Posted inଜାତୀୟ

କୃଷି ଆଇନ ସ୍ଥଗିତ ରଖ

ନୂଆଦିଲ୍ଲୀ, ୧୨ା୧: ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ଏହାର ସମାଧାନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୩ ବିବାଦୀୟ ଆଇନକୁ ସ୍ଥଗିତ ରଖିବ ନା ଆମେ ସ୍ଥଗିତାଦେଶ ଜାରି କରିବୁ ବୋଲି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନଜନିତ ଅଚଳାବସ୍ଥାର ସମାଧାନ ପାଇଁ ପୂର୍ବତନ ସିଜେଆଇ ଆର୍‌.ଏମ୍‌. ଲୋଧାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଗଢ଼ିବା ଲାଗି ଅଦାଲତ ପ୍ରସ୍ତାବ ଦେଇଛନ୍ତି।
ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ହଜାର ହଜାର ଚାଷୀ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ହାଡ଼ଥରା ଶୀତ ଓ ବର୍ଷାରେ ପଡ଼ିରହିଥିବାରୁ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଥିଲେ। ସରକାର ଯେଉଁଭଳି ଢଙ୍ଗରେ ବୁଝାମଣା ପ୍ରକ୍ରିୟା ଚଳାଇଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ। କୃଷି ଆଇନକୁ ଚ୍ୟାଲେଞ୍ଜ ଓ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ବିରୋଧ କରି ଦାଏର ଏକାଧିକ ପିଟିଶନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ରାଜ୍ୟଗୁଡ଼ିକ କେନ୍ଦ୍ର ଆଇନ ବିରୋଧରେ ବିଦ୍ରୋହ କରୁଛନ୍ତି। ଏସବୁ କ’ଣ ଚାଲିଛି ବୋଲି ଅଦାଲତ ପ୍ରଶ୍ନ କରିଥିଲେ।
ଯଦି କିଛି ଅଘଟଣ ଘଟେ, ସେଥିପାଇଁ ଆମ ସମସ୍ତଙ୍କୁ ଦାୟୀ ରହିବାକୁ ପଡ଼ିବ। ଆମ ହାତରେ କେହି ଆହତ ହୁଅନ୍ତୁ ବା ରକ୍ତପାତ ଘଟୁ, ଏହା ଆମେ ଚାହୁଁନା ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ କେନ୍ଦ୍ରକୁ କହିଥିଲେ। ଆନ୍ଦୋଳନର ସମାଧାନ ପାଇଁ ସରକାର ଅଧିକ ସମୟ ମାଗିବାରୁ ସିଜେଆଇ କହିଥିଲେ, ଯଥେଷ୍ଟ ସମୟ ଦିଆଗଲାଣି। ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରୁଥିବା ଆମେ ଅନୁଭବ କରୁନାହୁଁ। ପ୍ରକୃତରେ ସରକାର ସମସ୍ୟାର ଅଂଶବିଶେଷ ନା ସମାଧାନର, ତାହା ଆମେ ଜାଣିପାରୁନାହୁଁ। ଏଭଳି ସ୍ଥିତି ଲାଗି ରହିଲେ ଦିନେ ନା ଦିନେ ନିଶ୍ଚୟ ଶାନ୍ତି ଭଙ୍ଗ ହେବ। ରକ୍ତପାତ ପାଇଁ କିଏ ଦାୟୀ ରହିବ ବୋଲି ସିଜେଆଇ ପ୍ରଶ୍ନ କରିଥିଲେ। ସର୍ବୋଚ୍ଚ ଅଦାଲତ ତରବରିଆ ଭାବେ ରାୟ ପ୍ରଦାନ କରିବାକୁ ନେଇ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ପ୍ରଶ୍ନ ଉଠାଇବାରୁ ଜଷ୍ଟିସ୍‌ ବୋବ୍‌ଡେ କହିଥିଲେ, ଧୈର୍ଯ୍ୟ ଉପରେ ଆମକୁ ଭାଷଣ ଦିଅନାହିଁ। ଆନ୍ଦୋଳନ ସ୍ଥଳରୁ ବରିଷ୍ଠ ନାଗରିକମାନେ ଘରକୁ ଫେରିଯିବା ଲାଗି ମଧ୍ୟ ସିଜେଆଇ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ଚାଷୀମାନଙ୍କୁ ଆଶ୍ୱାସନା ଦେଇ ସେ କହିଥିଲେ, ସେମାନଙ୍କ ଉଦ୍‌ବେଗ ଅଶୁଣା ରହିବ ନାହିଁ। ଆପଣମାନଙ୍କର ବିଶ୍ୱାସ ଥାଉ କି ନ ଥାଉ, ଅଦାଲତ ତାଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ସିଜେଆଇ କହିଥିଲେ।
୩ କୃଷି ଆଇନ ପ୍ରତ୍ୟାହାର ଚାଷୀ ସଂଗଠନଗୁଡ଼ିକର ମୁଖ୍ୟ ଦାବି ହୋଇଥିବାବେଳେ ଏଥିପାଇଁ କୃଷି ଆଇନ ଉପରେ ଏକ କମିଟିର ଆବଶ୍ୟକତା ରହିଥିବା ଖଣ୍ଡପୀଠ କହିଥିଲେ। କମିଟି ପରାମର୍ଶ ଦେଲେ, ତେବେ ଅଦାଲତ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବେ। ପୂର୍ବତନ ସିଜେଆଇଙ୍କ ନେତୃତ୍ୱରେ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେବା ସହ ସେଥିରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ବିଶେଷଜ୍ଞମାନଙ୍କୁ ନେବାକୁ କହିଥିଲେ। କୃଷି ଆନ୍ଦୋଳନର ସମାଧାନ ସୂତ୍ର ଉକ୍ତ କମିଟି ବାହାର କରିପାରିବ ବୋଲି ଖଣ୍ଡପୀଠ କହିଥିଲେ।
ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଗୃହୀତ କରାଇଥିବା ୩ କୃଷି ଆଇନକୁ ବିରୋଧ କରି ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ୪୦ରୁ ଊର୍ଦ୍ଧ୍ୱ କୃଷକ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି। ଏହାର ସମାଧାନ ଲାଗି ସରକାର ଚାଷୀ ସଂଗଠନଗୁଡ଼ିକ ସହ ଇତିମଧ୍ୟରେ ୮ ଥର ଆଲୋଚନା କଲେଣି। କିନ୍ତୁ ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଅଡ଼ିବସିଥିବାବେଳେ ସରକାର ଏହାକୁ ଫେରାଇ ନ ନେବା ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ସୂତ୍ର ବାହାରିପାରୁନାହଁ। ଗତ ଦୁଇମାସରେ ଅନେକ ଚାଷୀ ପ୍ରାଣ ହରାଇଲେଣି। ଡିଏମ୍‌କେ ଏମ୍‌ପି ତିରୁଚି ଶିବା ଏବଂ ଆରଜେଡି ନେତା ମନୋଜ କେ. ଝାଙ୍କ ସମେତ ଏକାଧିକ ବ୍ୟକ୍ତି ୩ କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହ ଦିଲ୍ଲୀ ସୀମାରୁ ଚାଷୀ ଆନ୍ଦୋଳନ ହଟାଇବା ପାଇଁ ଆବେଦନ କରିଥିଲେ। ସିଜେଆଇଙ୍କ ନେତୃତ୍ୱରେ ୩ ଜଣିଆ ବେଞ୍ଚ୍‌ ପିଟିଶନଗୁଡ଼ିକର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ ରାୟ ମାନିନେବୁ: ତୋମାର

