ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ୨ବର୍ଷର ଶିଶୁ ପୁତ୍ର ଗୁରୁତର

ମହାକାଳପଡ଼ା,୨୬।୬(ଡି.ଏନ୍‌.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନ ଜମ୍ବୁ ପଞ୍ଚାୟତରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ମା’ ମୃତଦେହ ପାଖରେ ପଡ଼ିରହିଛି ଗୁରୁତର ଶିଶୁପୁତ୍ର। ଜମ୍ବୁ ପଞ୍ଚାୟତରେ ସ୍ଥାନୀୟ କଣ୍ଡରା ପାଟିଆ ମୁଖ୍ୟ ରାସ୍ତାରେ ଏକ ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏଥିସହ ତାଙ୍କ ନିକଟରେ ଏକ ଦୁଇ ବର୍ଷର ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏନେଇ ଖବର ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି। ଅନ୍ୟପଟେ ଏଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଜମ୍ବୁ ସାମୁଦ୍ରିକ ଥାନା କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପ୍ରାଥମିକ ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କ ଏହି ଅଞ୍ଚଳର ନୁହେଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଅନ୍ୟପଟେ କେହି ଦୁର୍ବୃତ୍ତ ଏହି ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ବୁଗୁଡ଼ାରେ ଗର୍ଜିଲେ ଚାଷୀ

ବୁଗୁଡ଼ା,୧୮।୧୦(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଏନ୍‌ଏସିର ଶତାଧିକ ଚାଷୀ ମଙ୍ଗଳବାର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି...

କରୋନା ଲକ୍‌ ଡାଉନ୍‌ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି

ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର...

ଗାଁରେ ପହଞ୍ଚି ପାରିଲେନି: ଟ୍ରେନ୍‌ରେ ଆଖି ବୁଜିଲେ ସୁରଟ ଫେରନ୍ତା, ବ୍ରହ୍ମପୁର ଷ୍ଟେଶନରେ ପଡିରହିଛି ମୃତଦେହ

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ବର୍ତ୍ତମାନ ସମୟରେ ସାରା ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବିସ୍ଫୋରକ ରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌,...

ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ତ୍ରୁଟି

ବାରିପଦା ଅଫିସ,୧୫ା୧୦: ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହୋଇଛି। ଜିଲାସ୍ତରୀୟ ପଦୋନ୍ନତି କମିଟି...

ଆର୍ଥିକ ଅନଟନ : ନାତିକୁ ବିକିଲେ ଆଈ

ସୋନପୁର,୧୯ା୭(ନି.ପ୍ର.): ଆର୍ଥିକ ଅନଟନ ଯୋଗୁ ଆଈ ନିଜର ୧ ବର୍ଷର ନାତିକୁ ଝିଅଠାରୁ ଅଲଗା କରି ଅନ୍ୟତ୍ର ବିକ୍ରି କରିବାକୁ ପଛାଇ ନାହାନ୍ତି। ସୁବର୍ଣ୍ଣପୁର ଜିଲା...

ଦେୱାନୀ ଅଦାଲତ କର୍ମଚାରୀଙ୍କୁ ବର୍ଷେ ଜେଲ

ଆନନ୍ଦପୁର,୨୨ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିଜେଏମ କୋର୍ଟରେ ଏକ ମାମଲାର ବିଚାର ହୋଇ ରାୟ ପ୍ରକାଶ ପାଇଛି। ମାତ୍ର ଦୁଇ ମାସ ମଧ୍ୟରେ ବିଚାର ହୋଇ...

୯ରୁ ବିପିୟୁଟି ଫାଇନାଲ ସେମିଷ୍ଟର

ଭୁବନେଶ୍ୱର, ୨୮।୬(ବ୍ୟୁରୋ)- ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ଫାଇନାଲ ସେମିଷ୍ଟର ପାଇଁ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି। ଜୁଲାଇ ୯ରୁ ଅନ୍‌ଲାଇନ ପରୀକ୍ଷା ହେବା ନେଇ...

ବ୍ରହ୍ମପୁରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ‘ବିପ୍ଳବ ବିନା ବିକାଶ ନାହିଁ’

ବ୍ରହ୍ମପୁର ଅଫିସ୍‌,୨୧ା୧୧- ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା। ପାଇକ ବିଦ୍ରୋହକୁ ଦେଶର ସର୍ବପ୍ରଥମ ବିଦ୍ରୋହ ଭାବେ ମାନ୍ୟତା ମିଳିଛି । ଏଥିରୁ ପ୍ରମାଣ ମିଳୁଛି, ଆମ...

Advertisement
Archives

Model This Week