ଗୃହଯୋଜନା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାମାଳ, ୧୩।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଗୃହଯୋଜନା ଅଧିକାରୀ ଠାକୁର ବେହରାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ସନ୍ଦେହ ଜନକ ଭାବରେ ଜବତ କରାଯାଇଛି। ସେ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।