କୃଷି ଆଇନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ଦିଆଯାଇ ପାରିବ ନାହିଁ। ଏହି ପ୍ରସଙ୍ଗରେ ମଙ୍ଗଳବାର ଶୀର୍ଷ ଅଦାଲତ ଯାହା ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ତାକୁ ସହୃଦୟରେ ମାନିନେବେ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। କେନ୍ଦ୍ରର ମୁକାବିଲା ମନୋଭାବ ଚାଷୀଙ୍କ ପ୍ରତି ଅପମାନ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି।
ବୈଧତାର ଶୁଣାଣି କରାଯାଉ: କଂଗ୍ରେସ

କୃଷି ଆଇନ ଦେଶର ୬୫ ପ୍ରତିଶତ ଜନସଂଖ୍ୟା ଉପରେ ପ୍ରଭାବ ପକାଇଥିବାରୁ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ସହ ସାମ୍ବିଧାନିକ ବୈଧତାର ଶୁଣାଣି କରନ୍ତୁ ବୋଲି କଂଗ୍ରେସ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନିଷ ତିଓ୍ବାରୀ କହିଛନ୍ତି। ଯଦି ସରକାର ଆଇନକୁ ସ୍ଥଗିତ ନ ରଖନ୍ତି, ତେବେ ଆମେ ଏହାର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଦେବୁ ବୋଲି ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଶୁଣାଣି ଓ ମତାମତ ଭାଜପା ସରକାରଙ୍କୁ ସମ୍ପୂର୍ଣ୍ଣ ପଦାରେ ପକାଇଛି ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେର୍‌ଗିଲ୍‌ ଟୁଇଟ୍‌ କରିଛନ୍ତି।

ଆଇନ ସ୍ଥଗିତ ରହିଲେ ବି ଜାରି ରହିବ ଆନ୍ଦୋଳନ: ବିକେୟୁ

ନୂଆ କୃଷି ଆଇନ କାର୍ଯ୍ୟକାରିତାକୁ ସ୍ଥଗିତ ରଖିଦେବା ସମାଧାନ ନୁହେଁ। ସରକାର କିମ୍ବା ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିଲେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତାମାନେ କହିଛନ୍ତି। ସୁପ୍ରିମକୋର୍ଟଙ୍କ ମତାମତକୁ ସ୍ବାଗତ କରୁଛୁ, କିନ୍ତୁ ଆନ୍ଦୋଳନ ବନ୍ଦ କରିବା ଏକ ବିକଳ୍ପ ନୁହେଁ। ସ୍ଥଗିତ ସୀମିତ ସମୟ ପାଇଁ ବୋଲି ହରିୟାଣା ଭାରତୀୟ କିଷାନ ୟୁନିୟନ(ବିକେୟୁ) ସଭାପତି ଗୁର୍‌ନାମ ସିଂ ଚଡୁନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri