ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି। ଏପରି କି କମ୍ପାନୀର ପ୍ରମୁଖ ମଡେଲ ସୁଜୁକି ଆସେସ୍‌ ୧୨୫ର ଗୁଣବତ୍ତା ଓ ମାଇଲେଜକୁ ନେଇ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିକଟରେ ଶୁଭାରମ୍ଭ ହୋଇଯାଇଛି। ସେହିଭଳି ଓଡ଼ିଶାରେ ମଧ୍ୟ ପ୍ରଥମ ଥର ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଉଭୟ ଗ୍ରାହକ ଓ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରମାନଙ୍କ ଜରିଆରେ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜ୍ୟୋତି ସୁଜୁକି ପଟିଆ ଏବଂ ନାରାୟଣୀ ସୁଜୁକି ଲକ୍ଷ୍ମୀସାଗର (ଝାରପଡା) ଆନୁକୂଲ୍ୟରେ ରବିବାର ଭୁବନେଶ୍ୱରର ଜନତା ମଇଦାନଠାରେ ‘ମାଇଲେଜ ରାଲି’ର ଆୟୋଜନ କରାଯାଇଥିଲା। ଏହି ରାଲିରେ ୫୦ ଜଣ ସୁଜୁକି ଆସେସ୍‌ ୧୨୫ର ଗ୍ରାହକ ଅଂଶ ଗ୍ରହଣ କରି ସେମାନଙ୍କର ଗାଡ଼ିର ଗୁଣବତ୍ତା ଓ ମାଇଲେଜ ଟେଷ୍ଟ କରି ପୁରସ୍କୃତ ହୋଇଥିଲେ। ସେହିଭଳି ରାଲିରେ ଅଂଶ ଗ୍ରହଣ କରିଥିବା ୫୦ଗ୍ରାହକଙ୍କ ମଧ୍ୟରୁ ଶ୍ରେଷ୍ଠ ମାଇଲେଜ ପ୍ରଦାନ କରିଥିବା ଗାଡ଼ି ମାଲିକଙ୍କୁ ୫୦୦୦ ଟଙ୍କାର ପୁରସ୍କାର ଦିଆଯାଇଥିଲା ବେଳେ ପ୍ରଥମ ରନର୍ସ ଅପ ଗାଡ଼ି ମାଲିକଙ୍କୁ ୩୦୦୦ ଟଙ୍କା ଏବଂ ୨ୟ, ୩ୟ ଏବଂ ୪ର୍ଥ ସ୍ଥାନ ଅଧିକାର କରିଥିବା ଗାଡ଼ି ମାଲିକଙ୍କୁ ୧୦୦୦ ଟଙ୍କା ଲେଖାଏ ପୁରସ୍କାର ସ୍ବରୂପ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ସେହିପରି ଏହି ରାଲିରେ ଉଭୟ ନୂଆ ଓ ପୁରୁଣା ସୁଜୁକି ଆସେସ୍‌ ୧୨୫ ଗାଡ଼ି ମାଲିକମାନେ ସାମିଲ ହୋଇ ଗାଡ଼ିର ଗୁଣବତ୍ତା ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ ସହ ଅନେକ ପ୍ରକାର କାର୍ଯ୍ୟକ୍ରମରେ ଭାଗନେଇ ପୁରସ୍କାର ସହିତ ମନୋରଞ୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri