ବସି ପାରିଲାନି ବୈଠକ, ସନ୍ଦେହରେ ପ୍ରସଙ୍ଗ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏଥର କେନ୍ଦ୍ର ସରକାର ବଜେଟ୍‌ରେ କେଉଁସବୁ ଦିଗ ଉପରେ ଗୁରୁତ୍ୱ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟତଃ ତ୍ତତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାରଙ୍କ ବଜେଟ୍‌ ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଅଟେ। ଅଧିବେଶନ ପୂର୍ବରୁ ହେବାକୁ ଥିବା ସର୍ବଦଳୀୟ ବୈଠକ ଏଥର କିନ୍ତୁ ବସିପାରିନାହିଁ। ବିଜେଡିର ଏମ୍‌ପିମାନଙ୍କ ବୈଠକ ମଧ୍ୟ ହୋଇପାରିନାହିଁ। କିନ୍ତୁ ବିଗତ ଦିନରେ ରାଜ୍ୟର ସ୍ବାର୍ଥ ରକ୍ଷା ଲାଗି ଉଠାଇ ଆସୁଥିବା ସମସ୍ୟା କଥା ଉତ୍‌ଥାପନ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସହ କୋଟିଆ ସମସ୍ୟାକୁ ପାର୍ଲାମେଣ୍ଟରେ ଜୋର୍‌ଦାର କରିବ ବୋଲି କହିଛି। ହେଲେ ଅନେକ ଥର ଉଭୟ ବିଜେଡି ଓ କଂଗ୍ରେସ ଓଡ଼ିଶାର ବିଭିନ୍ନ ସମସ୍ୟାକୁ ଜୋରଦାର କରିବେ ବୋଲି କହୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ଦେଖିବାକୁ ମିଳେନାହିଁ। ଭାଜପା ଓଲଟି ସମାଲୋଚନା କରିଛି। ବିଜେଡି ସବୁବେଳେ ସମସ୍ୟା କଥା ଉଠାଇବ ବୋଲି କୁହେ, ହେଲେ ତାହା ହୁଏ ନାହଁି ବୋଲି ଭାଜପା ପକ୍ଷରୁ କୁହାଯାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଦଳ ତରଫରୁ କୌଣସି ବୈଠକ ଏଯାଏ ବସିପାରିନାହିଁ। ବିଜେଡି ରାଜ୍ୟର ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଏ ପର୍ଯ୍ୟନ୍ତ ଗୁରୁତ୍ୱ ଦେଇଆସିଛି ସେସବୁ କଥା ଉଠାଇବ। ଗତଥର ବହୁ ଦାବି ହେବାପରେ ଶେଷଥର ଲାଗି ରାଜ୍ୟରୁ ଉଷୁନା ଚାଉଳ ଉଠାଇବ ବୋଲି କହିଥିଲା। ଆଗକୁ କେନ୍ଦ୍ର ସରକାର ରାଜ୍ୟରୁ ଆଉ ଉଷୁନା ଚାଉଳ ନେବେ ନାହିଁ ବୋଲି କହିଦେଇଛନ୍ତି। ତେଣୁ ରାଜ୍ୟରୁ କେନ୍ଦ୍ର କିପରି ଉଷୁନା ଚାଉଳ ଉଠାଇବ ସେକଥାକୁ ଗୁରୁତ୍ୱ ଦିଆଯିବ।

ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଓଡ଼ିଶାକୁ ଅଧିକ ଭାଗ ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ରାଜ୍ୟକୁ ଅଧିକ ଗୃହ ଯୋଗାଇବା ସାଙ୍ଗକୁ ଆବାସ ପୋର୍ଟାଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବା ସମ୍ପର୍କିତ ଦାବିକୁ ଜୋର୍‌ଦାର କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ଦୁଇଟି ଦାବି ବାରମ୍ବାର ଉଠାଇ ଆସୁଛନ୍ତି। ତାହାହେଲା ସୁନ୍ଦରଗଡ଼ଠାରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଏବଂ ଅନୁଗୋଳଠାରେ ଏମ୍‌ସିଏଲ ଦ୍ୱାରା ନିର୍ମାଣ ହୋଇସାରିଥିବା ମେଡିକାଲ କଲେଜକୁ କାର୍ଯ୍ୟକାରୀ କରାଇବା। ଏହି ଦାବି ପୁଣି କରାଯିବ। ସେହିଭଳି କ୍ଲିନ୍‌ ଏର୍ନ୍‌ଜିି ସେସ୍‌ରେ ରାଜ୍ୟକୁ ୬୦% ଦେବା ନେଇ ଦାବି କରାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରୁ ଯେତିକି କୋଇଲା ଉତ୍ତୋଳନ କରାଯାଇ ପଠାଯାଉଛି ତାହା ଦେଶରେ ଆଦାୟ ହେଉଥିବା କୋଇଲାର ୨୫ ପ୍ରତିଶତ। ଏହାଦ୍ୱାରା କେନ୍ଦ୍ର ସରକାର ଗୋଟିଏ ଟନ୍‌ ପିଛା ୪୦୦ ଟଙ୍କା ସେସ୍‌ ନେଉଛନ୍ତି। ରାଜ୍ୟରେ କୋଇଲା ଉତ୍ପାଦନ ଯୋଗୁ ବ୍ୟାପକ ଗଛ କଟାଯିବା ସହ ବାୟୁମଣ୍ଡଳ ଦୂଷିତ ହେଉଛି। ତେଣୁ ଆଦାୟ ହେଉଥିବା ସେସ୍‌ର ୬୦ ପ୍ରତିଶତ ଓଡ଼ିଶାକୁ ଦେବା ପାଇଁ ବାରମ୍ବାର ଦାବି କରାଯିବା ସତ୍ତ୍ୱେ କେନ୍ଦ୍ର ଶୁଣୁନି। ସେକଥା ଉଠାଯିବ। ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଲାଗି ମଧ୍ୟ ଦାବି କରାଯିବ। ସେହିପରି ଓଡ଼ିଶାର ମାଓବାଦୀ ସମସ୍ୟା ନେଇ ରାଜ୍ୟରେ ସେଣ୍ଟ୍ରାଲ ଫୋର୍ସ ମୁତୟନ ହେଉଛନ୍ତି। ସେଣ୍ଟ୍ରାଲ ଫୋର୍ସ ରାଜ୍ୟରେ ମୁତୟନ ଲାଗି ଯେଉଁ ଖର୍ଚ୍ଚ ହେଉଛି ତାହା ରାଜ୍ୟ ସରକାର ବହନ କରୁଛନ୍ତି। ମାଓବାଦୀ ସମସ୍ୟା କେବଳ ଓଡ଼ିଶାର ନୁହେଁ, ବରଂ ଦେଶର ପ୍ରସଙ୍ଗ। ତେଣୁ ସେଥିଲାଗି ସେଣ୍ଟ୍ରାଲ ଫୋର୍ସର ଖର୍ଚ୍ଚ କେନ୍ଦ୍ର ବହନ କରୁ ବୋଲି ଦାବି କରାଯିବ। କୋଟିଆ ପ୍ରସଙ୍ଗ ମଧ୍ୟ ପାର୍ଲାମେଣ୍ଟରେ ଉଠାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି।

ଓଡ଼ିଶାର ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲ୍ଲାକା କହିଛନ୍ତି, ଦୁର୍ବଳ ଅର୍ଥନୀତି, ଦରବୃଦ୍ଧି, ବେକାରି ସମସ୍ୟା, ଚାଇନା ଦେଖାଉଥିବା ନାଲି ଆଖି, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର ଆଦି ଦେଶର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯିବ। ଏହାସହ ରାଜ୍ୟକୁ ଅଧିକ ରେଳ ପ୍ରକଳ୍ପ ପ୍ରଦାନ, କେବିକେ ଅଞ୍ଚଳଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ଗୃହ ପ୍ରଦାନ, କୋଟିଆ ସମସ୍ୟା, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପାର୍ଲାମେଣ୍ଟରେ ଜୋରଦାର କରାଯିବ ବୋଲି ଉଲ୍ଲାକା କହିଛନ୍ତି।

ଭାଜପା ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ବିଜେଡି ଏମ୍‌ପିମାନେ ଆଗେ ପୂରା ସମୟ ପାର୍ଲାମେଣ୍ଟରେ ରୁହନ୍ତୁ, ତା’ପରେ ପ୍ରସଙ୍ଗ ଉଠାଇବେ। ଆମେ କେତେ ସମୟ ପାର୍ଲାମେଣ୍ଟରେ ରହୁଛୁ, କେତେ ପରିମାଣରେ ଭାଗ ନେଉଛୁ ତା’ର ରିପୋର୍ଟ ପ୍ରଧାନମନ୍ତ୍ରୀ ନିଅନ୍ତି। ହେଲେ ବିଜେଡିର ସେମିତି କିଛି ନାହିଁ। ବିଜେଡି ଏମ୍‌ପିମାନେ ଓଡ଼ିଶାର ସମସ୍ୟା କଥା ଉଠାଇଲେ ତ ବହୁତ ଭଲ। ହେଲେ ସେମାନେ ସବୁବେଳେ ଓଡିଶା ସମସ୍ୟା ବିଷୟ ଜୋରଦାର କରିବେ କହି କିଛି ଉଠାନ୍ତି ନାହିଁ ବୋଲି ପୂଜାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri