Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ

ମୁମ୍ବାଇ,୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଭିଭିଏସ୍‌ ଲକ୍ଷ୍ମଣଙ୍କୁ କୋଚ୍‌ ରଖା ଯାଇଥିବା ବେଳେ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

ଓପନିଙ୍ଗ ବ୍ୟାଟର ଋତୁରାଜ ଗାଏକ୍ୱାଡ ଏହି ଦଳରେ ଉପ ଅଧିନାୟକ ରହିଛନ୍ତି। ଅକ୍ଷର ପଟେଲ ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶାହବାଜ ଅହମଦଙ୍କୁ ବାଦ ଦିଆଯାଇଛି। ସେହିପରି ସଞ୍ଜୁ ସାମସନଙ୍କୁ ଆଉଥରେ ଉପେକ୍ଷା କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଇଶାନ କିଶନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜିତେଶ ଶର୍ମା ନିଜ ସ୍ଥାନ ବଜାୟ ରଖିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଟି ୨୦ ଦଳକୁ ଫେରିଛନ୍ତି। ସେହିଭଳି ଶେଷ ଦୁଇ ମ୍ୟାଚ୍ ପାଇଁ ଶ୍ରେୟସ ଆୟାର ଉପ ଅଧିନାୟକ ଭାବେ ଦଳରେ ଯୋଗଦେବେ।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଋତୁରାଜ ଗାଏକ୍ୱାଡ(ଉପ ଅଧିନାୟକ), ଇଶାନ କିଶନ, ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା(ଉଇକେଟ କିପର), ଓ୍ବାଶିଂଟନ୍‌ ସୁନ୍ଦର, ଅକ୍ଷର ପଟେଲ, ଶିବମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଆଭେଶ ଖାନ୍‌ ଓ ମୁକେଶ କୁମାର।

 

Share