Posted inଫୁରସତ

ସୁଷମାଙ୍କ ସର୍ଜନା ସମ୍ଭାର

ଓଡ଼ିଆ ସାହିତ୍ୟ ଜଗତର ଜଣେ ସ୍ବନାମଧନ୍ୟ ବ୍ୟକ୍ତିତ୍ୱ ସେ, ଯିଏକି ନିଜ ସୃଷ୍ଟି ଓ ସର୍ଜନାରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସାହିତ୍ୟ କ୍ଷେତ୍ରରେ । ତାଙ୍କ ରଚିତ ପ୍ରତ୍ୟେକ ଗପ ଓ କବିତା ଭିଜେଇଥାଏ ପାଠକ ପାଠିକାଙ୍କୁ । ଜୀବନର ଆଦ୍ୟ ସକାଳରୁ କଲମର ଯାତ୍ରା ଆରମ୍ଭ କରିଥିବା ସେଇ ଲେଖିକା ଅଦ୍ୟାବଧି ଅନେକ ଗଳ୍ପ, କବିତା, ପ୍ରବନ୍ଧ, ଶିଶୁ ସାହିତ୍ୟ ସୃଷ୍ଟିକରି ଓଡ଼ିଆ ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରିବା ସହ ସାଉଁଟିଛନ୍ତି ବିପୁଳ ପାଠକୀୟତା । ଇଏ ହେଲେ ଶବ୍ଦ ଶିଳ୍ପୀ ସୁଷମା ମିଶ୍ର। ବାପା ଦିବାକର ମିଶ୍ର, ବୋଉ ଦେବଲକ୍ଷ୍ମୀ ମିଶ୍ର । ସୁଷମାଙ୍କ ଜନ୍ମ ୧୯୬୦ ଜୁନ୍‌ ୨୦ରେ । ପୁରୀ ଜିଲା ବୀରପ୍ରତାପପୁର ଗ୍ରାମରେ।

ଏକ ସଂସ୍କୃତି ଓ ସଂସ୍କାରପୂର୍ଣ୍ଣ ପରିବାରରେ ସେ ପାଳିତ। ବାପା ଓଡ଼ିଶା ସରକାରଙ୍କ ଅର୍ଥ ସେବା ଅଧିକାରୀ ଥିବାରୁ ସୁଷମାଙ୍କର ପାଠପଢ଼ା ବ୍ରହ୍ମପୁର ମେଡିକାଲ ସ୍କୁଲ, କଟକର ମ୍ୟୁନିସିପାଲିଟି ସ୍କୁଲ, ବୋର୍ଡ ସ୍କୁଲ ଓ ବଣେଇଗଡ଼ର ଗାଲର୍‌ସ ହାଇସ୍କୁଲରେ ହୋଇଥିଲା। ବିଦ୍ୟାଳୟ ଶିକ୍ଷା ସମାପ୍ତ କରି କଟକ ଶୈଳବାଳା କଲେଜରେ ପାଠ ପଢ଼ିଥିଲେ । ସେ ଥିଲେ କଲେଜ ୟୁନିୟନର ଡିବେଟିଂ ସେକ୍ରେଟାରି। ସ୍ନାତକ ଡିଗ୍ରୀ ହାସଲ ପରେ ତାଙ୍କର ବିବାହ ହୋଇଥିଲା ଭଞ୍ଜନଗର ନିବାସୀ ସୁରେନ୍ଦ୍ର ପ୍ରସାଦ ମିଶ୍ର (ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ)ଙ୍କ ସହ। ବିବାହ ପରେ ମଧ୍ୟ ସ୍ବାମୀଙ୍କ ପ୍ରୋତ୍ସାହନରେ ସେ ବାଣୀବିହାରରେ ଦର୍ଶନ ଶାସ୍ତ୍ରରେ ଅଧ୍ୟୟନ କରିଥିଲେ । ତେବେ ସେତେବେଳେ ସାଂସାରିକ ଜଞ୍ଜାଳ ବାଧକ ସାଜିଥିଲା । ଦୃଢ଼ ମନୋବଳ ଓ ପଢ଼ିବାର ଅଦମ୍ୟ ତୃଷ୍ଣା ଯୋଗୁ ପରବର୍ତ୍ତୀ ସମୟରେ ଦୁଇଟି ଛୁଆ ଓ ବଡ଼ ପରିବାରର ଦାୟିତ୍ୱ ତୁଲାଇବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଘରୋଇ ଭାବରେ ପରୀକ୍ଷା ଦେଇ ସେ ପ୍ରଥମ ଶ୍ରେଣୀରେ ଓଡ଼ିଆ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ପିଏଚ୍‌.ଡି. କଲେ। ତାଙ୍କ ସନ୍ଦର୍ଭର ଶୀର୍ଷକ ଥିଲା, ‘ଉତ୍ତର ସତୁରି ଓଡ଼ିଆ କବିତାରେ ଗୀତିଧର୍ମିତା’। ଲେଖିକା କୁହନ୍ତି, ଏକ ସାହିତ୍ୟ ସର୍ବସ୍ବ ପରିବାର ହିଁ ତାଙ୍କ ସାହିତି୍ୟକ ଜୀବନର ଅନ୍ତୁଡ଼ିଶାଳ । ତାଙ୍କ ଅଜା ଆର୍ତ୍ତତ୍ରାଣ ମିଶ୍ର ଥିଲେ ସୁସାହିତି୍ୟକ । ଗୀତରେ ଗୀତରେ ସେ ନାତୁଣୀ ପାଖକୁ ଚିଠି ଲେଖୁଥିଲେ।

ତାଙ୍କ ଆଈ ବି ପୁସ୍ତକ ରଚନା କରିଥିଲେ। ଜେଜେମାଆ ନିରକ୍ଷରା ଥିଲେ ମଧ୍ୟ ସେ ଥିଲେ ଆଶୁ କବି। ପୁଣି ବାପା ମା’ଙ୍କ ସାହିତ୍ୟ ସମ୍ପୃକ୍ତି ଓ ଲେଖକୀୟତା ତଥା ଅନବରତ ଅନୁପ୍ରେରଣା ସୁଷମାଙ୍କ ଲେଖାଲେଖିର ମୂଳ ଭିତ୍ତି । ଟ୍ରଙ୍କ୍‌ଭର୍ତ୍ତି ବହିରେ ‘କାଶୀନାଥ ପାଠାଗାର’ ତିଆରି ସହିତ ସେହି ସମୟରେ ‘ବାଳପ୍ରଭା’ ନାମକ ଏକ ହାତଲେଖା ବହି ପ୍ରକାଶନ କରି ସୁଷମା ଓ ତାଙ୍କର ତିନି ଭାଇ ଚିତ୍ତରଞ୍ଜନ, ବିଶ୍ୱରଞ୍ଜନ, ମନୋରଞ୍ଜନଙ୍କୁ ସାହିତ୍ୟ ସହିତ ଯୋଡ଼ିବାରେ ବାପା ମାଆଙ୍କ ପ୍ରଚେଷ୍ଟା ଥିଲା ଉଲ୍ଲେଖନୀୟ ।

‘ବହି ସହ ବନ୍ଧୁତା ହିଁ ମୋତେ ସାହିତ୍ୟ ପ୍ରତି ଆକୃଷ୍ଟ କରିଛି’ କହନ୍ତି ସୁଷମା । ଦଶମ ,ଏକାଦଶ ପଢ଼ିଲାବେଳେ ତାଙ୍କ ଲେଖା ‘ମିନାବାଜର’, ‘ଟିକିଦୁନିଆ’ ଆଦିରେ ପ୍ରକାଶ ପାଇଥିଲା । ଏହା ପରେ ପ୍ରଜାତନ୍ତ୍ର, ଧରିତ୍ରୀ,ସମାଜର ସାହିତ୍ୟପୃଷ୍ଠା ସୁଚରିତା, ଝଙ୍କାର, ସପ୍ତର୍ଷି , ସମ୍ବାଦ, କଥା, ପ୍ରତିବେଶୀ ଏହିପରି ଅନେକ ପତ୍ରପତ୍ରିକାରେ ସ୍ଥାନିତ ହେଉଥିଲା। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖୁଥିଲେ ବି ‘ନାଟକ ଲେଖାରେ ମୋତେ ଅଧିକ ଆତ୍ମତୃପ୍ତି ମିଳିଥାଏ’ ବୋଲି ସୁଷମା କୁହନ୍ତି । ସ୍କୁଲ ଓ କଲେଜ ଜୀବନରେ ବହୁ ନାଟକରେ ସେ ଅଭିନୟ କରିଛନ୍ତି। ସେ ମଧ୍ୟ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର । ଛୋଟ ଛୋଟ ପିଲା ଓ ମହିଳାମାନଙ୍କୁ ନେଇ ନାଟକ ମଞ୍ଚସ୍ଥ କରାଇବାରେ ତାଙ୍କର ବିଶେଷ ରୁଚି । ଦୂରଦର୍ଶନ ଓ ଆକାଶବାଣୀର ବହୁବିଧ ଆଲୋଚନାରେ ଭାଗନେବା ସହିତ ‘କବିସୂର୍ଯ୍ୟ ନଗର ମହିଳା ସମିତି’, ’କୋଦଳା ମହିଳା ସମିତି’ ‘ସମ୍ପର୍କ’, ‘ଜୟଦେବ ବାଟିକା ସା ମହିଳା ଯୋଗ କେନ୍ଦ୍ର’ ଆଦି ପ୍ରତିଷ୍ଠା କରି ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି ଡ. ମିଶ୍ର । ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ନାନାଦି ପୁସ୍ତକ ପଢ଼ିବାରେ ହିଁ ତାଙ୍କର ଆଗ୍ରହ ଅପରିସୀମ ।

ଗଦ୍ୟ କବିତାର ଅନ୍ତର୍ଛନ୍ଦ,ମାର୍ଫତ ମାଟି, ଅନ୍ତରଙ୍ଗ ସମୟ,ହାତମୁଠାରେ ସ୍ବପ୍ନ, ବର ବର୍ଣ୍ଣିନୀ, ଆଦି ପୁରୁଷ ଇତ୍ୟାଦି ଅନେକ ସାରସ୍ବତ ସୃଷ୍ଟିର ରଚୟିତା ସୁଷମା ନିଜର ସାହିତ୍ୟ ସେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ହୀରାଖଣ୍ଡ ବସନ୍ତ ସମ୍ମାନ, ଜୟଦେବ ସମ୍ମାନ,ସୁପ୍ରୀତିଦେବୀ ଗନ୍ତାୟତ ସମ୍ମାନ,ଉତ୍କଳ ସାହିତ୍ୟ ସଂସ୍କୃତି ସମ୍ମାନ, କାଦମ୍ବିନୀ କବିତା ସମ୍ମାନ,କଳିଙ୍ଗ ପୁସ୍ତକମେଳା ପ୍ରବନ୍ଧ ସମ୍ମାନ, ଶ୍ୱେତ ସଙ୍କେତ ଗଳ୍ପ ସମ୍ମାନ, ସାହିତ୍ୟ ଭାରତୀର ସୁବ୍ରତ ରଥ ସ୍ମାରକୀ ସମ୍ମାନ , ଲାଡ୍ଲି ମିଡିଆ ନ୍ୟାଶନାଲ ଆୱାର୍ଡ ଇତ୍ୟାଦି ଲାଭ କରିଛନ୍ତି । ତାଙ୍କ ପାଇଁ ଜଣା ଅଜଣା ପାଠକମାନଙ୍କ ଚିଠି ଓ ଫୋନ୍‌ କଲ୍‌ ହେଉଛି ତାଙ୍କର ସର୍ବୋଚ୍ଚ ସମ୍ମାନ । ତାଙ୍କ ଲିଖିତ ମୋ ଜେଜେମା’ରୁ ନାତୁଣୀ ପର୍ଯ୍ୟନ୍ତ କବିତାର ଅଡିଓ ଭିଡିଓ ଭାଇରାଲ ହୋଇଛି । ଏହାର ହିନ୍ଦୀ ଅନୂଦିତ ଭିଡିଓ ମଧ୍ୟ ବହୁଳ ଭାବରେ ପ୍ରସାରିତ ।

– ପ୍ରିୟମ୍ବଦା ରଥ
ଆର୍‌.କେ.ପୁରମ୍‌ ସେକ୍ଟର ୪, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri