ରିୟାଙ୍କ ସମର୍ଥନରେ ବାହାରିଲା ବଲିଉଡ୍‌: ଏହିସବୁ କଳାକାର କଲେ କ୍ୟାମ୍ପେନ୍‌

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏନସିବି ରିୟାଙ୍କୁ ଡ୍ରଗ ସିଣ୍ଡିକେଟର ଜଣେ ସକ୍ରିୟ ସଦସ୍ୟ ବୋଲି କହିଛି। ଏଭଳି ପରିସ୍ଥିତିରେ ରିୟାଙ୍କ ସମସ୍ୟା ବଢିଛି। କିନ୍ତୁ ବଲିଉଡର କିଛି କଳାକାର ରିଆଙ୍କ ସମର୍ଥନରେ ବାହାରିଛି। ରିୟା ଚକ୍ରବର୍ତ୍ତୀଙ୍କ ଗିରଫ ଦିନ ପିନ୍ଧିଥିବା ଟି-ସାର୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରିୟାଙ୍କ ଟି-ସାର୍ଟରେ ଲେଖାଯାଇଥିଲା – ଗୋଲାପ ଲାଲ, ବାଇଗଣୀ ନୀଳ ହୋଇଥାଏ। ଆମେ ସମସ୍ତେ ମିଶି ପିତୃପୁରୁଷଙ୍କ ଏହି ଦୁର୍ଗକୁ ନଷ୍ଟ କରିବା ଉଚିତ୍‌। ବର୍ତ୍ତମାନ ରିୟାଙ୍କ ଟି-ସାର୍ଟରେ ଲେଖାଯାଇଥିବା ଏହି ବାର୍ତ୍ତା ତାଙ୍କ ପାଇଁ ଏକ ମାଧ୍ୟମ ପାଲଟିଛି। ବଲିଉଡର ବହୁ ବଡ ସେଲିବ୍ରେଟି ଏହି ବାର୍ତ୍ତା ମାଧ୍ୟମରେ ରିୟାଙ୍କୁ ସମର୍ଥନ କରି ତାଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି। ନିର୍ଦ୍ଦେଶକ ଅନୁରାଗ କାଶ୍ୟପ, ଅଭିନେତ୍ରୀ ସୋନମ କପୁର, ବିଦ୍ୟା ବାଲାନ, ଫରହାନ ଅଖତର, ଅମୃତା ଆରୋରା, ଦିଆ ମିର୍ଜା, ଶିବାନୀ ଦାଣ୍ଡେକର, ଅଙ୍ଗଦ ବେଦୀ, ରାଧିକା ମଦନ, ଶ୍ୱେତା ବଚ୍ଚନଙ୍କ ପରି ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ରିୟାଙ୍କ ସପକ୍ଷରେ ବାହାରିଛନ୍ତି। ସୋସିଆଲ ମିଡିଆରେ ଏବେ ବଲିଉଡ ତରଫରୁ # ଜଷ୍ଟିସଫର୍‌ରିଆ ଏବଂ # ସ୍ମାଶ୍‌ପାଟ୍ରିଆଚି ଟ୍ରେଣ୍ଡ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଟୁଛି ଗୁମର: ୨୦୨୦ରେ ହଲିଉଡ୍‌ରେ କାମ କରିବାକୁ ଚାହୁଁଥିଲେ ସୁଶାନ୍ତ ସିଂ ରାଜପୁତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟର ପରଦା ଫିଟୁ...

କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ...

ବିବାହ ପରେ ବି ବଦଳିନି ସର୍‌ନେମ୍‌…

ମୁମ୍ବାଇ: ବିବାହର ବନ୍ଧନ ସମସ୍ତଙ୍କ ପାଇଁ ସ୍ବତନ୍ତ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ବିବାହକୁ ସ୍ମରଣୀୟ କରିବାକୁ ଇଚ୍ଛା କରିଥାନ୍ତି। ବିବାହ ପରେ ଅନେକ ସମୟରେ ଲୋକଙ୍କ...

‘ଅନିଲଙ୍କ ସହ କାମ କରିବା ବେଳେ ନର୍ଭସ ଥିଲି’

ମୁମ୍ବାଇ: ଜୁନ୍‌ ୨୪ରେ ପ୍ରେକ୍ଷାଳୟରେ ‘ଜୁଗ୍‌ ଜୁଗ୍‌ ଜିଓ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ବରୁଣ ଧାଓ୍ବନ, କିଆରା ଆଡଭାନୀ, ଅନିଲ କପୁର ଏବଂ ନୀତୁ...

ଆଜି ହାତକୁ ଦି’ହାତ ହେବେ କରିସ୍ମା

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କୁ ବିବାହ କରିବେ।...

ନେଟଫ୍ଲିକ୍ସରେ ରିଲିଜ୍‌ ହେବ ଗୁଞ୍ଜନ ସାକ୍ସସେନା ବାୟୋପିକ୍‌

ମୁମ୍ବାଇ: ଶରଣ ସାକ୍ସସେନାଙ୍କ ନିର୍ଦ୍ଦେଶିତ ତଥା ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ଗୁଞ୍ଜନ ସାକ୍ସସେନାର ରିଲିଜ୍‌କୁ ନେଇ ପୂର୍ବରୁ ସୋସିଆଲ ମିଡିଆରେ ଖୁବ୍‌ ଆଲୋଚନା ହେଉଥିଲା।...

ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ ହୋଇଛି । ଅନୁପମ ଖେର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ମାତ୍ର...

ସୁସ୍ମିତାଙ୍କ ଜନ୍ମଦିନରେ ହୃଦୟ ଇମୋଜି ଦେଇ ଖାସ୍‌ ପୋଷ୍ଟ ଲେଖିଲେ ପୂର୍ବତନ ପ୍ରେମିକ

ବମ୍ବେ: ଆଜି ୪୭ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌। ଏହି ଖାସ୍‌ ଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ତାଙ୍କର ନିକଟତର ବ୍ୟକ୍ତିବିଶେଷ...

Advertisement
Archives

Model This Week