ସୁଶାନ୍ତ ପଣ୍ଡା ଓଆଇଏର ନୂତନ ସଭାପତି

କଟକ,୨୨।୨: ଓଡ଼ିଶା ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଆଇଏ)ର ନୂତନ ସଭାପତି ଭାବେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ନିଦର୍‌ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏପରିକି ଆଗାମୀ ୨ବର୍ଷ ପାଇଁ ସେ ଏହି ଗୁରୁଦାୟିତ୍ୱ ତୁଲାଇବେ ବୋଲି ଓଆଇଏ ପକ୍ଷରୁ କୁହାଯାଇଛି। ସୋମବାର ଓଆଇଏର ଦ୍ୱିବାର୍ଷିକ ସାଧାରଣ ସଭା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ରାଜେଶ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୬ ବର୍ଷ ଧରି ଜଗତପୁର ଶିଳ୍ପାଞ୍ଚଳରେ ଗଢ଼ିଉଠିଥିବା ଏହି ଶିଳ୍ପ ସଂଘ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ନୂତନ ଉଦ୍ୟୋଗପତି ସୃଷ୍ଟି କରିବାରେ ବ୍ୟାପକ ଭୂମିକା ଗ୍ରହଣ ସାଙ୍ଗକୁ ସହଯୋଗ କରି ଆସିଥିବା ସଂଘର ଅଧ୍ୟକ୍ଷ ଅବନୀ କାନୁନଗୋ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏପରିକି ୨୦୦ରୁ ଅଧିକ ସଭ୍ୟ ଉକ୍ତ କର୍ମକର୍ତ୍ତା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ପଣ୍ଡା ଆଗାମୀ ୨ବର୍ଷ ପାଇଁ ନିଦର୍‌ବନ୍ଦ୍ୱରେ ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଉଥିବା ଭବାନୀ ପଣ୍ଡିତ ଘୋଷଣା କରିଥିଲେ। ସେହିପରି ସଂଘର ଉପସଭାପତି ଭାବେ ପୁଷ୍ପା ସାମଲ ଓ ବିନୋଦ ଭୂତ, ସାଧାରଣ ସମ୍ପାଦକ ଭାବେ ଗୌରଗୋପାଳ ସେନ, କାର୍ଯ୍ୟକାରୀ ସମ୍ପାଦକ ଭାବେ ଦେବେନ୍ଦ୍ର ପ୍ରସାଦ ଶର୍ମା, ସମ୍ପାଦକ (ଅର୍ଥ) ଭାବେ କିଶୋର ଚନ୍ଦ୍ର ମହାନ୍ତି, ସଂଗଠନ ସମ୍ପାଦକ ଭାବେ ସଞ୍ଜୟ କୁମାର ଅଗ୍ରଓ୍ବାଲ, କାର୍ଯ୍ୟକାରୀ ସଭ୍ୟ ଅଜୟ କୁମାର ପଣ୍ଡା, ଅନିରୁଦ୍ଧ ପୁହାଣ, ଅଶୋକ କୁମାର ସାହୁ, ବିଭୁଦତ୍ତ ସାମନ୍ତରାୟ, ବିକାଶ ଚନ୍ଦ୍ର ମହାପାତ୍ର, ବିନିତା ଦାସ, ଦେବେନ ରାୟ, ପ୍ରଶାନ୍ତ କୁମାର ମହାପାତ୍ର, ପ୍ରିୟନାଥ ମହାନ୍ତି, ରାମବଲ୍ଲଭ ନାୟକ, ରିତେଶ କୁମାର ସୁରେକା, ରୁଦ୍ରନାରାୟଣ ଆଚାର୍ଯ୍ୟ, ଶୁଭ୍ରକାନ୍ତ ପଣ୍ଡା, ସୁଧାକର ସ୍ବାଇଁ ନିର୍ବାଚିତ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନ ଜଣାଇଛନ୍ତି। ଏଥିରେ ଓଆଇଏର ପ୍ରତିଷ୍ଠାତା ସଦସ୍ୟ ମାନସ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ୩୬ ବର୍ଷର ଅନୁଭୂତିକୁ ବର୍ଣ୍ଣନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?