ପଞ୍ଚାୟତ ବୁଲି କୃତଜ୍ଞତା ଜଣାଇଲେ ସୂର୍ଯ୍ୟବଂଶୀ

ଧାମନଗର,୧୨ା୧୧(ଡି.ଏନ.ଏ.): ଧାମନଗର ନବନିର୍ବାଚିତ ବିଧାୟକ ସୂର୍ୟବଂଶୀ ସୂରଜ ବିଭିନ୍ନ ପଞ୍ଚାୟତ ବୁଲି ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛନ୍ତି। ଏହି କୃତଜ୍ଞତା ଯାତ୍ରାରେ ବିଧାୟକ ଶୁକ୍ରବାର ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗିର ଛକଠାରୁ ଶତାଧିକ କର୍ମୀଙ୍କ ସହ ବାହାରି ପଧାନୀ ପଞ୍ଚାୟତର କଣ୍ଟିଦୋଳ, କଣ୍ଟଦା, ଭଗତପୁର, ପଧାନୀ, ଦଶନ୍ଧିକୁଳ, କଇଥାଢିଅ, ବଲଦୀଛନ୍ଦା, ଆଠଘରିଆ, ରାମରାକୁଳ, ଦାଶପାରି ହୋଇ ଅର୍ଜୁନପୁର ପଞ୍ଚାୟତର ମମଦୁଲା, ବାଲିପାଟଣା, ମଠସାହି ଏବଂ ହସନାବାଦ ପଞ୍ଚାୟତର ବନବାଗ, ପଙ୍ଗଟା, ନୂଆସାହି, ତଳଅସ୍ତକ ଓ ଅସ୍ତକରେ ଜନସାଧାରଣଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହ ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଶିକ୍ଷାକୁ ପ୍ରାଥମିକତା ଦେଇ ଏହି ଯାତ୍ରା ସମୟରେ ପଧାନୀ ପଞ୍ଚାୟତର କଣ୍ଟିଦୋଳ ପ୍ରାଥମିକ ବିଦ୍ୟାଳୟ, ମୁକ୍ତେଶର ଉଚ୍ଚ ବିଦ୍ୟାଳୟ, ପଧାନୀ-୧ ଅଙ୍ଗନଓ୍ବାଡି କେନ୍ଦ୍ର ଓ ଅର୍ଜୁନପୁର ପଞ୍ଚାୟତର ଜୟ କିଷାନ ଉଚ୍ଚ ବିଦ୍ୟାଳୟ ସେ ପରିଦର୍ଶନ କରିଛନ୍ତି। ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କଠାରୁ ସେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ସେହିପରି ଅର୍ଜୁନପୁର ପଞ୍ଚାୟତର ପ୍ରସିଦ୍ଧ ବାସୁଦେବ ପୀଠରେ ବାସୁଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri