ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର

ଅସ୍ତରଙ୍ଗ,୧୬।୩(ଡି.ଏନ୍‌.ଏ.): ଓଡ଼ିଶା ପ୍ରତି ବାହ୍ୟ ଶତ୍ରୁର ବିପଦ ବଢ଼ିବାରେ ଲାଗିଛି। ଗତ କିଛିଦିନ ତଳେ ପାରାଦୀପ ପୋର୍ଟ ଅଞ୍ଚଳରୁ ଏକ ସନ୍ଦିଗ୍ଧ ପାରା ଧରାପଡ଼ିଥିବା ବେଳେ ବିଭିନ୍ନ ତଦନ୍ତ କରାଯାଉଛି। ହେଲେ ଏବେ ପୁଣି ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ଗ୍ରାମରୁ ବୁଧବାର ଆଉ ଏକ ସନ୍ଦିଗ୍ଧ ପାରାକୁ ପୋଲିସ ଉଦ୍ଧାର କରିଛି। ଖବର ଅନୁଯାୟୀ, ଏହି ସନ୍ଦିଗ୍ଧ ପାରାଟି ଗତ ୮ଦିନ ହେବ ଉକ୍ତ ଗ୍ରାମରେ ବିଚରଣ କରୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ହେଲେ ବୁଧବାର ଅପରାହ୍ନ ୫ଟା ସମୟରେ ନାନପୁର ଗ୍ରାମର ରୂପନ ପତିଙ୍କ ଘର ପାଖରେ ଅନ୍ୟ ପାରାଙ୍କ ସହିତ ଉକ୍ତ ସନ୍ଦିଗ୍ଧ ପାରାଟି ବସିଥିଲା। ରୂପନ ସନ୍ଦେହ କରି ଉକ୍ତ ପାରାଟିକୁ ଧରିବାକୁ ସକ୍ଷମ ହୋଇଥିଲେ। ପାରାଟିର ଗୋଡ଼ରେ କିଛି ବନ୍ଧାଯାଇଥିବାରୁ ସେ ପୋଲିସକୁ ଜଣାଇଥିଲେ। ଖବରପାଇ ଅସ୍ତରଙ୍ଗ ଥାନା ଅଧିକାରୀ ତଥା ନୂଆଗଡ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ପଞ୍ଚାନନ ପରିଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ପାରାଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାରାଟିର ଗୋଟିଏ ଗୋଡରେ ପିତ୍ତଳ ଓ ଆଉ ଗୋଟେ ଗୋଡ଼ରେ ପ୍ଲାଷ୍ଟିକର ଏକ ରିଙ୍ଗ୍‌ ଲାଗିଛି। ସେଥିରେ ରେଡି ଭିଏସ୍‌ପି ଡିଏନ୍‌(Ready VSP DN ) ଇଂଲିଶରେ ଲେଖାଯାଇଛି। ପ୍ଲାଷ୍ଟିକ ରିଙ୍ଗରେ ୩୧ ଲେଖାଯାଇଛି। ପୋଲିସ ସନ୍ଦିଗ୍ଧ ପାରାକୁ ଘର ମାଲିକଙ୍କ ହେପାଜତରେ ରଖିଛନ୍ତି। ତେବେ ଉକ୍ତ ପାରାଟିକୁ କେଉଁଠାରୁ, କିଏ ପଠାଇଛି ତାହା ଜଣାପଡ଼ି ନ ଥିବାବେଳେ ଗୁରୁବାର ଜିଲାରୁ ତଦନ୍ତକାରୀ ଦଳ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ପରିଡ଼ା ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଅସ୍ତରଙ୍ଗ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri