ବୁଝିବାରେ ଅସଫଳ

ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଓ ପୂର୍ବ ଭାଗରେ ଥିବା ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ନିର୍ବାଚନ ଫଳ ୧-୧ରେ ଶେଷ ହୋଇଛି। ଅର୍ଥାତ୍‌ ଦୁଇ ରାଜ୍ୟରେ ଶାସନରେ ଥିବା ମେଣ୍ଟ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ମହାରାଷ୍ଟ୍ର କଥା ଦେଖିଲେ ଭାଜପା, ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ୍‌ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ନେଇ ଗଠିତ ମେଣ୍ଟ ବା ମହାୟୁତି ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରୁ ୨୩୫ ଆସନ ଜିତି ତିନି ଚତୁର୍ଥାଂଶ ସିଟ୍‌ ହାସଲ କରିଛି। ଅନ୍ୟପକ୍ଷରେ ଉଦ୍ଧବ ବାଲାସାହେବ ଠାକ୍‌ରେ (ୟୁବିଟି) ଶିବସେନା, କଂଗ୍ରେସ ଏବଂ ଶରଦ ପାଓ୍ବାରଙ୍କ ଏନ୍‌ସିପିଏସ୍‌ପିକୁ ମିଶାଇ ଗଢ଼ି ଉଠିଥିବା ମହାବିକାଶ ଅଘାଡି (ଏମ୍‌ଭିଏ) ମାତ୍ର ୪୮ ସିଟ୍‌ ଜିତିବାରେ ସକ୍ଷମ ହୋଇଛି। ଯଦି ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦେଖାଯାଏ, ସେତେବେଳେ ଘଟିଥିବା ରାଜନୈତିକ ସମୀକରଣ ଦେଶବାସୀଙ୍କୁ ଭିନ୍ନ ବାର୍ତ୍ତା ଦେଇଥିଲା। ବାରମ୍ବାର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଘଟିବା ମହାରାଷ୍ଟ୍ରରେ କ୍ଷମତା ରାଜନୀତିକୁ ପଦାରେ ପକାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନରେ ୟୁବିଟି, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପିଏସ୍‌ପି ଭଲ ପ୍ରଦର୍ଶନ କରିଥିଲେ। ସେହି ଅନୁଯାୟୀ ଏମ୍‌ଭିଏ ଆଶା ରଖିଥିଲା ଶାସନ ଡୋରି ତାକୁ ମିଳିବ। କେବଳ ସେତିକି ନୁହେଁ, ୧୯୭୨ ପରେ ଏହା ହେଉଛି ପ୍ରଥମ ନିର୍ବାଚନ, ଯେଉଁଥିରେ ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ମେଣ୍ଟ ଏତେସଂଖ୍ୟକ ଆସନ ଜିତିପାରିଛି। ମହାରାଷ୍ଟ୍ରବାସୀ ଭାଜପା ପରିଚାଳିତ ମହାୟୁତି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ଏମ୍‌ଭିଏ ୨୦୨୪ ଲୋକ ସଭା ନିର୍ବାଚନର ଉତ୍ତମ ଫଳାଫଳକୁ ଦେଖି ଖାମଖିଆଲ ଭାବେ ଟିକେଟ ବଣ୍ଟନ କରିଥିଲା। ଏଥିସହିତ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚତ୍ବାରେ ବିରୋଧୀ ମେଣ୍ଟ ସକ୍ଷମ ହୋଇ ନ ଥିଲା। ଫଳସ୍ବରୂପ କଂଗ୍ରେସ ମାତ୍ର ୧୫ ସିଟ୍‌ ପାଇଥିବାବେଳେ ଶରଦ ପାଓ୍ବାରଙ୍କ ଏନ୍‌ସିପିଏସ୍‌ପି ୧୦ ଓ ଶିବସେନା (ୟୁବିଟି) ମାତ୍ର ୨୦ ଆସନ ଜିତି ଶୋଚନୀୟ ପ୍ରଦର୍ଶନ କରିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଲୋକ ସଭା ନିର୍ବାଚନର ସଫଳତା ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସ୍ପଷ୍ଟ ଭାବେ କହି ହେବନାହିଁ। ଅପରପକ୍ଷରେ ଭାଜପା ଓ ଏକନାଥ ଶିନ୍ଦେଙ୍କ ଶିବସେନା ମିଶି ଯେତେବେଳେ ସରକାର ଗଠନ କରିଥିଲେ, ସେତେବେଳେ ସଂଖ୍ୟାକୁ ଗୁରୁତ୍ୱ ନ ଦେଇ ଭାଜପା ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇଥିଲା। ସମ୍ଭବତଃ ଭୋଟରଙ୍କ ସମବେଦନା ଫଡ୍‌ନବିସଙ୍କ ପ୍ରତି ରହିବାରୁ ସେ ନିର୍ବାଚନକୁ ଚତୁରତାର ସହ ପରିଚାଳନା କରି ଲାଭ ଉଠାଇପାରିଛନ୍ତି ବୋଲି କୁହାଯାଉଛି। ୨୦୧୯ ବିଧାନସଭା ନିର୍ବାଚନରେ ୧୦୫ ଆସନ ପାଇଥିବା ଭାଜପା ଏଥର ୧୩୨ ଆସନ ପାଇପାରିଛି। ଏବେ ମୁଖ୍ୟମନ୍ତ୍ରୀ ପଦବୀ କାହା ନିକଟକୁ ଯିବ ସେଥିନେଇ ବିଚାରବିମର୍ଶ ଚାଲିଛି। କିନ୍ତୁ ଏହି ନିର୍ବାଚନରେ ସର୍ବାଧିକ କ୍ଷତି ଜାତୀୟ ଦଳ ଭାବେ କଂଗ୍ରେସ ଭୋଗିଥିବା ବେଳେ ଶିବସେନା(ୟୁବିଟି)ର ଖାଦି ମଧ୍ୟ କମିଯାଇଛି।
ଝାଡ଼ଖଣ୍ଡ କଥା ଦେଖିଲେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), କଂଗ୍ରେସ ଓ ଆର୍‌ଜେଡି ମେଣ୍ଟ ପୁନଶ୍ଚ କ୍ଷମତାକୁ ଫେରିଛି। ସେହି ରାଜ୍ୟରେ ଶାସନକୁ ନିଜ ଆଡ଼କୁ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତିରେ ପକାଇ ଭାଜପା ତାଙ୍କୁ ଜେଲ ପଠାଇଥିଲା। ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଚମ୍ପେଇ ସୋରେନ୍‌ଙ୍କୁ ମଧ୍ୟ ନିର୍ବାଚନ ପୂର୍ବରୁ ଭାଜପା ନିଜ ଆଡ଼କୁ ନେଇଯାଇଥିଲା। ହେଲେ ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସୋରେନ ଜେଏମ୍‌ଏମ୍‌ର ଜଣେ ଲଢ଼ୁଆ ସୈନିକ ଭାବେ ସଂଗ୍ରାମ କରି ଭୋଟରଙ୍କୁ ଏକଜୁଟ କରିବାରେ ସଫଳ ହେଲେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। ତେବେ ଚମ୍ପେଇଙ୍କୁ ଅସ୍ତ୍ର କରି ଆଦିବାସୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାରେ ସକ୍ଷମ ହୋଇ ନ ଥିବା ଭାଜପାକୁ ଶେଷରେ ଝାଡ଼ଖଣ୍ଡବାସୀ ଶାସନଠାରୁ ପୁଣି ଦୂରେଇ ରଖିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡର ଜାମସେଦପୁର (ପୂର୍ବ) ବିଧାନସଭା କ୍ଷେତ୍ରରୁ କଂଗ୍ରେସର ଓଡ଼ିଶା ପାଇଁ ନିଯୁକ୍ତ ହୋଇଥିବା ପ୍ରଭାରୀ ଅଜୟ କୁମାର ଭାଜପା ପ୍ରାର୍ଥୀ ତଥା ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁଙ୍କଠାରୁ ୬୪,୩୨୦ ଖଣ୍ଡ ଭୋଟରେ ହାରିଯାଇଛନ୍ତି।
ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, ଭୋଟରଙ୍କୁ ଆଜିକାର ରାଜନେତାମାନେ ବୁଝିବାରେ ଅସଫଳ ହେଉଛନ୍ତି। କେଉଁଠି ମାଗଣା ସାମଗ୍ରୀ ବା ସେବା ଦେଇ ଭୋଟ ନେବାର ଉଦ୍ୟମ ସଫଳ ହେଉଥିବା ବେଳେ ଅନ୍ୟ କେଉଁଠି ତାହାର ବିପରୀତ ପ୍ରତିଫଳନ ଦେଖାଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?