Categories: ଖେଳ

ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଲେ

ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ ପାଇଁ ଦୁହେଁ ଆଇସିସି ଟି୨୦ ବ୍ୟାଟର ର଼୍ୟାଙ୍କିଙ୍ଗ୍‌ରେ ଯଥାକ୍ରମେ ୨୧ତମ ଓ ୧୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ଦର୍ଶାଇଛି ସଦ୍ୟ ପ୍ରକାଶିତ ଆଇସିସି ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌।

ନିକଟରେ ଶେଷ ହୋଇଥିବା ସିରିଜ୍‌ରେ ସୂର୍ଯ୍ୟ ଭାରତ ପାଇଁ ସର୍ବାଧିକ ରନ୍‌ କରିଥିଲେ। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ଆୟାର। ଏଭଳି ପ୍ରଦର୍ଶନ ସହାୟତାରେ ସୂର୍ଯ୍ୟ ୩୫ରୁ ୨୧ତମ ସ୍ଥାନକୁ ଡିଆଁ ମାରିଥିବା ବେଳେ ଆୟାର ୨୦୩ରୁ ୧୧୫ ତମ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ମାନ୍ୟତା ଦୁଇଟି ସୋପାନ ତଳକୁ ଖସି ୬ଷ୍ଠ ସ୍ଥାନରେ ପହଞ୍ଚିଛି। କିନ୍ତୁ ପୂର୍ବ ଭଳି ଶ୍ରେଷ୍ଠ ବ୍ୟାଟରଙ୍କ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ତେବେ ଟପ୍‌-୧୦ ବୋଲର ଓ ଅଲରାଉଣ୍ଡରଙ୍କ ତାଲିକାରେ ଜଣେ ହେଲେ ଭାରତୀୟ  ସ୍ଥାନ ପାଇ ନାହାନ୍ତି।

Share