ପୁରୁଷ ବନ୍ଧୁଙ୍କୁ ‘ଲଭ୍ ୟୁ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନ୍ ତାଙ୍କ ଅଭିନୟ ପାଇଁ ଯେତିକି ପରିଚିତ କିଛି ଦିନ ହେବ ସେ ତାଙ୍କ ରିଲେସନଶିପୁକୁ ନେଇ ଖୁବ୍ ଚର୍ଚ୍ଚତ । ମଡେଲ ରୋହମନ ଶଲଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସବୁଦିନ କିଛି ନା କିଛି ଚର୍ଚ୍ଚା ସାମ୍ନାକୁ ଆସିଥାଏ । ଏମାନେ ଏକାଠି ରହିବା କଥା ବି ପୂର୍ବରୁ ସ୍ୱୀକାର କରି ସାରିଛନ୍ତିି । ତେବେ ରୋହମନଙ୍କ ଜନ୍ମଦିନ ଉପଲକ୍ଷେ ସୁସ୍ମିତା ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଏକ ସୁନ୍ଦର ମେସେଜ୍ ବି ଦେଇଛନ୍ତି । ସୁସ୍ମିତା ଲେଖିଛନ୍ତି ହାପି ବର୍ଥ ଡେ ମାଇ ବାବୁଶ୍‌, ରୁହ ସେ ରୁହ ତକ୍ ଈଶ୍ୱର ତୁମର ସୁନ୍ଦର ହୃଦୟ ଇଚ୍ଛା କରୁଥିବା ସମସ୍ତ ଆଶୀର୍ବଦ ତୁମକୁ ଦିଅନ୍ତୁ । ତୁମର ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ କାମନା କରୁଛି । ଆଲିଶା, ରିନି ଓ ମୋ ତରଫରୁ ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ । ଏହି କ୍ୟାପସନରୁ ସହଜରେ ଅନୁମାନ କରାଯାଇ ପାରେ ଯେ ପକୃତରେ ସୁସ୍ମିତା ରୋହମନଙ୍କୁ କେତେ ଭଲ ପାଆନ୍ତି । ରୋହମନ ସୁସ୍ମିତାଙ୍କଠାରୁ ୧୫ ବର୍ଷ ସାନ ହେଲେ ବି ଉଭୟଙ୍କ ମଧ୍ୟରେ ଭଲପାଇବା ଗଭିର ବୋଲି କୁହାଯାଏ । ବିଭିନ୍ନ ସମୟରେ ସୁସ୍ମିତା ରୋହମନଙ୍କ ସହ ୱାର୍କ ଆଉଟ୍ କରିବାର ଭିଡିଓ ଶେୟାର କରୁଥିବା ବେଳେ ତାଙ୍କର ଦୁଇଝିଅ ଆଲିଶା ଓ ରିନି ବି ରୋହମନଙ୍କୁ ଖୁବ୍ ଭଲ ପାଆନ୍ତି । ବଲିଉଡ୍‌ର ଏହି ସିଙ୍ଗଲ ମଦର ସୁସ୍ମିତା ସେନ୍ ନିଜ ପୁରୁଷ ବନ୍ଧୁ ରୋହମନଙ୍କୁ ନେଇ କୌଣସି ନା କୌଣସି କାରଣ ପାଇଁ ବେଳେ ବେଳେ ଆସିଥାଆନ୍ତି ଚର୍ଚ୍ଚାକୁ ।


Enter your email to get our daily news in your inbox.

All Right Reserved By Dharitri.Com

Read more

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri