କଟକ,୨୨।୨: ଓଡ଼ିଶା ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଆଇଏ)ର ନୂତନ ସଭାପତି ଭାବେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ନିଦର୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏପରିକି ଆଗାମୀ ୨ବର୍ଷ ପାଇଁ ସେ ଏହି ଗୁରୁଦାୟିତ୍ୱ ତୁଲାଇବେ ବୋଲି ଓଆଇଏ ପକ୍ଷରୁ କୁହାଯାଇଛି। ସୋମବାର ଓଆଇଏର ଦ୍ୱିବାର୍ଷିକ ସାଧାରଣ ସଭା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ରାଜେଶ କାନୁନ୍ଗୋଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୬ ବର୍ଷ ଧରି ଜଗତପୁର ଶିଳ୍ପାଞ୍ଚଳରେ ଗଢ଼ିଉଠିଥିବା ଏହି ଶିଳ୍ପ ସଂଘ ଏମ୍ଏସ୍ଏମ୍ଇ ସେକ୍ଟରରେ ନୂତନ ଉଦ୍ୟୋଗପତି ସୃଷ୍ଟି କରିବାରେ ବ୍ୟାପକ ଭୂମିକା ଗ୍ରହଣ ସାଙ୍ଗକୁ ସହଯୋଗ କରି ଆସିଥିବା ସଂଘର ଅଧ୍ୟକ୍ଷ ଅବନୀ କାନୁନଗୋ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏପରିକି ୨୦୦ରୁ ଅଧିକ ସଭ୍ୟ ଉକ୍ତ କର୍ମକର୍ତ୍ତା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ପଣ୍ଡା ଆଗାମୀ ୨ବର୍ଷ ପାଇଁ ନିଦର୍ବନ୍ଦ୍ୱରେ ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଉଥିବା ଭବାନୀ ପଣ୍ଡିତ ଘୋଷଣା କରିଥିଲେ। ସେହିପରି ସଂଘର ଉପସଭାପତି ଭାବେ ପୁଷ୍ପା ସାମଲ ଓ ବିନୋଦ ଭୂତ, ସାଧାରଣ ସମ୍ପାଦକ ଭାବେ ଗୌରଗୋପାଳ ସେନ, କାର୍ଯ୍ୟକାରୀ ସମ୍ପାଦକ ଭାବେ ଦେବେନ୍ଦ୍ର ପ୍ରସାଦ ଶର୍ମା, ସମ୍ପାଦକ (ଅର୍ଥ) ଭାବେ କିଶୋର ଚନ୍ଦ୍ର ମହାନ୍ତି, ସଂଗଠନ ସମ୍ପାଦକ ଭାବେ ସଞ୍ଜୟ କୁମାର ଅଗ୍ରଓ୍ବାଲ, କାର୍ଯ୍ୟକାରୀ ସଭ୍ୟ ଅଜୟ କୁମାର ପଣ୍ଡା, ଅନିରୁଦ୍ଧ ପୁହାଣ, ଅଶୋକ କୁମାର ସାହୁ, ବିଭୁଦତ୍ତ ସାମନ୍ତରାୟ, ବିକାଶ ଚନ୍ଦ୍ର ମହାପାତ୍ର, ବିନିତା ଦାସ, ଦେବେନ ରାୟ, ପ୍ରଶାନ୍ତ କୁମାର ମହାପାତ୍ର, ପ୍ରିୟନାଥ ମହାନ୍ତି, ରାମବଲ୍ଲଭ ନାୟକ, ରିତେଶ କୁମାର ସୁରେକା, ରୁଦ୍ରନାରାୟଣ ଆଚାର୍ଯ୍ୟ, ଶୁଭ୍ରକାନ୍ତ ପଣ୍ଡା, ସୁଧାକର ସ୍ବାଇଁ ନିର୍ବାଚିତ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନ ଜଣାଇଛନ୍ତି। ଏଥିରେ ଓଆଇଏର ପ୍ରତିଷ୍ଠାତା ସଦସ୍ୟ ମାନସ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ୩୬ ବର୍ଷର ଅନୁଭୂତିକୁ ବର୍ଣ୍ଣନା କରିଥିଲେ।
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍ଦବା ? ରହିଛି ଅନେକ ସ୍ବାର୍ଥ
ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍ଫାୟାର୍) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…
ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….
ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…
ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ
ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…
Archives

