସି ଅଭିଯୋଗ ସେ ପାଇନାହାନ୍ତି। ଅଭିଯୋଗ ମିଳିବା ପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri