ବସି ପାରିଲାନି ବୈଠକ, ସନ୍ଦେହରେ ପ୍ରସଙ୍ଗ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏଥର କେନ୍ଦ୍ର ସରକାର ବଜେଟ୍‌ରେ କେଉଁସବୁ ଦିଗ ଉପରେ ଗୁରୁତ୍ୱ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟତଃ ତ୍ତତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାରଙ୍କ ବଜେଟ୍‌ ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଅଟେ। ଅଧିବେଶନ ପୂର୍ବରୁ ହେବାକୁ ଥିବା ସର୍ବଦଳୀୟ ବୈଠକ ଏଥର କିନ୍ତୁ ବସିପାରିନାହିଁ। ବିଜେଡିର ଏମ୍‌ପିମାନଙ୍କ ବୈଠକ ମଧ୍ୟ ହୋଇପାରିନାହିଁ। କିନ୍ତୁ ବିଗତ ଦିନରେ ରାଜ୍ୟର ସ୍ବାର୍ଥ ରକ୍ଷା ଲାଗି ଉଠାଇ ଆସୁଥିବା ସମସ୍ୟା କଥା ଉତ୍‌ଥାପନ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସହ କୋଟିଆ ସମସ୍ୟାକୁ ପାର୍ଲାମେଣ୍ଟରେ ଜୋର୍‌ଦାର କରିବ ବୋଲି କହିଛି। ହେଲେ ଅନେକ ଥର ଉଭୟ ବିଜେଡି ଓ କଂଗ୍ରେସ ଓଡ଼ିଶାର ବିଭିନ୍ନ ସମସ୍ୟାକୁ ଜୋରଦାର କରିବେ ବୋଲି କହୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ଦେଖିବାକୁ ମିଳେନାହିଁ। ଭାଜପା ଓଲଟି ସମାଲୋଚନା କରିଛି। ବିଜେଡି ସବୁବେଳେ ସମସ୍ୟା କଥା ଉଠାଇବ ବୋଲି କୁହେ, ହେଲେ ତାହା ହୁଏ ନାହଁି ବୋଲି ଭାଜପା ପକ୍ଷରୁ କୁହାଯାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଦଳ ତରଫରୁ କୌଣସି ବୈଠକ ଏଯାଏ ବସିପାରିନାହିଁ। ବିଜେଡି ରାଜ୍ୟର ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଏ ପର୍ଯ୍ୟନ୍ତ ଗୁରୁତ୍ୱ ଦେଇଆସିଛି ସେସବୁ କଥା ଉଠାଇବ। ଗତଥର ବହୁ ଦାବି ହେବାପରେ ଶେଷଥର ଲାଗି ରାଜ୍ୟରୁ ଉଷୁନା ଚାଉଳ ଉଠାଇବ ବୋଲି କହିଥିଲା। ଆଗକୁ କେନ୍ଦ୍ର ସରକାର ରାଜ୍ୟରୁ ଆଉ ଉଷୁନା ଚାଉଳ ନେବେ ନାହିଁ ବୋଲି କହିଦେଇଛନ୍ତି। ତେଣୁ ରାଜ୍ୟରୁ କେନ୍ଦ୍ର କିପରି ଉଷୁନା ଚାଉଳ ଉଠାଇବ ସେକଥାକୁ ଗୁରୁତ୍ୱ ଦିଆଯିବ।

ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଓଡ଼ିଶାକୁ ଅଧିକ ଭାଗ ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ରାଜ୍ୟକୁ ଅଧିକ ଗୃହ ଯୋଗାଇବା ସାଙ୍ଗକୁ ଆବାସ ପୋର୍ଟାଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବା ସମ୍ପର୍କିତ ଦାବିକୁ ଜୋର୍‌ଦାର କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ଦୁଇଟି ଦାବି ବାରମ୍ବାର ଉଠାଇ ଆସୁଛନ୍ତି। ତାହାହେଲା ସୁନ୍ଦରଗଡ଼ଠାରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଏବଂ ଅନୁଗୋଳଠାରେ ଏମ୍‌ସିଏଲ ଦ୍ୱାରା ନିର୍ମାଣ ହୋଇସାରିଥିବା ମେଡିକାଲ କଲେଜକୁ କାର୍ଯ୍ୟକାରୀ କରାଇବା। ଏହି ଦାବି ପୁଣି କରାଯିବ। ସେହିଭଳି କ୍ଲିନ୍‌ ଏର୍ନ୍‌ଜିି ସେସ୍‌ରେ ରାଜ୍ୟକୁ ୬୦% ଦେବା ନେଇ ଦାବି କରାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରୁ ଯେତିକି କୋଇଲା ଉତ୍ତୋଳନ କରାଯାଇ ପଠାଯାଉଛି ତାହା ଦେଶରେ ଆଦାୟ ହେଉଥିବା କୋଇଲାର ୨୫ ପ୍ରତିଶତ। ଏହାଦ୍ୱାରା କେନ୍ଦ୍ର ସରକାର ଗୋଟିଏ ଟନ୍‌ ପିଛା ୪୦୦ ଟଙ୍କା ସେସ୍‌ ନେଉଛନ୍ତି। ରାଜ୍ୟରେ କୋଇଲା ଉତ୍ପାଦନ ଯୋଗୁ ବ୍ୟାପକ ଗଛ କଟାଯିବା ସହ ବାୟୁମଣ୍ଡଳ ଦୂଷିତ ହେଉଛି। ତେଣୁ ଆଦାୟ ହେଉଥିବା ସେସ୍‌ର ୬୦ ପ୍ରତିଶତ ଓଡ଼ିଶାକୁ ଦେବା ପାଇଁ ବାରମ୍ବାର ଦାବି କରାଯିବା ସତ୍ତ୍ୱେ କେନ୍ଦ୍ର ଶୁଣୁନି। ସେକଥା ଉଠାଯିବ। ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଲାଗି ମଧ୍ୟ ଦାବି କରାଯିବ। ସେହିପରି ଓଡ଼ିଶାର ମାଓବାଦୀ ସମସ୍ୟା ନେଇ ରାଜ୍ୟରେ ସେଣ୍ଟ୍ରାଲ ଫୋର୍ସ ମୁତୟନ ହେଉଛନ୍ତି। ସେଣ୍ଟ୍ରାଲ ଫୋର୍ସ ରାଜ୍ୟରେ ମୁତୟନ ଲାଗି ଯେଉଁ ଖର୍ଚ୍ଚ ହେଉଛି ତାହା ରାଜ୍ୟ ସରକାର ବହନ କରୁଛନ୍ତି। ମାଓବାଦୀ ସମସ୍ୟା କେବଳ ଓଡ଼ିଶାର ନୁହେଁ, ବରଂ ଦେଶର ପ୍ରସଙ୍ଗ। ତେଣୁ ସେଥିଲାଗି ସେଣ୍ଟ୍ରାଲ ଫୋର୍ସର ଖର୍ଚ୍ଚ କେନ୍ଦ୍ର ବହନ କରୁ ବୋଲି ଦାବି କରାଯିବ। କୋଟିଆ ପ୍ରସଙ୍ଗ ମଧ୍ୟ ପାର୍ଲାମେଣ୍ଟରେ ଉଠାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି।

ଓଡ଼ିଶାର ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲ୍ଲାକା କହିଛନ୍ତି, ଦୁର୍ବଳ ଅର୍ଥନୀତି, ଦରବୃଦ୍ଧି, ବେକାରି ସମସ୍ୟା, ଚାଇନା ଦେଖାଉଥିବା ନାଲି ଆଖି, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର ଆଦି ଦେଶର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯିବ। ଏହାସହ ରାଜ୍ୟକୁ ଅଧିକ ରେଳ ପ୍ରକଳ୍ପ ପ୍ରଦାନ, କେବିକେ ଅଞ୍ଚଳଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ଗୃହ ପ୍ରଦାନ, କୋଟିଆ ସମସ୍ୟା, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପାର୍ଲାମେଣ୍ଟରେ ଜୋରଦାର କରାଯିବ ବୋଲି ଉଲ୍ଲାକା କହିଛନ୍ତି।

ଭାଜପା ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ବିଜେଡି ଏମ୍‌ପିମାନେ ଆଗେ ପୂରା ସମୟ ପାର୍ଲାମେଣ୍ଟରେ ରୁହନ୍ତୁ, ତା’ପରେ ପ୍ରସଙ୍ଗ ଉଠାଇବେ। ଆମେ କେତେ ସମୟ ପାର୍ଲାମେଣ୍ଟରେ ରହୁଛୁ, କେତେ ପରିମାଣରେ ଭାଗ ନେଉଛୁ ତା’ର ରିପୋର୍ଟ ପ୍ରଧାନମନ୍ତ୍ରୀ ନିଅନ୍ତି। ହେଲେ ବିଜେଡିର ସେମିତି କିଛି ନାହିଁ। ବିଜେଡି ଏମ୍‌ପିମାନେ ଓଡ଼ିଶାର ସମସ୍ୟା କଥା ଉଠାଇଲେ ତ ବହୁତ ଭଲ। ହେଲେ ସେମାନେ ସବୁବେଳେ ଓଡିଶା ସମସ୍ୟା ବିଷୟ ଜୋରଦାର କରିବେ କହି କିଛି ଉଠାନ୍ତି ନାହିଁ ବୋଲି ପୂଜାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri