ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ରର ପଶ୍ଚିମ ଗୋଦାବରୀ ଜିଲା ଭିମାବରମ୍ ଗ୍ରାମରେ ଚିଙ୍ଗୁଡି ଫ୍ୟାକ୍ଟ୍ରି ନିକଟ ଏକ ଗଛରେ ସନ୍ଦେହ ଜନକ ଅବସ୍ଥାରେ ବିଲମାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।
ସେ ଦୁଇବର୍ଷ ପୂର୍ବେ ଦାଦନ ଭାବେ କାମ କରିବାକୁ ଯାଇଥିଲେ । ଶନିବାର ଘଟଣା ସମ୍ପର୍କରେ ଜାଣିବା ପରେ ମୃତ ଯୁବତୀଙ୍କ ପରିବାର ଏଵଂ ଗ୍ରାମବାସୀ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଯୁବତୀଙ୍କ ମୃତଦେହକୁ ସେଠାରୁ ଫେରାଇ ଆଣିବା ପାଇଁ ଡେପୁଟି କଲେକ୍ଟର ଜହନ ବଡ ଭୂୟାଁଙ୍କ ନିକଟରେ ନିବେଦନ କରି ଲିଖିତ ଜଣାଇଥିଲେ । ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ମିଳିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି ।