କର୍କଟରୁ ସୁସ୍ଥ ହୋଇ ପ୍ରେରଣା ଦେଉଛନ୍ତି ସ୍ବାଗତିକା

ଆଜି ଓ୍ବାର୍ଲଡ ରୋଜ୍‌ ଡେ’। ଏହି ଦିନଟିକୁ କର୍କଟ ରୋଗ ସହ ଲଢ଼େଇ କରୁଥିବା ଲୋକଙ୍କ ମଧ୍ୟରେ ଆଶା ଓ ଖୁସି ଭରିଦେବାକୁ ଉତ୍ସର୍ଗ କରାଯାଇଛି। ଅଧିକାଂଶ କର୍କଟ ଚିକିତ୍ସା ରୋଗୀଙ୍କ ଶରୀର ଓ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। କର୍କଟକୁ ନେଇ ମନରେ ରହିଥିବା ଭୟ ଓ ଭୁଲ୍‌ ଧାରଣା ରୋଗର ସ୍ଥିତିକୁ ଆହୁରି ବଢ଼ାଇ ଦେଇଥାଏ। ତେଣୁ ଏହି ସମୟରେ ରୋଗୀଙ୍କୁ ସବୁବେଳେ ଖୁସି ରଖିବା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେଥିପାଇଁ କେବଳ ସେପ୍ଟେମ୍ବର ୨୨ ନୁହେଁ, ପ୍ରତ୍ୟେକ ଦିନ ସେମାନଙ୍କ ପାଇଁ ‘ରୋଜ୍‌ ଡେ’ ହେବା ଉଚିତ। ରୋଗ ଯାହା ବି ହେଉନା କାହିଁକି ଶୀଘ୍ର ଚିହ୍ନଟ ହେଲେ ଆରୋଗ୍ୟ ସମ୍ଭବ ହୋଇଥାଏ। ତେଣୁ ଆରମ୍ଭରୁ ରୋଗ ଚିହ୍ନଟ ଓ ସଚେତନତା ସୃଷ୍ଟି ‘ରୋଜ୍‌ ଡେ’ର ଆଉଏକ ଆହ୍ବାନ ହୋଇଛି।

 

ଭୁବନେଶ୍ୱର, ୨୨।୯(ବ୍ୟୁରୋ): କାନାଡ଼ାର ମେଲିଣ୍ଡା ରୋଜ୍‌ଙ୍କ ସ୍ମୃତିରେ ସାରା ବିଶ୍ୱ ପାଳୁଛି ‘ରୋଜ୍‌ ଡେ’। ମେଲିଣ୍ଡା ୧୨ ବର୍ଷ ବୟସରେ ବିରଳ ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିଲେ। ଆଉ ମାତ୍ର କିଛି ସପ୍ତାହ ବଞ୍ଚତ୍ବେ ବୋଲି ଡାକ୍ତରମାନେ କହିଥିଲେ। କିନ୍ତୁ ସେ କେବେ ବି ଭାଙ୍ଗି ପଡି ନ ଥିଲେ କି କର୍କଟକୁ ପରାସ୍ତ କରିବାର ଆଶା ବି ଛାଡ଼ି ନ ଥିଲେ। ଆଉ ୬ମାସ ବଞ୍ଚତ୍ଥିଲେ। ସେ ଏହି ସମୟ ଭିତରେ ନିଜକୁ କେବେବି ଚିନ୍ତାରେ ବୁଡ଼ାଇ ନ ଥିଲେ। ନିଜ ମନୋବଳ ଦୃଢ଼ କରିବା ସହ ଅନେକ କର୍କଟ ରୋଗୀଙ୍କୁ ଖୁସିର ସହ ବଞ୍ଚତ୍ବାକୁ ପ୍ରେରଣା ଦେଇଥିଲେ। କର୍କଟ ରୋଗୀଙ୍କୁ ଚିଠି ଲେଖି, ଇମେଲ୍‌ ଜରିଆରେ ମେସେଜ୍‌ ଦେଇ ସେମାନଙ୍କ ମନରେ ନୂଆ ଆଶାର ସଞ୍ଚାର କରିଥିଲେ। ତେବେ ଓଡ଼ିଶାରେ ମଧ୍ୟ ମେଲିଣ୍ଡାଙ୍କ ଭଳି ଅନେକ କର୍କଟ ସଂଗ୍ରାମୀ ରହିଛନ୍ତି, ଯେଉଁମାନେ ଅନ୍ୟ କର୍କଟ ରୋଗୀଙ୍କ ମନରେ ଖୁସିର ଆଶା ଭରି ଦେବାକୁ ଅହରହ ଉଦ୍ୟମ ଚଳାଇଛନ୍ତି। ସେମିତି ଜଣେ ଝିଅ ହେଉଛନ୍ତି କଟକର ସ୍ବାଗତିକା ଆଚାର୍ଯ୍ୟ। ୧୯ ବର୍ଷ ବୟସରେ ଲ’ ପାଠ ପଢ଼ୁଥିବାବେଳେ ସେ ନାଜୋଫାରିଙ୍କ୍‌ସ କ୍ୟାନସରରେ ପୀଡିତ ଥିବା ଜାଣିବାକୁ ପାଇଥିଲେ। ତେବେ ଅନ୍ୟ ରୋଗୀଙ୍କ ପରି ସେ ଭାଙ୍ଗି ନ ପଡ଼ି ଆତ୍ମବିଶ୍ୱାସ ବଢ଼ାଇଥିଲେ। ଏବେ ସେ କର୍କଟ ରୋଗରୁ ସୁସ୍ଥ ହୋଇସାରିଛନ୍ତି। ନିଜେ ଚିକିତ୍ସିତ ହେଉଥିବା ସମୟରେ ସେ ଅନ୍ୟ କର୍କଟ ରୋଗୀଙ୍କ ପାଖକୁ ଯାଉଥିଲେ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଉଥିଲେ। କେବଳ ରୋଜ୍‌ ଡେ’ ନୁହେଁ, ଅନ୍ୟ ଦିନମାନଙ୍କରେ ବି ସ୍ବାଗତିକା କର୍କଟ ସଂଗ୍ରାମୀଙ୍କ ପାଖକୁ ଯାଆନ୍ତି ଏବଂ ସେମାନଙ୍କୁ ପ୍ରେରଣା ଦେଉଛନ୍ତି।
ଏ ସମ୍ପର୍କରେ ସ୍ବାଗତିକା କୁହନ୍ତି, ମୋର ପ୍ରଥମ ବର୍ଷ ଚିକିତ୍ସା ବେଳେ ରୋଜ୍‌ ଡେ’ କ’ଣ ଜାଣି ନ ଥିଲି। ପରବର୍ଷ ମୁଁ ଜାଣିବା ପରେ ଯେଉଁଠି ଚିକିତ୍ସିତ ହେଉଥିଲି, ସେଠି ଅନ୍ୟ କର୍କଟ ରୋଗୀଙ୍କୁ ଗୋଲାପ ଫୁଲ ଦେଇ ମୋଟିଭେଟ୍‌ କରିଥିଲି। କର୍କଟରୁ ଆରୋଗ୍ୟ ସମ୍ଭବ ଓ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଯଦି ଜଣେ ଆକ୍ରାନ୍ତ ଜାଣିବ ତେବେ ତାଙ୍କ ମନରେ ନିଶ୍ଚିତ ସକାରାତ୍ମକ ଭାବନା ବା ବଞ୍ଚତ୍ବାର ଆଶା ବଢ଼ିବ। ତେଣୁ ଏଭଳି ବାର୍ତ୍ତା ନେଇ ପ୍ରତିବର୍ଷ କଟକର ଏକ କ୍ୟାନ୍‌ସର ହସ୍ପିଟାଲରେ ଆମେ ‘ରୋଜ୍‌ ଡେ’ ପାଳିଥାଉ। ଅନ୍ୟ ସମୟରେ ବି ବିଭିନ୍ନ କାର୍ଯ୍ୟକ୍ରମ କରି ସେମାନଙ୍କ ମୁହଁରେ ହସ ଫୁଟାଇଥାଉ। ଯେତେବେଳେ ମୁଁ କର୍କଟ ସଂଗ୍ରାମୀଙ୍କ ପାଖକୁ ଯାଏ ଅନେକେ କାନ୍ଦନ୍ତି। କୁହନ୍ତି, ତୁମେ ସିନା ଭଲ ହୋଇଗଲ, ଆମେ ଠିକ୍‌ ହେଇପାରିବୁ କି ନାହିଁ। ସେତେବେଳେ ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ବୁଝାଇଥାଏ। ମୋର ରେଡିଏଶନ ବେଳେ କଳା ହୋଇଥିବା ଓ କେମୋ ବେଳେ ଚୁଟି ନ ଥିବାର ଫଟୋ ସେମାନଙ୍କୁ ଦେଖାଏ। ମୁଁ କେତେ ଖରାପ ସ୍ଥିତିରେ ଥିଲି ତାଙ୍କୁ ବି ଜଣାଏ। ଆଉ ଏବେ କେମିତି ସୁସ୍ଥ ହୋଇ ସବୁ କାମ କରିପାରୁଛି ତାହା ବି ବୁଝାଏ। ସେମାନଙ୍କୁ କୁହେ, ମୁଁ ଯଦି ତୁମ ସମ୍ମୁଖରେ ଛିଡ଼ା ହୋଇପାରିଛି, ତୁମେ ବି ଛିଡ଼ା ହୋଇପାରିବ। ଯଦି ଜଣେ କର୍କଟ ସଂଗ୍ରାମୀ ଆଉଜଣେ ସୁସ୍ଥ ହୋଇଥିବା କର୍କଟ ରୋଗୀଙ୍କୁ ରେଗୁଲାର ଦେଖିଥାଏ, ସେତେବେଳେ ତା’ମନରେ ଏକ ସକାରାତ୍ମକ ମନୋଭାବ ସୃଷ୍ଟି ହୋଇଥାଏ। କର୍କଟ ରୋଗ ବି ଭଲ ହୋଇପାରେ ବୋଲି ସେମାନେ ବିଶ୍ୱାସ କରିଯାଆନ୍ତି। ଆଉ ଶେଷବେଳକୁ ସେମାନଙ୍କ ମୁହଁରେ ଯେଉଁ ହସ ଆସେ, ସେଇଟା ହିଁ ମୋତେ ଖୁସି ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri