Posted inଜାତୀୟ

ନୋଏଡାରେ ଗ୍ୟାସ ଲିକ୍‌ ଭୟ

ନୋଏଡା,୨୫।୨: ଜାତୀୟ ରାଜଧାନୀ ନିକଟସ୍ଥ ନୋଏଡା ସହରର ବିଭିନ୍ନ ରେସିଡେନସିଆଲ ସେକ୍ଟରରେ ଗୁରୁବାର ସନ୍ଧ୍ୟାରେ ରନ୍ଧନ ଗ୍ୟାସ ଲିକ ହୋଇଯାଇଥିବା ଖବର ପ୍ରଚାରିତ ହୋଇଥିଲା। ଏଥିଯୋଗୁ ସହରରେ ଖେଳି ଯାଇଥିଲା ଭୟର ବାତାବରଣ। କିନ୍ତୁ ପାଇପ୍‌ ନ୍ୟାଚୁରାଲ ଗ୍ୟାସ (ପିଏନ୍‌ଜି) ଯୋଗାଣକାରୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ର ଅଧିକାରୀମାନେ ଗ୍ୟାସ ପାଇପ୍‌ ଲାଇନ୍‌ ନେଟଓ୍ବର୍କ ଯାଞ୍ଚ କରିଥିଲେ। ପାଇପ୍‌ ନେଟଓ୍ବର୍କରେ କୌଣସି ଲିକେଜ ମିଳି ନ ଥିଲା।

ସେକ୍ଟର ୧୩୭ ଓ ୯୩ର ବସିନ୍ଦା ସନ୍ଧ୍ୟା ୭ଟାରେ ଅଞ୍ଚଳରେ ଗ୍ୟାସ ଗନ୍ଧ ହେଉଥିବା ହ୍ବାଟ୍ସଆପ୍‌ ମେସେଜ କରିଥିଲେ। ଏପରିକି କିଛି ଲୋକ ପୋଲିସକୁ ଫୋନ କରି ଜଣାଇଥିଲେ। ନୋଏଡା ଅଧିକାରୀ ଓ ଜିଲା ପ୍ରଶାସନ ଏ ଘଟଣା ସ୍ପଷ୍ଟ କରିଛନ୍ତି। କିଛି ହାଉସିଂ ସୋସାଇଟିରେ ନୋଟିସ ଲଗା ଯାଇଥିଲା। ସେଥିରେ ପିଏନ୍‌ଜି ପାଇପଲାଇନ ସ୍ବାଭାବିକ ନ ହେଲା ପର୍ଯ୍ୟନ୍ତ ଗ୍ୟାସ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା।

“୧୩୭ ସେକ୍ଟରରେ ରହୁଥିବା ଲୋକେ ପୋଲିସକୁ ସନ୍ଧ୍ୟା ୭ଟାରେ ଫୋନ କରି ଗ୍ୟାସ ଗନ୍ଧ ହେଉଥିବା ଜଣାଇଥିଲେ। ଅଘଟଣକୁ ରୋକିବା ପାଇଁ ଗ୍ୟାସ ପାଇପଲାଇନ ବନ୍ଦ କରି ଦିଆଯାଇଥିଲା” ବୋଲି ଅତିରିକ୍ତ ଡେପୁଟି ପୋଲିସ କମିଶନର ରନବିଜୟ ସିଂ କହିଛନ୍ତି।

“ଗ୍ୟାସ ଲିକ୍‌ ହେବା ନେଇ ଅଭିଯୋଗ ଆସିଥିବା ନୋଏଡାର କିଛି ସେକ୍ଟରରେ ଆମ ଦଳ ପାଇପଲାଇନ ନେଟଓ୍ବର୍କ ଯାଞ୍ଚ କରିଛନ୍ତି। ସେଠାରେ କୌଣସି ଲିକ୍‌ ନାହିଁ” ବୋଲି ଆଇଜିଏଲ ପକ୍ଷରୁ ଟୁଇଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri