ଆର୍ୟନ ଜଣେ ଭଲ ପିଲା, କେବଳ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲେ: ସୁଜୈନ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏନ୍‌ସିବି ତାଙ୍କୁ ଗିରଫ କରିବା ପରେ ଜଣଙ୍କ ପରେ ଜଣେ ବଲିଉଡ୍‌ କଳାକାର ଆଗକୁ ଆସି ଆର୍ୟନଙ୍କୁ ସମର୍ଥନ କରୁଛନ୍ତି। ପ୍ରଥମେ ସୁନୀଲ ସେଟ୍ଟୀ,ପୂଜା ଭଟ୍ଟଙ୍କ ପରେ ଏବେ ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍‌ ମଧ୍ୟ କିଙ୍ଗ୍‌ ଖାନଙ୍କ ପୁଅଙ୍କୁ ସମର୍ଥନ କରିଛନ୍ତି।

ସୋସିଆଲ ମିଡିଆରେ ଏକ କମେଣ୍ଟରେ ପ୍ରତିକ୍ରିୟା ରଖି ସୁଜୈନ କହିଛନ୍ତି, ମୁଁ ଭାବୁଛି ଏହା ଆର୍ୟନଙ୍କ ବିଷୟରେ ନୁହେଁ। ଦୁର୍ଭାଗ୍ୟବଶତଃ ସେ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲା। ବଲିଉଡ୍‌ ଲୋକଙ୍କ କିଭଳି ‘ଓ୍ବିଚ୍‌ ହଣ୍ଟ’ କରାଯାଏ, ଏହି ଘଟଣାକୁ ଉଦାହରଣ ଭାବେ ନେଲେ ଜାଣିପାରିବ। ଏହା ବହୁତ ଦୁଃଖଦାୟକ। ଏହା ଠିକ୍‌ ମଧ୍ୟ ନୁହେଁ। ଆର୍ୟନ ଜଣେ ଭଲ ପିଲା। ଏହି ଘଟଣାରେ ସେ ଶାହରୁଖ ଏବଂ ଗୌରୀଙ୍କ ସହ ଥିବା ସୁଜୈନ କହିଛନ୍ତି।

କହିରଖୁଛୁ, ସୁଜୈନ ଏବଂ ଗୌରୀ ପରସ୍ପରର ଭଲ ବନ୍ଧୁ। ଉଭୟ ଅନେକ ସମୟରେ ବଲିଉଡ୍‌ ପାର୍ଟିରେ ନଜର ଆସିଥାନ୍ତି। କେବଳ ଏତିକି ନୁହେଁ ଉଭୟ ଇଣ୍ଟିରିୟର ଡିଜାଇନର ମଧ୍ୟ। ଉଭୟ ବ୍ୟବସାୟରେ ସହଭାଗିତା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ

ଜୟପୁର,୧୬ା୨:  ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସୂଚନା ପାଇ ଅଧ ଡଜନ ଦମକଳ ଗାଡ଼ି…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

ରହମାନଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମୋଦି: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୬ା୨:ବାଂଲାଦେଶ ନିର୍ବାଚନରେ ବିଏନ୍‌ପି ବିପୁଳ ବିଜୟ ହାସଲ କରିବା ପରେ ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତା ୧୭ ତାରିଖରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri