Posted inଫୁରସତ

ସ୍ବାମୀନାରାୟଣ ଅକ୍ଷରଧାମ

ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର ନିଜର ଆକର୍ଷଣୀୟ ବାସ୍ତୁକଳା ପାଇଁ କେବଳ ଦିଲ୍ଲୀରେ ନୁହେଁ ସାରା ଭାରତବର୍ଷରେ ଏପରିକି ଦେଶବିଦେଶରେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏହି ମନ୍ଦିରଟି ପ୍ରାୟ ୩୫୬ ଫୁଟ୍‌ ଲମ୍ବ, ୩୧୬ ଫୁଟ୍‌ ଚଉଡ଼ା ତଥା ୧୪୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହୋଇଥିଲେ ହେଁ, ଏହାର ସମ୍ପୂର୍ଣ୍ଣ ପରିସର କିନ୍ତୁ ପ୍ରାୟ ୮୬,୩୪୨ ବର୍ଗ ଫୁଟ୍‌ ପର୍ଯ୍ୟନ୍ତ ପରିବ୍ୟାପ୍ତ; ଯାହାକି ଅନ୍ୟ କୌଣସି ହିନ୍ଦୁ ମନ୍ଦିରରେ ପ୍ରାୟତଃ ଦେଖାଯାଇ ନ ଥାଏ। ଖାସ୍‌ ଏହି କାରଣ ପାଇଁ ୨୦୦୭ ଡିସେମ୍ବର ୧୭ରେ ଏହି ମନ୍ଦିରକୁ ଦୁନିଆର ସବୁଠାରୁ ବିଶାଳ ହିନ୍ଦୁ ମନ୍ଦିର ପରିସର ଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ପ୍ରାପ୍ତ ହୋଇଛି।

ମନ୍ଦିରର କାରୁକାର୍ଯ୍ୟ
ସୂଚନାନୁଯାୟୀ, ବୋଚାସନଓ୍ବାସି ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥାହେଉଛି ଏକ ସାମାଜିକ ଆଧ୍ୟାତ୍ମିକ ହିନ୍ଦୁ ସଂଗଠନ। ଏହି ସଂସ୍ଥା ବିଶ୍ୱ ସ୍ତରରେ ପ୍ରାୟ ୧୧୦୦ରୁ ଊର୍ଦ୍ଧ୍ୱ ମନ୍ଦିର ତଥା ସାଂସ୍କୃତିକ ପରିସରର ଦେଖାଚାହାଁ କରିଥାଏ। ତେବେ ଏହି ସଂସ୍ଥାର ପ୍ରମୁଖ ସ୍ବାମୀ ମହାରାଜଙ୍କ ନେତୃତ୍ୱରେ ଉକ୍ତ ମନ୍ଦିରଟି ଗଢାଯାଇଥିଲା। ହଜାରରୁ ଊର୍ଦ୍ଧ୍ୱ କାରିଗରଙ୍କର ଅକ୍ଳାନ୍ତ ପରିଶ୍ରମରେ ନିର୍ମିତ ହୋଇଥିବା ଏହି ମନ୍ଦିରଟିକୁ ଗଢିବା ପାଇଁ କେବଳ ରାଜସ୍ଥାନୀ ଗୋଲାପୀ ସାଣ୍ଡଷ୍ଟୋନ ଏବଂ ଇଟାଲିୟାନ୍‌ କରାରା ମାର୍ବଲର ବ୍ୟବହାର କରାଯାଇଛି। ଏଥିରେ ଷ୍ଟିଲ୍‌ କି ଲୁହା କି କଂକ୍ରିଟ୍‌ ଟିକେ ହେଲେ ବି ବ୍ୟବହାର ହୋଇନାହିଁ। ତା’ଛଡ଼ା ଏହି ମନ୍ଦିରରେ ରହିଛି ପ୍ରାୟ ୨୩୪ଟି କାରୁକାର୍ଯ୍ୟପୂର୍ଣ୍ଣ ଆକର୍ଷଣୀୟ ଖୁମ୍ବ, ୯ଟି ଗମ୍ବୁଜ ତଥା ହଜାର ହଜାର ସଂଖ୍ୟାର ବିଭିନ୍ନ ମୂର୍ତ୍ତି; ଯେଉଁଥିରେ ସାମିଲ ଅଛନ୍ତି ବିଭିନ୍ନ ଦେବଦେବୀ, ଋଷି, ସନ୍ଥ ତଥା ହାତୀମାନଙ୍କର ମୂର୍ତ୍ତି। ତା’ଛଡ଼ା ଏହି ମନ୍ଦିର ପରିସରରେ ପ୍ରାୟ ୧୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ସ୍ବାମୀ ନାରାୟଣଙ୍କର ଅଭୟମୁଦ୍ରାରେ ଥିବା ଭବ୍ୟ ପ୍ରତିମା ଥିବାର ମଧ୍ୟ ଦେଖାଯାଇଥାଏ।

ମନ କିଣିନିଏ ଫାଉଣ୍ଟେନ ଶୋ’
ଏହି ମନ୍ଦିର ପରିସରରେ ପ୍ରତିଦିନ ଆଗନ୍ତୁକଙ୍କ ମନୋରଞ୍ଜନ ପାଇଁ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଶୋ’ର ଆୟୋଜନ କରାଯାଇଥାଏ। ଏହି ଶୋ’ ମାଧ୍ୟମରେ ଅନେକ କାହାଣୀକୁ ମଧ୍ୟ ଦର୍ଶାଯାଇଥାଏ, ଯାହା ଖୁବ୍‌ ମନଛୁଆଁ ହୋଇଥାଏ।

ଗାର୍ଡେନ ଅଫ୍‌ ଇଣ୍ଡିଆର ଆକର୍ଷଣ
ଉକ୍ତ ମନ୍ଦିର ପରିସରରେ ରହିଛି ଏହି ଆକର୍ଷଣୀୟ ଗାର୍ଡେନ ବା ବଗିଚାଟି। ଏଠାରେ ପର୍ଯ୍ୟଟକ ପିତ୍ତଳର ଅନେକ ମୂର୍ତ୍ତି ଦେଖିବା ସହ ସୁସଜ୍ଜିତ ବଗିଚା ଭିତରେ ଘାସର ଗାଲିଚା ଉପରେ ଚାଲି ବେଶ୍‌ ଆନନ୍ଦ ପାଇପାରିବେ। ତା’ଛଡ଼ା ଏହି ବଗଚା ଭିତରେ ରହିଛି ଯୋଗୀହୃଦୟ କମଲ୍‌; ଏକ ବିଶେଷ ପଦ୍ମଫୁଲ ଆକୃତିର ପ୍ରତିକୃତି। କୁହାଯାଏ, ଏହି ପ୍ରତିକୃତି କୁଆଡ଼େ ଶୁଭ ଭାବନାକୁ ଦର୍ଶାଇଥାଏ।

କେବଳ ଏତିକି ନୁହେଁ, ପର୍ଯ୍ୟଟକ ଏହି ମନ୍ଦିରର ବିଶାଳ ପରିସର ଭିତରେ ଆହୁରି ଅନେକ କିଛି ଆକର୍ଷଣୀୟ ଜିନିଷ ଦେଖିପାରିବେ। ଯେମିତିକି: ନାରାୟଣ ସରୋବର, ଅଭିଷେକ ମଣ୍ଡପ, ପ୍ରେମବତୀ ଆହାରଗୃହ, ସଂସ୍କୃତି ବିହାର (ବୋଟ୍‌ ରାଇଡ୍‌), ନୀଳକଣ୍ଠ ଦର୍ଶନ (ଥିଏଟର୍‌), ସହଜଆନନ୍ଦ ଦର୍ଶନ ଇତ୍ୟାଦି। ସଂକ୍ଷେପରେ କହିବାକୁ ଗଲେ, ଏହି ମନ୍ଦିର ଓ ଏହାର ପରିସରରେ ଥିବା ପ୍ରତ୍ୟେକଟି ଜିନିଷକୁ ଏତେ ସୁନ୍ଦର ଭାବେ ଯୋଜନା କରି ତିଆରି କରାଯାଇଛି ଯେ; ଯାହାକୁ ଥରେ ଦେଖିଲେ ଆଖି ଲାଖିଯିବ ଆଉ ତାହା ସବୁଦିନ ପାଇଁ ମନରେ ଘର କରିନେବ।

ମନ୍ଦିର ସମ୍ପର୍କରେ କିଛିଟା ଜରୁରୀ କଥା
ସୂଚନାନୁଯାୟୀ, ପ୍ରତି ସୋମବାର ଏହି ମନ୍ଦିର ବନ୍ଦ ରହିଥାଏ। ମନ୍ଦିର ପରିସର ମଧ୍ୟକୁ ପ୍ରବେଶ କରିବା ତଥା ପ୍ରଭୁଙ୍କ ଦର୍ଶନ କରିବା ନିଃଶୁଳ୍କ ହୋଇଥିଲେ ହେଁ, ମ୍ୟୁଜିକାଲ୍‌ ଫାଉଣ୍ଟେନ ଶୋ ତଥା ଅନ୍ୟାନ୍ୟ ଏକ୍‌ଜିବିଶନ୍‌କୁ ଦେଖିବାକୁ ହେଲେ ଆଗନ୍ତୁକଙ୍କୁ ସ୍ବତନ୍ତ୍ର ଟିକେଟ କାଟିବାକୁ ହୋଇଥାଏ। ସେହିପରି ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପର୍ଯ୍ୟଟକଙ୍କୁ ଠିକ୍‌ଠାକ୍‌ ପୋଷାକ ପିନ୍ଧିବା ମଧ୍ୟ ଦରକାର। ଅର୍ଥାତ୍‌ ଏପରି ପୋଷାକ ପିନ୍ଧିବା ଆବଶ୍ୟକ ଯେଉଁଥିରେ ସେମାନଙ୍କର ଛାତି, କାନ୍ଧ, ବାହୁ, ନାଭି ଆଦି ଲୁଚି ରହୁଥିବ, ତା’ସହିତ ପୋଷାକର ଲମ୍ବା ଆଣ୍ଠୁ ତଳକୁ ରହୁଥିବ। ଯଦି କୌଣସି ପର୍ଯ୍ୟଟକଙ୍କ ପାଖରେ ସେମିତି ପୋଷାକ ନ ଥାଏ, ତା’ହେଲେ ମନ୍ଦିରର ପ୍ରବେଶ ପଥରେ ଥିବା ଦୋକାନରୁ ମାତ୍ର ୧୦୦ ଟଙ୍କା ଦେଇ ସ୍ବତନ୍ତ୍ର ପୋଷାକ ଦେହରେ ଘୋଡେଇ ହୋଇ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ। ଏବଂ ମନ୍ଦିରରୁ ଫେରିବା ପରେ ସେହି ପୋଷାକକୁ ଫେରାଇଦେଲେ ଦୋକାନୀ ଆପଣଙ୍କୁ ପୁନର୍ବାର ୧୦୦ ଟଙ୍କା ଫେରାଇ ଦେବାର ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri