କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କପା କିଆରୀରେ ପଡ଼ିଥିଲା ମୃତଦେହ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୬।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ବେହେରା (୫୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ପାଟଣାଗଡ଼-ବନକାବିହାର ରାସ୍ତାକଡ଼ ଏକ କପା କିଆରୀରେ କନିଷ୍ଠ ଯନ୍ତ୍ରୀ ବେହେରାଙ୍କ ମୃତଦେହ ପଡ଼ିଥିବା ଖବର ମିଳିବା ପରେ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିି । କିଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ବେହେରାଙ୍କ ମୁଣ୍ଡରେ ରକ୍ତଚିହ୍ନ ଲାଗିଥିବାରୁ ତାଙ୍କୁ ମାଡ଼ ମରାଯାଇଥିବା ସନ୍ଦେହ କରାଯାଉଛି । ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋର୍ତିମୟ ଭୁକ୍ତା ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ମୃତ ଯନ୍ତ୍ରୀ ବେହେରା ପାଟଣାଗଡ ବ୍ଲକରେ ଗତ ଦୁଇବର୍ଷ ହେଲା କାର୍ଯ୍ୟରତ ଥିଲେ । ତାଙ୍କ ଘର କଟକ ଜିଲା ନିଆଳି ଅଞ୍ଚଳର ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ସୀମାକୁ ସୁରକ୍ଷା ଦେବ ଆଇଏନ୍‌ଏସ୍‌ ଇମ୍ଫାଲ

ସନୂଆଦିଲ୍ଲୀ,୨୧।୪: ଭାରତୀୟ ନୌସେନାରେ ବିଧ୍ୱଂସକ ଜାହଜ ଆଇଏନ୍‌ଏସ୍‌ ଇମ୍ଫାଲକୁ ସାମିଲ କରାଯାଇଛି। ମୁମ୍ବାଇର ମଝଗାଁଓ ଉପକୂଳରେ ଏହାକୁ ସମୁଦ୍ର ମଧ୍ୟରେ ପ୍ରବେଶ କରାଯାଇଛି। ରାଡରକୁ ଚକ୍‌ମା...

ଶିକ୍ଷକ ନିଖୋଜ ସମ୍ପର୍କରେ ଏତଲା ଦେଲେ ବିଇଓ

ରାଇଘର, ୯।୨( ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ଜଣେ ଶିକ୍ଷକ ନିଖୋଜ ନେଇ ରାଇଘର ଥାନାରେ ଅଭିଯୋଗ ପରେ ପୋଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।...

ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ଉଚ୍ଛେଦ ହେଲା ଦୋକାନ

ଚମ୍ପୁଆ,୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୃହକୁ ଶନିବାର ଚମ୍ପୁଆ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ତହସିଲଦାର...

କାଜୁ ବନୀକରଣରେ ଅନିୟମିତତା, ତଦନ୍ତ ଦାବି

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ମୁଖ୍ୟାଳୟରେ ମନରେଗା ଯୋଜନାରେ କଲମୀ କାଜୁ ଚାଷ ରୋପଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୮...

ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ଗ୍ରାମବାସୀଙ୍କ କଡ଼ା ବିରୋଧ

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିବା ବେଳେ...

ଘର ଆଗରୁ ପକ୍କ୍‌ଅପ୍‌ ଗାଡି ଚୋରି ଅଭିଯୋଗ

କୋକସରା,୧୧।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଗ୍ରାମର ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲଙ୍କ ପିକ୍‌ଅପ୍‌ ଗାଡି ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ଥାନାରେ ତାଙ୍କ...

ବୋଲେରୋ ଧକ୍କାରେ ଜଳିଗଲା ବାଇକ୍‌: ସ୍ବାମୀ, ସ୍ତ୍ରୀ ଓ ପୁଅ ମୃତ

ବଲାଙ୍ଗୀର ଅଫିସ/ଗୁଡଭେଲା, ୪ା୧୨(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁଷୁରା-ଦେଉଳଗୁଡି ମୁଖ୍ୟରାସ୍ତାର ଜମ୍ଭେଲ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସାଢ଼େ ୨ଟାରେ ଏକ ବୋଲେରୋ ଗାଡ଼ି ସାମ୍ନାପଟରୁ ଆସୁଥିବା ଏକ...

ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week