ସୁଶାନ୍ତଙ୍କ କଳାକୃତି ଜାତୀୟ ପୁରସ୍କାର ପାଇଁ ମନୋନୀତ

ଚଣ୍ଡିଖୋଲ,୭ା୯(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ପଲାଇ ଗ୍ରାମର ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ଘୋଷଣା କରାଯାଇଥିବା ରାଷ୍ଟ୍ରୀୟ ହସ୍ତଶିଳ୍ପୀ ପୁରସ୍କାର ପାଇଁ ସୁଶାନ୍ତଙ୍କ ପ୍ରକଳ୍ପକୁ ଚୟନ କରାଯାଇଛି ା ସୁଶାନ୍ତ ଏକମାତ୍ର ପ୍ରସ୍ତର ଶିଳ୍ପୀ ଭାବେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ା ବିଭିନ୍ନ ବର୍ଗରେ ୧୯ଜଣ ପ୍ରତିଭାବାନ ଶିଳ୍ପୀଙ୍କ ମଧ୍ୟରେ ଓଡ଼ିଶାରୁ ସୁଶାନ୍ତଙ୍କ ସମେତ ପୁରୀ ଜିଲାରୁ ଦୁଇ ମହିଳା ଶିଳ୍ପୀ ବିଜୟଲକ୍ଷ୍ମୀ ସ୍ବାଇଁ ଓ ସ୍ବପ୍ନାମଞ୍ଜରୀ ନାୟକଙ୍କ ତାଳପତ୍ର ଖୋଦେଇ କଳାକୃତି ଜାତୀୟ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛି।
୨୦୧୯ ପାଇଁ ଘୋଷିତ ଏହି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବାକୁ ସୁଶାନ୍ତଙ୍କ ଦ୍ୱାରା ନିର୍ମାଣ କରାଯାଇ ଶ୍ରୀରାଧାକୃଷ୍ଣଙ୍କ ଝୁଲଣ ଯାତ୍ରାକୁ ନେଇ ଗୌରହରା ପଥର (ପଞ୍ଜାବରୁ ଆଣିଥିବା ଖଡ଼ିପଥର)ରେ ନିର୍ମାଣ କଳାକୃତିକୁ ଚୟନ କରାଯାଇଛି ା ପ୍ରାୟ ଦେଢ଼ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତିକୁ ନିର୍ମାଣ କରିବାକୁ ସେ ୧୦ମାସ ପରିଶ୍ରମ କରିଥିବା କହିଛନ୍ତି ା ଏହି କଳାକୃତିରେ ରାଧା-କୃଷ୍ଣଙ୍କ କମନୀୟ ବିଗ୍ରହ ସହିତ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ରହିଛି ା ଏହାସହିତ ଶ୍ରୀକୃଷ୍ଣଙ୍କ ଷୋହଳକଳାର ୧୬ ସୁନ୍ଦର ଓ କମନୀୟ ମୂର୍ତ୍ତି ମଧ୍ୟ ଏହାସହିତ ରହିଛି ବୋଲି ସେ କହିଛନ୍ତି । ପଲାଇ ଗ୍ରାମର ବ୍ରଜବନ୍ଧୁ ଦାସଙ୍କ କନିଷ୍ଠ ପୁତ୍ର ସୁଶାନ୍ତ ଚଣ୍ଡୀଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥରେ ଓଳାଶୁଣୀ ଛକ ନିକଟରେ ବ୍ରଜ କଳାକୃତି ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରତିଷ୍ଠା କରି ବିଭିନ୍ନ ମୂର୍ତ୍ତି ନିର୍ମାଣ କରୁଛନ୍ତି । ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ । ପୂର୍ବରୁ ମଧ୍ୟ ଯାଜପୁର ଜିଲା ବଡ଼ଚଣା ବ୍ଲକ ଛତିଆର ମହେଶ୍ୱର ଓଝା ଏହି ଜାତୀୟ ପୁରସ୍କାର ପାଇଛନ୍ତି ଏବଂ ୨୦୧୮ ପାଇଁ ଜାତୀୟ ପୁରସ୍କାର ଘୋଷଣା ହୋଇଥିବା ପଲାଇ ଗ୍ରା.ପ. ଶୁଖୁଆପଡ଼ା ଗ୍ରାମର ରଞ୍ଜନ ମହାରଣାଙ୍କ ପରଲୋକ ହେତୁ ସେହି ପୁରସ୍କାର ପ୍ରଦାନ କରାଯାଇନି ।
ଭାସ୍କର୍ଯ୍ୟଶିଳ୍ପୀ ସୁଶାନ୍ତଙ୍କ ନାମ ରାଷ୍ଟ୍ରୀୟ ପୁରସ୍କାର ପାଇଁ ଘୋଷଣା ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ମିଳିଛି । ପୂର୍ବରୁ ସୁଶାନ୍ତ ରାଜ୍ୟ ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜ୍ୟ କଳାବୃତ୍ତି ପୁରସ୍କାର ଲାଭ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri